ETV Bharat / city

ବନ୍ୟା ପରେ କ୍ୟାପିଟାଲ ହସ୍ପିଟାଲରେ ଭିଡ: ମିଳୁନି ବେଡ, ବାରଣ୍ଡାରେ ପଡିଛନ୍ତି ରୋଗୀ

author img

By

Published : Aug 23, 2022, 9:58 PM IST

କ୍ୟାପିଟାଲ ହସ୍ପିଟାଲ୍‌ରେ ରୋଗୀସଂଖ୍ୟା ବୃଦ୍ଧି ପାଇଛି (Crowd of patients in capital hospital) । ଏଭଳି ସ୍ଥିତିରେ ବିଭିନ୍ନ ୱାର୍ଡର ବାରଣ୍ଡାରେ ପଡ଼ି ହନ୍ତସନ୍ତ ହେଉଛନ୍ତି ରୋଗୀ (patients lying on capital hospital Floor) । ଅଧିକ ପଢ଼ନ୍ତୁ

ବନ୍ୟା ପରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭିଡ଼, ମିଳୁନି ବେଡ୍‌, ବାରଣ୍ଡାରେ ପଡ଼ିଛନ୍ତି ରୋଗୀ

ଭୁବନେଶ୍ବର: ରାଜଧାନୀ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଏବେ ଜମୁଛି ରୋଗୀଙ୍କ ଭିଡ଼ (Crowd of patients in capital hospital) । ରାଜ୍ୟର ଅନେକ ବନ୍ୟାଞ୍ଚଳରୁ ଲୋକେ ନାନା ରୋଗରେ ପୀଡ଼ିତ ହେଉଛନ୍ତି (flood in Odisha) । କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ଛୁଟି ଆସୁଛନ୍ତି ରୋଗାକ୍ରାନ୍ତ । ସ୍ଥିତି ଏଭଳି ହେଲାଣି ଯେ, ହସ୍ପିଟାଲ୍‌ରେ ଲୋକଙ୍କୁ ବେଡ୍‌ ମିଳିବା ମୁସ୍କିଲ୍‌ ହୋଇ ପଡ଼ିଛି । ଫଳରେ ବାଧ୍ୟ ହୋଇ ଲୋକେ ହସ୍ପିଟାଲ୍‌ ବାରଣ୍ଡାରେ ପଡ଼ି ରହିଛନ୍ତି (patients lying on capital hospital Floor) ।

କ୍ୟାପିଟାଲ ହସ୍ପିଟାଲ୍‌ରେ ରୋଗୀସଂଖ୍ୟା ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ବିଭିନ୍ନ ୱାର୍ଡର ବାରଣ୍ଡାରେ ପଡ଼ି ହନ୍ତସନ୍ତ ହେଉଛନ୍ତି ରୋଗୀ (capital hospital bed problem) । ଖୋଦ୍‌ ରାଜଧାନୀରେ ଏଥର ତୁହାକୁ ତୁହା ବର୍ଷା ହୋଇଛି । ଫଳରେ ଏଠାରୁ ମଧ୍ୟ ଲୋକେ ରୋଗାକ୍ରାନ୍ତ ହୋଇ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ମୁହାଁଇଛନ୍ତି । ଟୋକେନ ଖଣ୍ଡିଏ ପାଇବା ପାଇଁ ୩ ଘଣ୍ଟା ଧରି ଧାଡିରେ ଛିଡା ହେବାକୁ ପଡୁଛି ।

ପ୍ରତିଦିନ ୮୦୦ରୁ ଅଧିକ ରୋଗୀଙ୍କ ପାଇଁ ବେଡ୍‌ ଆବଶ୍ୟକ ରହିଥିବା ଥିବା ବେଳେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ମାତ୍ର ୫୬୩ଟି ବେଡ୍‌ ରହିଛି । ରୋଗୀ ମାନେ ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଛନ୍ତି । ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ବା କେୟାର ଟେକରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।

ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ଚିକିତ୍ସାଳୟ ଭାବେ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ରହିଛି ସ୍ଵତନ୍ତ୍ର ପରିଚୟ । ସକାଳ ହେଲେ ଏଠାକୁ ଆଖପାଖ ଜିଲ୍ଲାରୁ ଯଥା ଖୋର୍ଦ୍ଧା, ପୁରୀ, ନୟାଗଡରୁ ଶତାଧିକ ସଂଖ୍ୟାରେ ରୋଗୀଙ୍କ ଭିଡ଼ ଲାଗିଥାଏ । ତେବେ ରାଜ୍ୟ ଅଧିକାଂଶ ସ୍ଥାନରେ ବନ୍ୟାସ୍ଥିତି ଯୋଗୁଁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ରୋଗୀମାନେ ବାରଣ୍ଡାରେ ଶୋଇବାକୁ ବାଧ୍ୟ ହେଉଛନ୍ତି । ସେପଟେ ହସ୍ପିଟାଲ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି । ସେଭଳି କୌଣସି ସ୍ଥିତି ଆସିନାହିଁ । ବେଡ୍‌ କମ ରହିଛି । ଅଧିକ ବେଡ୍‌ ପାଇଁ ସରକାରଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି ବୋଲି କହିଛନ୍ତି କ୍ୟାପିଟାଲ୍‌ ହସ୍ପିଟାଲ ନିର୍ଦ୍ଦେଶକ। ସରକାର ବେଡ ସଂଖ୍ୟା ବୃଦ୍ଧି କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ଏନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, "ବନ୍ୟା ମୁକାବିଲା କରିବା ପାଇଁ ହସ୍ପିଟାଲ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି । ସେଭଳି କୌଣସି ସ୍ଥିତି ଆସିନାହିଁ । ବେଡ କମ୍‌ ରହିଛି । ଅଧିକ ବେଡ୍‌ ପାଇଁ ସରକାରଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି । ସରକାରଙ୍କ ପକ୍ଷରୁ ବେଡ୍‌ ସଂଖ୍ୟା ବୃଦ୍ଧି କରିବା ପାଇଁ ଉଦ୍ୟମ ଚାଲିଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.