ଭୁବନେଶ୍ବର: ରାଜଭବନ ପେଟ୍ରୋଲ ବିସ୍ଫୋରଣ ଘଟଣାରେ ମୁହଁ ଖୋଲିଲେ ଡିସିପି । କହିଲେ ୬ଟି ବିଭାଗର ଚାଲିଛି ତଦନ୍ତ । ଦେଶରେ ଏପରି ପ୍ରଥମ ଘଟଣା ବୋଲି ଘଟଣାକୁ ନେଇ ସିରିୟସ ଭାବେ ତଦନ୍ତ ଚାଲିଛି ।
ପ୍ରାଥମିକ ରିପୋର୍ଟ ସିସିଟିଭି ଓ ଫରେନସିକ ରିପୋର୍ଟ ଆଧାରରେ ଦୁଇଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି । ତେବେ ୬ଟି ବିଭାଗରୁ ଅନେକ ରିପୋର୍ଟ ଦେଇସାରିଛନ୍ତି ଏବଂ ତାହାକୁ ଆଧାର କରି କିଛି ଏକ୍ସପର୍ଟଙ୍କ ଜରିଆରେ ତଦନ୍ତ ଜାରି ରହିଛି । ଏଥିସହିତ ଘଟଣାର ସତ୍ୟାସତ୍ୟ ପାଇଁ ଖୋଜା ଚାଲିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ