ETV Bharat / city

ଚପିଯାଉଛି ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ହେବ କି ସିବିଆଇ ତଦନ୍ତ ? - ରାଜଭବନ ପେଟ୍ରୋଲପମ୍ପ ବିସ୍ଫୋରଣ

ରାଜଧାନୀ ଛାତି ଉପରେ ଘଟିଥିବା ଭୟଙ୍କର ପେଟ୍ରୋଲ ପମ୍ପ ବିସ୍ଫୋରଣକୁ ଚପିଯାଉଛି କି ? ସ୍ମାର୍ଟସିଟିର ସମ୍ବେଦନଶୀଳ ସ୍ଥାନରେ ଘଟିଥିବା ବିସ୍ଫୋରଣରେ 2 ଜଣଙ୍କ ଜୀବନ ଯାଇଛି, ଆଉ ଏଥି ପାଇଁ କିଏ ଦାୟୀ ? ଏପରି ପ୍ରଶ୍ନ କରି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ମାନବାଧିକାର କର୍ମୀ ଜୟନ୍ତଦାସ ।

v
ଚପିଯାଉଛି ପେଟ୍ରୋଲପମ୍ପ ବିସ୍ଫୋରଣ ଘଟଣା,ସାଇଲେଣ୍ଟ କମିଶନର,ହେବ କି ସିବିଆଇ ତଦନ୍ତ ?
author img

By

Published : Oct 29, 2020, 3:24 PM IST

Updated : Oct 29, 2020, 4:21 PM IST

ଭୁବନେଶ୍ବର: ସରକାରଙ୍କ ନାକ ତଳେ ଓ ରାଜଧାନୀ ଛାତି ଉପରେ ଘଟିଥିବା ଭୟଙ୍କର ପେଟ୍ରୋଲ ପମ୍ପ ବିସ୍ଫୋରଣକୁ ଚପାଯାଉଛି କି ? ସ୍ମାର୍ଟସିଟିର ସମ୍ବେଦନଶୀଳ ସ୍ଥାନରେ ଘଟିଥିବା ବିସ୍ଫୋରଣରେ 2 ଜଣଙ୍କ ଜୀବନ ଯାଇଛି, ଆଉ ଏଥି ପାଇଁ କିଏ ଦାୟୀ ? ଦୋଷୀଙ୍କୁ ଦିଆଯାଉଛି କି ହାଇପ୍ରୋଫାଇଲ ସୁରକ୍ଷା ? କ’ଣ ପୋଲିସକୁ ମିଳୁନି ଏଯାବତ କିଛି ସୁରାଗ ? ଚରମ ଅବହେଳାକୁ ଲଚାଇବାକୁ ହେଉଛି କି ପ୍ରୟାସ ? ଛାତିଥରା ବିସ୍ଫୋରଣକୁ ଏବେ ସତେଯେପରି କାହାର ନାହିଁ ନଜର । ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣକୁ 22 ଦିନ ବିତି ଯାଇଥିଲେ ବି ସମସ୍ତେ ନୀରବ କାରଣରୁ ଏପରି ଅନେକ ପ୍ରଶ୍ନ କରିଛନ୍ତି ମାନବାଧିକାର କର୍ମୀ ଜୟନ୍ତ ଦାସ ।

ଚପିଯାଉଛି ପେଟ୍ରୋଲପମ୍ପ ବିସ୍ଫୋରଣ ଘଟଣା,ସାଇଲେଣ୍ଟ କମିଶନର,ହେବ କି ସିବିଆଇ ତଦନ୍ତ ?

ଅନଫିଟ ଅଫିସର ନା ଜାଣିଶୁଣି ସାଇଲେଣ୍ଟ କମିଶନର । ଏହି ଘଟଣାରେ ନା ପୋଲିସ ବିବୃତି ରଖୁଛି, ନା ଘଟଣାରେ କାହାର ତୃଟି ସାମ୍ନାକୁ ଆସୁଛି । ତଦନ୍ତ ଆଳରେ ଘଟଣାକୁ ଚପାଇଦେବାକୁ ହେଉନି ତ ପ୍ରୟାସ । ଯାହାକୁ ନେଇ ଉଠିଛି ପ୍ରଶ୍ନ ।

ଘଟଣାର ସିସିଟିଭି ପୋଲିସର ହସ୍ତଗତ ହୋଇଛି । ଘଟଣାସ୍ଥଳରୁ ନମୁନା ସଂଗ୍ରହ ହୋଇଛି । ନିଖୋଜ ସିମାଞ୍ଚଳଙ୍କ ପରିବାରଠୁ ଡିଏନଏ ସଂଗ୍ରହ ହୋଇଛି । ସବୁ ସତ୍ତ୍ବେ 22 ଦିନ ପରେ ମିଳୁନି ଘଟଣାର ସତ ।କେଉଁ କାରଣରୁ ଏଭଳି ଘଟଣା ଘଟିଛି ।

ଏହି ଘଟଣାରେ 2 ଜଣଙ୍କ ଜୀବନ ଯାଇଥିଲେ ବି କାହିଁକି ତତ୍ପରତା ପ୍ରକାଶ କରୁନି ପୋଲିସ ? କେବେ ଘଟଣାରୁ ପରଦା ହଟିବ ? ଆଉ ଦୋଷୀ ଦଣ୍ଡ ପାଇବେ । ତେବେ ଏହି ଘଟଣାରେ ଅନେକ ପ୍ରଶ୍ନ ଉଠାଇ ସିବିଆଇ ତଦନ୍ତ ଦାବି କରିଛନ୍ତି ମାନବାଧିକାର କର୍ମୀ ଜୟନ୍ତ ଦାସ । ଆଇ ଏବେ ଦେଖିବାକୁ ବାକି ରହିଲା, କଣ ଘଟଣାର ରହସ୍ୟ ହଟାଇବାକୁ ସିବିଆଇକୁ ତଦନ୍ତ ଦାୟିତ୍ବ ଦେବେ କି ରାଜ୍ୟସରକାର ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 29, 2020, 4:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.