ଭୁବନେଶ୍ବର: ବ୍ରିଜ୍ ପାଲଟିଛି ବାର। ଦିନ ଦ୍ବିପହରେ ଚାଲିଛି ଖୁଲମଖୁଲା ପ୍ୟାର। ବାଇକ ଓ ସାଇକେଲ ଧରି ଖଟ୍ଟି କରୁଛନ୍ତି ଯୁବକ। ନା କେହି ଅଛି ଦେଖିବାକୁ ନା ଜଗିବାକୁ। ସେପଟେ ସନ୍ଧ୍ୟା ହେଲେ ମଦ ବୋତଲ ସହ ସିଗାରେଟରେ ଏଠାରେ ଜମୁଛି ଖଟ୍ଟି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଜୟଦେବ ବିହାରକଳିଙ୍ଗ ଷ୍ଟାଡିୟମ ପାଖରେ ଥିବା ଫୁଟ ଓଭର ବ୍ରିଜ୍ରେ। ରାଜଧାନୀରେ ମାଳ ମାଳ ପାର୍କଥିବା ସତ୍ତ୍ୱେ ପ୍ରେମୀ ଯୁଗଳ ଏହାକୁ ନିରାପଦ ମଣି ଏଠାରେ ଭିଡ ଜମାଉଥିବା ଦେଖିବାକୁ ମିଳୁଛି।
ହକି ବିଶ୍ୱକପ୍ ସମୟରେ ଫୁଟ ଓଭର ବ୍ରିଜ୍ କରି ଫୁଟାଣି ମାରୁଥିବା ପ୍ରଶାସନର ଏଥିପ୍ରତି ଯେପରି ନିଘା ନାହିଁ । ଫଳରେ ଏଠାରେ କିଛି ଅସାମାଜିକ ଯୁବକ ନିଶାଦ୍ରବ୍ୟ ଗ୍ରହଣ କରୁଥିବା ମଧ୍ୟ ନଜରକୁ ଆସିଛି। ଓଭର୍ ବ୍ରିଜରେ ଥିବା ଦିବ୍ୟାଙ୍ଗଙ୍କ ପାଇଁ ଥିବାପାଦ ଚଲା ପଥରେ ବାଇକ୍ ନେଇ ଓଭର୍ ବ୍ରିଜ ଉପରେ ଆଡ୍ଡା ଜମାଉଛନ୍ତି ଏମାନେ। ସନ୍ଧ୍ୟା ହେଲେ ଅନ୍ଧାରିଆ ହୋଇଯାଉଥିବାରୁ ଏଠାରେ ଯୋଡି ଜାଉଁଳିଙ୍କ ଭିଡ ଜମୁଥିବା ମଧ୍ୟ ଅଭିଯୋଗ ହେଉଛି ।
ଏପଟେ ଅସାମାଜିକ ଲୋକଙ୍କ ପାର୍ଦୁଭାବ ଫଳରେ ବ୍ରିଜ୍ ଉପରେ ଲୋକମାନେ ଯିବାକୁ ଡରୁଛନ୍ତି ବୋଲି କୁହାଯାଉଛି । ତେବେ ସ୍ଥାନୀୟ ଲୋକେ ଏସବୁକୁ ଦେଖୁଥିଲେ ମଧ୍ୟ ବିରୋଧ କରିବା ପାଇଁ ସାହସ କରିପାରୁନଥିବା ଜଣାପଡିଛି । ସେପଟେ ପ୍ରଶାସନ କେବଳ ଜଣେ ସିକ୍ୟୁରିଟି ଗାର୍ଡ ଦେଇ ନିଜ ମୁଣ୍ଡରୁ ଦାୟିତ୍ବ ଖସାଇଦେଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ