ଭୁବନେଶ୍ବର: ଏଣିକି ବୈଦଶିକ ଢାଞ୍ଚାରେ କାମ କରିବ ପିସିଆର ଭ୍ୟାନ । ଦୁର୍ଘଟଣାସ୍ଥଳରେ ଏକକାଳୀନ ପହଞ୍ଚିବ ପିସିଆର, ଫାୟାର ରେସ୍କ୍ୟୁ ଫୋର୍ସ ଏବଂ ଆମ୍ବୁଲାନ୍ସ । ଏଥିପାଇଁ ଗୋଟିଏ ହେଲ୍ପଲାଇନ ନମ୍ବର ଜାରି ହୋଇ ଥିବାବେଳେ ଓଡ଼ିଶା ପୋଲିସ ପକ୍ଷରୁ ପ୍ରାରମ୍ଭିକ ତାଲିମ ଆରମ୍ଭ ହୋଇଯାଇଛି ।
ସୂଚନା ଅନୁଯାୟୀ ଏଣିକି ଦୁର୍ଘଟଣାସ୍ଥଳରେ ଏକକାଳୀନ ପହଞ୍ଚିବ ପୋଲିସ ପିସିଆର ସହ ଆମ୍ବୁଲାନ୍ସ ଓ ଫାୟାର ରେସ୍କ୍ୟୁ ଫୋର୍ସ । ଅର୍ଥାତ ରାସ୍ତାରେ ଦୁର୍ଘଟଣା ଘଟିଲେ ଆମ୍ବୁଲାନ୍ସ ଆହାତ ବା ଗୁରୁତର ଲୋକଙ୍କୁ ନେବ, ପୋଲିସ ସହାୟତ ସହ ଲ ଆଣ୍ଡ ଅର୍ଡ଼ର ମେଣ୍ଟେନ କରିବ ଏବଂ ଦୁର୍ଘଟଣାଗ୍ରସ୍ତ ବା ସମସ୍ୟାରେ ପଡିଥିବା ଲୋକଙ୍କୁ ଫାୟାର ରେସପନ୍ସ ଟିମ ଉଦ୍ଧାର କରିବ । ଏଭଳି ଏକ ସାଙ୍ଗରେ ସଭିଏଁ ଯୋଡ଼ି ହୋଇ ମୁକାବିଲା ପାଇଁ ଆରମ୍ଭ ହେବାକୁ ଥିବା ୧୧୨ ହେଲ୍ପ ଲାଇନ ସମସ୍ତ ସହାୟତା ପାଇଁ ସହଯୋଗ କରିବ । ଯାହାର ତାଲିମ ଓଡିଶା ପୋଲିସ ପ୍ରାଥମିକ ପର୍ଯାୟରେ ଆରମ୍ଭ କରିଛି ।
ଡିସିପି ଅଫିସରେ ଏନେଇ ଏକ ତାଲିମ କାର୍ଯକ୍ରମ ଆରମ୍ଭ ହୋଇଥିବା ଜଣାପଡିଛି । ଯେଉଁଥିରେ ଭୁବନେଶ୍ବରର ସମସ୍ତ ପିସିଆର କର୍ମଚାରୀ ହୋମଗାର୍ଡ, ଏଏସଆଇ, ଏସପିଓ ସମସ୍ତଙ୍କୁ ତାଲିମ ଦିଆଯାଇଛି । ଯାହାକି ଖୁବଶୀଘ୍ର ବୈଦେଶିକ ଢାଞ୍ଚାରେ କାମ କରିବ, ଏନେଇ ଖୁବଶୀଘ୍ର ଶୁଭାରମ୍ଭ କରାଯିବା ନେଇ ସୂଚନା ମିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ