ETV Bharat / city

‘ଦ୍ବିତୀୟ ଡୋଜ ନେବାକୁ ଭୁଲି ଯାଉଛନ୍ତି ଲୋକେ’ - ବିଜୟ ପଣିଗ୍ରାହୀ

ରାଜ୍ୟରେ ଜାରି ରହିଛି ଟୀକାକରଣ । ଏଯାବତ୍ 64 ପ୍ରତିଶତ ହିତାଧିକାରୀ ପ୍ରଥମ ଡୋଜ ନେଇଥିବା ବେଳେ କେବଳ 28 ପ୍ରତିଶତ ହିଁ ନେଇଛନ୍ତି ଦ୍ବିତୀୟ ଡୋଜ । ଦୁଇ ଡୋଜ ମଧ୍ୟରେ ଅଧିକ ବ୍ୟବଧାନ ଯୋଗୁଁ ଲୋକେ ଦ୍ବିତୀୟ ଡୋଜ ନେବାକୁ ଭୁଲି ଯାଉଛନ୍ତି କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ । ଅଧିକ ପଢନ୍ତୁ...

ଦ୍ବିତୀୟ ଡୋଜ ନେବାକୁ ଭୁଲି ଯାଉଛନ୍ତି ଲୋକେ
ଦ୍ବିତୀୟ ଡୋଜ ନେବାକୁ ଭୁଲି ଯାଉଛନ୍ତି ଲୋକେ
author img

By

Published : Sep 17, 2021, 4:07 PM IST

ଭୁବନେଶ୍ବର: ରାଜ୍ୟରେ ଟୀକାକରଣ ଚାଲୁ ରହିଛି । ପର୍ଯ୍ୟାପ୍ତ ପରିମାଣର ଟିକା ବର୍ତ୍ତମାନ ମହଜୁଦ ଅଛି । ରାଜ୍ୟରେ ଆଜିସୁଦ୍ଧା ମୋଟ 2 କୋଟି 67 ଲକ୍ଷ ଡୋଜ ଟିକା ଦିଆସରିଛି । ଯେଉଁଥିରୁ 64 ପ୍ରତିଶତ ହିତାଧିକାରୀ ବା 1 କୋଟି 98 ଲକ୍ଷ ଲୋକେ ପ୍ରଥମ ଡୋଜ ଏବଂ 68 ଲକ୍ଷ ଲୋକ ଦ୍ବିତୀୟ ଡୋଜ ନେଇଛନ୍ତି । ଅର୍ଥାତ୍ ଦ୍ବିତୀୟ ଡୋଜ ନେଇଥିବା ହିତାଧିକାରଙ୍କ ହାର ମାତ୍ର 28 ପ୍ରତିଶତ । ଏହାର କାରଣ ଦ୍ବିତୀୟ ଡୋଜ ନେବାକୁ ଭୁଲି ଯାଉଛନ୍ତି ଲୋକେ । ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଛି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଦ୍ବିତୀୟ ଡୋଜ ନେବାକୁ ଭୁଲି ଯାଉଛନ୍ତି ଲୋକେ

ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ଟିକା ନେବାକୁ ଲୋକଙ୍କୁ ମେସେଜ ଦିଆଯିବା ସତ୍ତ୍ବେ ସେମାନେ ଆସୁନାହାନ୍ତି । ଯେହେତୁ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ମଧ୍ୟରେ ଯଥାକ୍ରମେ ଏକ ମାସ ଓ ଅଢେଇ ମାସ ବ୍ୟବଧାନ ରହୁଛି ତେଣୁ ଅନେକ ଲୋକ ଦ୍ବିତୀୟ ଡୋଜ ନେବାକୁ ଭୁଲି ଯାଉଛନ୍ତି । ଯେଉଁମାନଙ୍କ ଟିକା ନେବାର ସମୟ ଆସୁଛି ତାଙ୍କୁ ତିନି ଦିନ ପୂର୍ବରୁ ମେସେଜ କରାଯାଉଛି । ଯାହାଦ୍ବାରା ସେମାନେ ନିଜ ଟୀକାକରଣ ସମ୍ପର୍କରେ ଜାଣି ଦ୍ବିତୀୟ ଡୋଜ ନେବାକୁ ଆସିବେ ।

ଏଥିସହ ଦ୍ବିତୀୟ ଡୋଜ ନେଉନଥିବା ଲୋକଙ୍କ ତାଲିକା ଜିଲ୍ଲା ସ୍ତରରେ ପ୍ରକାଶ ହେବ । ଜିଲ୍ଲାମାନଙ୍କରେ ଥିବା ଆଗଧାଡିର ସ୍ବାସ୍ଥ୍ୟକର୍ମୀମାନେ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ଟିକା ନେବା ଲାଗି ଅବଗତ କରାଇବେ । 33 ଲକ୍ଷ ହିତାଧିକାରୀ ଭ୍ୟାକ୍ସିନର ଦ୍ବିତୀୟ ଡୋଜ ପାଇଁ ଅପେକ୍ଷାରତ ଅଛନ୍ତି ।

ରାଜ୍ୟରେ ଟିକା ଯୋଗାଣରେ କୌଣସି ଅସୁବିଧା ନାହିଁ । ବର୍ତ୍ତମାନ ସୁଦ୍ଧା ଆବଶ୍ୟକୀୟ ପରିମାଣ ମହଜୁତ ରହିଛି । କୋଭିସିଲ୍ଡର 27 ଲକ୍ଷ 52 ଡୋଜ ରହିଥିବାବେଳେ 1 ଲକ୍ଷ 8 ହଜାର କୋଭାକ୍ସିନ ଟିକା ମହଜୁଦ ଅଛି । ରାଜ୍ୟର କେବଳ ଭୁବନେଶ୍ବର ଓ ଗଞ୍ଜାମରେ କୋଭାକ୍ସିନ ଦିଆଯାଉଥିବାବେଳେ ଅନ୍ୟ ସବୁଠି କୋଭିସିଲ୍ଡ ଟିକା ନେଉଛନ୍ତି ହିତାଧିକାରୀ । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଥମ ଡୋଜ ଟୀକାକରଣ ଶେଷ କରାଯିବାକୁ ଟାର୍ଗେଟ ରହିଥିବା କହିଛନ୍ତି ବିଜୟ ପାଣିଗ୍ରାହୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.