ETV Bharat / city

ଘରୁ ଗାଡି କାଢିଲେ ଛାତି ଧଡଧଡ - ଟ୍ରାଫିକ ନିୟମ କଡାକଡି

ନୂଆ ଟ୍ରାଫିକ ନିୟମ ଲାଗୁ ପରେ ଧରପଗଡ ଜୋର ହୋଇଛି । ପୋଲିସ, ଗାଡି ଚାଳକ ଓ ମାଲିକ ସମସ୍ତେ ସାବାଡ । ଚେକିଂକୁ କଡାକଡି ଯୋଗୁଁ ଚାଳକ 6 ଟଙ୍କା ଘୋଡାକୁ ଦାନା 9 ଟଙ୍କା ଭରୁଛନ୍ତି । ବହୁ ରାଜ୍ୟ ଏହି ନିୟମକୁ ଗ୍ରହଣ କରିନଥିବା ଓଡିଶାରେ ଏ ନେଇ ତୁମ୍ବିତୁଫାନ ମଚିଯାଇଛି ।

ଡିଜାଇନ ଫଟୋ
author img

By

Published : Sep 13, 2019, 8:00 PM IST

ହାଇଦ୍ରାବାଦ: ଗାଡି ଧରି ଘରୁ ବାହାରିଲେ ଛାତି ଧଡ ଧଡ । ରାସ୍ତାରେ ପୋଲିସ ଦେଖିଲେ ହାତ ଗୋଡ ଥରୁଛି । କାଳେ କେଉଁ ନିୟମରେ ଧରାପଡିଯିବୁ କି ? ଏଭଳି ଭୟରେ ଚାଳକ ଛାନିଆ । କାହିଁକି ବା ନ ହେବେ । ପହିଲାରୁ ନୂଆ ମୋଟର ଯାନ ଆଇନ ଲାଗୁ ନାଁରେ ଯେପରି ଜୋରିମାନା କଷୁଛନ୍ତି ଶୁଣିଲାବେଳକୁ କାନ ତାବଜା । କେବଳ ମେଟ୍ରୋସିଟି ନୁହେଁ ଓଡିଶା, ଉତ୍ତରପ୍ରଦେଶ , ହରିଆନା ଭଳି ରାଜ ରାସ୍ତାରେ ଗାଡି ଚଲାଇବା ଭାରୀ କାଠିକର ପାଠ । ଟ୍ରାଫିକ ନିୟମ ଉଲଙ୍ଘନ ଅଭିଯୋଗରେ କେଉଁଠି 25ହଜାର ଟଙ୍କାରେ ଅଟୋ କିଣି 47 ହଜାରର ଚାଲାଣ ଦେଉଛନ୍ତି ଚାଳକ ତ ପୁଣି କେଉଁଠି 15 ହଜାର ସ୍କୁଟିକୁ ଦେବାକୁ ପଡୁଛି 23 ହଜାର ଟଙ୍କାର ଫାଇନ। ଆଉ ଟ୍ରକ କଥା ତ ଛାଡ । ଓଭର ଲୋଡିଂ ଓ ଗାଡି ଫିଟନେସ ବାବଦକୁ କିଏ 2 ଲକ୍ଷ 500 ଟଙ୍କା ଦେଉଥିବା ବେଳେ କିଏ 1,41700 ଟଙ୍କା ଚାଲାଣ ଭରୁଛି ।

ଭିଡିଓ ସୌଜନ୍ୟ-ଇଟିଭି ଭାରତ

ସେହିପରି କିଛିଦିନ ତଳେ ଓଡିଶାରେ ମଧ୍ୟ 15ଟି ନିୟମ ଭାଙ୍ଗିଥିବା ଜଣେ ଅଟୋ ଚାଳକଙ୍କୁ 47500 ଟଙ୍କାର ଲମ୍ବା ଚଉଡା ଚାଲାଣ ଚିଠା ଧରାଇଦିଆଯାଇଥିଲା । ସମ୍ବଲପୁରରେ ଜଣେ ଟ୍ରକ ଚାଳକ ମଧ୍ୟ 86 ହଜାର ଟଙ୍କା ଜୋରିମାନା ଗଣିଥିଲେ । ସମାନଭାବେ ଯାହାକି ପୂରା ରାଜ୍ୟକୁ ହତବାକ କରିରଖିଦେଇଛି।

ନୂଆ ଟ୍ରାଫିକ ନିୟମ ଲାଗୁ ପରେ ଧରପଗଡ ଜୋର ହୋଇଛି । ପୋଲିସ, ଗାଡି ଚାଳକ ଓ ମାଲିକ ସମସ୍ତେ ସାବାଡ । ଚେକିଂକୁ କଡାକଡି ଯୋଗୁଁ ଚାଳକ 6 ଟଙ୍କା ଘୋଡାକୁ ଦାନା 9 ଟଙ୍କା ଭରୁଛନ୍ତି । ବହୁ ରାଜ୍ୟ ଏହି ନିୟମକୁ ଗ୍ରହଣ କରିନଥିବା ବେଳେ 10ଗୁଣା ଜୋରିମାନାକୁ ବିରୋଧ କରି ଭୁବନେଶ୍ବର ରାଜମହଲ ଛକରେ ତୁମ୍ବିତୋଫାନ ମଚିଯାଇଛିଲା । ଏପଟେ ନୂଆ ନିୟମ ଯୋଗୁଁ ପରେ ରାଜସ୍ବ ମଧ୍ୟ ଖସିବାକୁ ଲାଗିଲା । ଶେଷରେ ଓଡିଶା ସରକାର ନିୟମକୁ 3 ମାସ କୋହଳ କରି ପରିସ୍ଥତିକୁ ନିୟନ୍ତ୍ରଣ କରିଛନ୍ତି ।

ତେବେ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଦେଶର ସୁରକ୍ଷା ଓ ଅର୍ଥନୀତିକୁ କେତେ ଲାଭପ୍ରଦ ହେବ ତାହା ସମୟ ସାପେକ୍ଷ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.