ETV Bharat / city

ମହଙ୍ଗା ତେଲ ଦର: ଅଭାବୀ ମଧ୍ୟରେ ଦିନ କାଟୁଛନ୍ତି ଅନଲାଇନ୍ ଡେଲିଭରି ବୟ

ଲକଡାଉନ ସମୟରେ ଲୋକେ ଅନଲାଇନ ସପିଂକୁ ଅଧିକ ପ୍ରାଧାନ୍ୟ ଦେଇଥିଲେ, ଆଉ ଏଥିରେ ଆପଣଙ୍କ ସେବାରେ ଦିନ ରାତି ନିୟୋଜିତ ଥିଲେ ଡେଲିଭରି ବୟ । ମାତ୍ର ବର୍ତ୍ତମାନ ଏମାନଙ୍କ କାଳ ସାଜିଛି ପେଟ୍ରୋଲ୍-ଡିଜେଲ ଦର ।

author img

By

Published : Mar 13, 2021, 1:58 PM IST

Updated : Mar 13, 2021, 2:07 PM IST

ଅଭାବୀ ମଧ୍ୟରେ ଦିନ କାଟୁଛନ୍ତି ଅନଲାଇନ୍ ଡେଲିଭରି ବୟ

ଭୁବନେଶ୍ବର: ଲକଡାଉନ ସମୟରେ ଲୋକେ ଅନଲାଇନ ସପିଂକୁ ଅଧିକ ପ୍ରାଧାନ୍ୟ ଦେଇଥିଲେ, ଆଉ ଏଥିରେ ଆପଣଙ୍କ ସେବାରେ ଦିନ ରାତି ନିୟୋଜିତ ଥିଲେ ଡେଲିଭରି ବୟ । ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପରିବାପତ୍ର, ଗୋଟେ ଅର୍ଡରରେ ଆପଣଙ୍କ ଘରେ ଆଣି ହାଜର କରିଦେଉଥିଲେ ଡେଲିଭରି ବୟ । ମାତ୍ର ବର୍ତ୍ତମାନ ଏମାନଙ୍କ କାଳ ସାଜିଛି ପେଟ୍ରୋଲ୍-ଡିଜେଲ ଦର । ଅଧିକ ପରିଶ୍ରମ କିନ୍ତୁ କମ୍ ରୋଜଗାର ଆଉ ସେଥିରେ ତେଲ ଦର ମାଡ, ସେମାନଙ୍କ ଦୈନନ୍ଦିନ ଜୀବନଶୈଳୀ ଉପରେ ପ୍ରଭାବ ପକାଉଛି ।

ଲଗାତାର ବଢିବାରେ ଲାଗିଛି ତୈଳ ଦର । ଅନଲାଇନ ଡେଲିଭରି କରୁଥିବା ବଏଙ୍କ ଦରମା କିନ୍ତୁ ସୀମିତ । କିଲୋମିଟର ପିଛା ସେମାନଙ୍କୁ ପାରିଶ୍ରମିକ ମିଳୁଥିବା ବେଳେ ତେଲ ଦର ବଢିବାରୁ ଘୋଡା 6 ଟଙ୍କାକୁ ଦାନା 9 ଟଙ୍କାର ସ୍ଥିତି ଅର୍ଥାତ ଆୟ ଅପେକ୍ଷା ବ୍ୟୟ ଅଧିକା ହୋଇଯାଉଛି । ଚାକିରି ଅଭାବ କାରଣରୁ ପରିବାର ପ୍ରତିପୋଷଣ ପାଇଁ ବାଧ୍ୟ ହୋଇ କମ୍ ଆୟରେ କାମ କରିବାକୁ ପଡୁଛି । ସେପଟେ ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଖାଦ୍ୟ ଯୋଗାଣ ଆପ୍ ଜୋମାଟୋ ନିଜ ପେ-ଷ୍ଟ୍ରକଚରରେ ସଂଶୋଧନ କରିଛି । କିନ୍ତୁ ଅଧିକ ଦରମା ଦାବି କରି ଡେଲିଭରି ବୟଙ୍କ ପ୍ରତିବାଦ ଜାରି ରଖିଛନ୍ତି ।ତୈଳ ଦର ବୃଦ୍ଧିକୁ ନେଇ କେବଳ ଡେଲିଭରି ବୟ ନୁହେଁ ବରଂ ସାଧାରଣ ଜନତା ମଧ୍ୟ ଅତିଷ୍ଠ, ଏପଟେ ତେଲକୁ ନେଇ ରାଜନୀତିକରଣ ଆଉ ଏକ ବଡ ସମସ୍ୟା ପାଲଟିଛି । ତୈଳଦର ହ୍ରାସ ପାଇଁ ଚାରିଆଡୁ ଦାବି ହେଉଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Mar 13, 2021, 2:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.