ETV Bharat / city

ଜଙ୍ଗଲ ନିଆଁର ସାଙ୍ଘାତିକ ସତ: ପ୍ରାକୃତିକ କମ, ମନୁଷ୍ୟକୃତ ଅଧିକ

author img

By

Published : Mar 21, 2021, 2:47 PM IST

ଜଙ୍ଗଲରେ ଲାଗିଥିବା ନିଆଁ ଏବେ ନିୟନ୍ତ୍ରଣରେ ଅଛି । ଜଙ୍ଗଲରେ ନିଆଁ ଲାଗିବା ନେଇ ଖବର ଆସିଲେ, ତୁରନ୍ତ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଯାଉଛି ବୋଲି କହିଛନ୍ତି ପିସିସିଏଫ ଶଶୀ ପଲ ।

ଜଙ୍ଗଲ ନିଆଁ ଲାଗିବା ପ୍ରସଙ୍ଗ
ଜଙ୍ଗଲ ନିଆଁ ଲାଗିବା ପ୍ରସଙ୍ଗ

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ପ୍ରସଙ୍ଗକୁ ନେଇ ସାମ୍ନାକୁ ଆସିଛି ସାଙ୍ଘାତିକ ସତ୍ୟ । ଜଙ୍ଗଲରେ ଲାଗୁଥିବା ନିଆଁର ପ୍ରାକୃତିକ କାରଣ କମ ଥିବାବେଳେ ଅଧିକାଂଶ ମନୁଷ୍ୟକୃତ ବୋଲି ଜଣାପଡିଛି । ଏହି ସୂଚନା ଦେଇଛନ୍ତି ପିସିସିଏଫ ଶଶୀ ପଲ।

ଜଙ୍ଗଲ ନିଆଁ ଲାଗିବା ପ୍ରସଙ୍ଗ

ତେବେ ଜଙ୍ଗଲରେ ଲାଗିଥିବା ନିଆଁ ଏବେ ନିୟନ୍ତ୍ରଣରେ ଅଛି । ବନ ବିଭାଗର କର୍ମଚାରୀମାନେ ଗ୍ରାଉଣ୍ଡରେ ରହିଛନ୍ତି । ଜଙ୍ଗଲରେ ନିଆଁ ଲାଗିବା ନେଇ ଖବର ଆସିଲେ, ତୁରନ୍ତ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଯାଉଛି ବୋଲି କହିଛନ୍ତି ପିସିସିଏଫ ଶଶୀ ପଲ ।

କିନ୍ତୁ ଏହା ଭିତରେ ଜଙ୍ଗଲ ନିଆଁ ନେଇ ସତ ସାମ୍ନାକୁ ଆସିଛି । ଯେଉଁଥିରୁ ଜଣାପଡୁଛି, ଲାଗିଥିବା ଜଙ୍ଗଲ ନିଆଁ ଅଧିକାଂଶ ମନୁଷ୍ୟକୃତ ନିଆଁ । ବିଭିନ୍ନ କାରଣରୁ ଲୋକ ନିଜେ ନିଆଁ ଲଗାଇଥିଲେ । ମହୁଲ ପାଇଁ ହେଉ ବା ଧାନ କିଆରୀରେ ନିଆଁ ଯୋଗୁଁ ଏହା ଜଙ୍ଗଲକୁ ବ୍ୟାପିଛି ।

ଏହାସହ ଶିକାର ପାଇଁ ମଧ୍ୟ ଜଙ୍ଗଲ ନିଆଁ ଲଗାଯାଇଥିବା ଜଣାପଡିଛି । ଏଥିରେ ବହୁ ଲୋକ ଗିରଫ ହୋଇଛନ୍ତି । ରାଜ୍ୟର ପ୍ରାୟ 40 ରୁ ଅଧିକ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.