ETV Bharat / city

ଓଡିଶା ଆସିଲେ RT-PCR ଟେଷ୍ଟ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ, ନଥିଲେ 7ଦିନ କ୍ବାରେଣ୍ଟାଇନ୍ - ଓଡିଶା ଆସୁଥିଲେ RT-PCR ଟେଷ୍ଟ ବାଧ୍ୟତାମୂଳକ

ଦିନକୁ ଦିନ ପୁଣି ରାଜ୍ୟରେ କୋରୋନା ସ୍ଥିତି ଉଗ୍ର ରୂପ ଧାରଣ କରିବାକୁ ବସିଲାଣି । ଏନେଇ ରାଜ୍ୟରେ କୋରୋନା ନିୟମ କଡାକଡି କରିଛନ୍ତି ରାଜ୍ୟ ସରକାର । ଏଣିକି ଅନ୍ୟ ରାଜ୍ୟରୁ ଟ୍ରେନ୍, ବସ୍, ବିମାନରେ ଓଡିଶା ଆସିଲେ RT-PCR ଟେଷ୍ଟ ରିପୋର୍ଟ ନେଗେଟିଭ ବାଧ୍ୟତାମୂଳକ କରାଯାଇଛି । ଅଧିକ ପଢନ୍ତୁ...

ଓଡିଶା ଆସୁଥିଲେ RT-PCR ଟେଷ୍ଟ  ବାଧ୍ୟତାମୂଳକ
ଓଡିଶା ଆସୁଥିଲେ RT-PCR ଟେଷ୍ଟ ବାଧ୍ୟତାମୂଳକ
author img

By

Published : Apr 8, 2021, 9:18 PM IST

Updated : Apr 9, 2021, 7:18 AM IST

ଭୁବନେଶ୍ବର: ଆପଣ ରାଜ୍ୟ ବାହାରୁ ଆସୁଛନ୍ତି କି ? ସାଧାରଣ ଗମନାଗମନ ବ୍ୟବସ୍ଥାରେ ଟ୍ରାଭେଲ କରିଛନ୍ତି କି ? ଆପଣଙ୍କୁ ପ୍ରବେଶ 72 ଘଣ୍ଟା ଭିତରେ ଦେଖିବାକୁ ପଡିବ କୋଭିଡ୍ ନେଗେଟିଭ୍ ରିପୋର୍ଟ । ଆରଟିପିସିଆର ଟେଷ୍ଟ ରିପୋର୍ଟ ନହେଲେ କୋଭିଡ ଡୋଜ ନେବାର ଫାଇନାଲ ରିପୋର୍ଟ ଦେଖାଇବାକୁ ପଡିବ । ନହେଲେ ଆପଣଙ୍କୁ 7 ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ବସ, ଟ୍ରେନ, ପ୍ଲେନ, ଜଳ ଜାହାଜରେ ଟ୍ରାଭେଲ କରିଥିଲେ ଏହି ଦୁଇ ରିପୋର୍ଟ ଦେବାକୁ ପଡିବ ।

ଦିନକୁ ଦିନ ପୁଣି ରାଜ୍ୟରେ କୋରୋନା ସ୍ଥିତି ଉଗ୍ର ରୂପ ଧାରଣ କରିବାକୁ ବସିଲାଣି । ଏନେଇ ରାଜ୍ୟରେ କୋରୋନା ନିୟମ କଡାକଡି କରିଛନ୍ତି ରାଜ୍ୟ ସରକାର । ଏଣିକି ଅନ୍ୟ ରାଜ୍ୟରୁ ଟ୍ରେନ୍, ବସ୍, ବିମାନରେ ଓଡିଶା ଆସିଲେ RT-PCR ଟେଷ୍ଟ ରିପୋର୍ଟ ନେଗେଟିଭ ବାଧ୍ୟତାମୂଳକ କରାଯାଇଛି । ଏନେଇ ଏସଆରସି କାର୍ଯ୍ୟାଳୟ ପକ୍ଷରୁ ବଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ରିପୋର୍ଟ ୭୨ ଘଣ୍ଟା ଭିତରେ ହୋଇଥିବା ଆବଶ୍ୟକ । ନହେଲେ ଦୁଇଟି କୋଭିଡ୍ ଟିକା ନେଇଥିବା ରିପୋର୍ଟ ଦେଖାଇବାକୁ ପଡିବ ବୋଲି ବଜ୍ଞପ୍ତିରେ ପ୍ରକାଶ ପାଇଛି । ନଚେତ୍ ସମସ୍ତ ଯାତ୍ରୀଙ୍କୁ ୭ ଦିନ ପାଇଁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପ୍ରିଲ 12ରୁ ରାଜ୍ୟ ସାରା ଏହା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏପଟେ ପଡୋଶୀ ରାଜ୍ୟ ବେଶେଷ କରି ଛତିଶଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ଉର୍ଦ୍ଧ୍ବଗାମୀ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ 10ରୁ ଏପ୍ରିଲ 30 ଯାଏଁ ଓଡିଶା-ଛତିଶଗଡ଼ ମଧ୍ୟରେ ସମସ୍ତ ଚଳାଚଳ ବନ୍ଦ କରିଛନ୍ତି ରାଜ୍ୟ ସରକାର । ବାର୍ଡରରେ ତନଖି ଫାଟକ କରି ନଜର ରଖିବା ଲାଗି ଛତିଶଗଡ଼ ସୀମାବର୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ଓଡିଶା ଆସୁଥିଲେ RT-PCR ଟେଷ୍ଟ  ବାଧ୍ୟତାମୂଳକ
ଓଡିଶା ଆସୁଥିଲେ RT-PCR ଟେଷ୍ଟ ବାଧ୍ୟତାମୂଳକ

ସେହିପରି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଂଜାମ, ଗଜପତି, ରାୟଗଡ଼ା, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାରେ ଟିଏମସି ପୁନଃ ଖୋଲିବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ବାହାରୁ ଫେରୁଥିବା ଲୋକ କ୍ୱାରେଣ୍ଟିନିରେ ରହିବା ଲାଗି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଟଙ୍କା ବ୍ୟବସ୍ଥା କରାଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 9, 2021, 7:18 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.