ETV Bharat / city

PDS ସାମଗ୍ରୀରୁ ମୁହଁ ଫେରାଉଛନ୍ତି ହିତାଧିକାରୀ

author img

By

Published : Apr 1, 2020, 1:16 PM IST

ପିଡ଼ିଏସରେ ମିଳୁଛି ପୋକରା ଚାଉଳ । ଚାଉଳ ନ ନେଇ ଫେରି ଯାଉଛନ୍ତି ହିତାଧିକାରୀ । ଅଧିକ ପଢନ୍ତୁ...

pds distribution is going, but people are not interested to take it
ପିଡ଼ିଏସରେ ମିଳୁଛି ପୋକରା ଚାଉଳ

ଭୁବନେଶ୍ବର : ପିଡ଼ିଏସରେ ମିଳୁଛି ପୋକରା ଚାଉଳ । ଏପରି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ବରରୁ । ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଠାରୁ ଅନ୍ତୋଦୟ ଯୋଜନା ହିତାଧିକାରୀଙ୍କୁ ଚାଉଳ ବଣ୍ଟନ ଆରମ୍ଭ ହୋଇଛି । ତେବେ ଏହି ଚାଉଳ ପୋକରା ଥିବାରୁ ହିତାଧିକାରୀମାନେ ଫେରିଯାଉ ଥିବା ଘଟଣା ସାମ୍ନାକୁ ଆସିଛି ।

ପିଡ଼ିଏସରେ ମିଳୁଛି ପୋକରା ଚାଉଳ

ଭୁବନେଶ୍ବର ୟୁନିଟ 3 ଅଞ୍ଚଳରେ ଥିବା ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ଠାରେ ଏହି ଚାଉଳ ବଣ୍ଟନ ଆରମ୍ଭ ହୋଇଛି । ଖାତା ପିଛା ମାସକୁ 35 କେଜି ହିସାବରେ 3 ମାସକୁ 105 କେଜି ଚାଉଳ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା । ହେଲେ ଚାଉଳରେ ପୋକ ସାଲୁବାଲୁ ଚାଲୁଥିବା ହିତାଧିକାରୀ କହିଛନ୍ତି ।

କିଛି ହିତାଧିକାରୀ ଚାଉଳ ନ ନେଇ ଫେରି ଯାଉଥିବା ବେଳେ ଆଉ କିଛି ହିତାଧିକାରୀ ଅନ୍ୟ କିଛି ଉପାୟ ନ ପାଇ ପିଡିଏସ ଚାଉଳକୁ ଘରକୁ ନେଉଛନ୍ତି । ପିଡିଏସ ସାମଗ୍ରୀ ନେବାକୁ କୈଣସି ବ୍ୟବସ୍ଥା ନ ଥିବାରୁ ହିତାଧିକାରୀ କ୍ଷୋଭ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.