ETV Bharat / city

OMICRON: ସଂକ୍ରମଣ ରୋକିବା ଲକ୍ଷ୍ୟ, ବିନା ମାସ୍କରେ ଷ୍ଟେସନରେ ବୁଲିଲେ ମିଳିବ ଦଣ୍ଡ - ଓମିକ୍ରନ ସଂକ୍ରମଣକୁ ନେଇ ନୂଆ ଗାଇଡ଼ଲାଇନ

ରାଜ୍ୟରେ ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ରୋକିବା ଲାଗି ଷ୍ଟେସନରେ ନିଆଯାଇଛି ଦୃଢ ପଦକ୍ଷେପ । ଅଧିକ ପଢନ୍ତୁ

OMICRON: ସଂକ୍ରମଣ ରୋକିବା ଲକ୍ଷ୍ୟ, ବିନା ମାସ୍କରେ ଷ୍ଟେସନରେ ବୁଲିଲେ ମିଳିବ ଦଣ୍ଡ

author img

By

Published : Dec 23, 2021, 3:35 PM IST

ଭୁବନେଶ୍ବର: ଦେଶ ସମେତ ରାଜ୍ୟରେ ଧୀରେ ଧୀରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାର ନେଇଛନ୍ତି ବ୍ୟାପକ ପଦକ୍ଷେପ । ତେବେ ରେଳ ଷ୍ଟେସନରେ ବିନା ମାସ୍କରେ ବୁଲୁଥିବା ଲୋକଙ୍କୁ ଦଣ୍ଡିତ କରାଯିବ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ରୋଡ଼ ରେଲୱେ DRM ରିଙ୍କେଶ ରାୟ ।

OMICRON: ସଂକ୍ରମଣ ରୋକିବା ଲକ୍ଷ୍ୟ, ବିନା ମାସ୍କରେ ଷ୍ଟେସନରେ ବୁଲିଲେ ମିଳିବ ଦଣ୍ଡ

ଓମିକ୍ରନ ରୋକିବା ଲାଗି ଷ୍ଟେସନରେ ବ୍ୟାପକ ପଦକ୍ଷେପ ନିଆଯାଉଛି । ଷ୍ଟେସନ ପରିସରରେ ବିନା ମାସ୍କରେ ବୁଲୁଥିବା ଲୋକଙ୍କୁ ଦଣ୍ଡିତ କରାଯାଉଛି । କୋରୋନା ନେଇ ଆଗକୁ ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ସେହି ଅନୁସାରେ ଆମେ କାମ କରିବୁ। ଦେଶରେ ଏବେ ଓମିକ୍ରନ ଡରାଇବାରେ ଲାଗିଲାଣି । ରାଜ୍ୟରେ ମଧ୍ୟ ପାଖାପାଖି 2ରୁ 4 ଜଣ ସଂକ୍ରମିତ ଚିହ୍ନଟ ହେଲେଣି ବୋଲି କହିଛନ୍ତି ରାୟ ।

ଅନେକ ବିଦେଶ ଫେରନ୍ତା ବ୍ୟକ୍ତିମାନେ ବିମାନବନ୍ଦରରୁ ଓହ୍ଲାଇ ସିଧାସଳଖ ଭାବରେ ରେଳ ବିଭାଗ ଉପରେ ନିର୍ଭର କରନ୍ତି । ଯାହା ଟ୍ରେନ ଦ୍ବାରା ଅନେକ ବ୍ୟକ୍ତି ନିଜର ଗନ୍ତବ୍ୟ ସ୍ଥଳକୁ ଯାଇଥାନ୍ତି । ଏନେଇ ଷ୍ଟେସନ ମାନଙ୍କରେ ଅନେକ ପଦକ୍ଷେପ ନିଆଯାଉଛି । ଆଗକୁ ଯଦି ସରକାର ରେଳବିଭାଗ ପାଇଁ ଗାଇଡ଼ ଲାଇନ ଆଣିବେ ତେବେ ସେହି ଅନୁସାରେ କଟକଣା କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.