ଭୁବନେଶ୍ବର: ରାଜ୍ୟରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଏହା ଉପରେ ଭାଟ୍ ବଢାଇଛନ୍ତି ରାଜ୍ୟ ସରକାର । ରବିବାର ଠାରୁ ଏହି ନୂଆ ନିୟମ ଲାଗୁ ହେବା ସହ ବର୍ଦ୍ଧିତ ଦର ଲାଗୁ ହେବା ନେଇ ସୂଚନା ରହିଛି ।
![petrol rate hike, diesel rate hike, finance department, state government, ପେଟ୍ରୋଲ ଦର, ଡିଜେଲ ଦର, ତୈଳ ଦର, ଅର୍ଥ ବିଭାଗ, ରାଜ୍ୟ ସରକାର](https://etvbharatimages.akamaized.net/etvbharat/prod-images/od-bbs-4-petrolprice-avo-7205239_16052020231012_1605f_1589650812_1096.jpg)
ସୂଚନା ଅନୁଯାୟୀ ପେଟ୍ରୋଲ ଉପରେ ଭାଟ 26ରୁ 32 ପ୍ରତିଶତକୁ ବୃଦ୍ଧି କରିବା ସହ ଡିଜେଲ ଉପରେ ଭାଟ 26ରୁ 28 ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏନେଇ ଅର୍ଥ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ