ETV Bharat / city

PCC Race: ଜଣେ ବିଧାୟକଙ୍କୁ ସଭାପତି କରିବାକୁ ତାରା-ଅଧିରାଜଙ୍କ ଦାବି - ଜଣେ ବିଧାୟକଙ୍କୁ ସଭାପତି କରିବାକୁ ଦାବି କଲେ ତାରା ବିହୀନିପତି

ରାଜ୍ୟ କଂଗ୍ରେସରେ ହେବ ବଡ ଧରଣର ପରିବର୍ତ୍ତନ । ଚଳିତ ମାସ ଶେଷ ସୁଦ୍ଧା ନୂଆ ସଭାପତି ପାଇବ ଓଡିଶା କଂଗ୍ରେସ । ନୂଆ ସଭାପତି କିଏ ହେବେ? କଣ ହେବ ପିସିସି ରୂପ ରେଖ ତାକୁ ନେଇ ଅଙ୍କକଷା ଜୋରଦାର ହୋଇଛି । ଅଧିକ ପଢନ୍ତୁ

ଅଧିରାଜଙ୍କ ଦାବି
PCC Race
author img

By

Published : Apr 19, 2022, 5:28 PM IST

Updated : Apr 19, 2022, 8:25 PM IST

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ହେବ ବଡ ଧରଣର ପରିବର୍ତ୍ତନ । ଚଳିତ ମାସ ଶେଷ ସୁଦ୍ଧା ନୂଆ ସଭାପତି ପାଇବ ଓଡିଶା କଂଗ୍ରେସ । ନୂଆ ସଭାପତି କିଏ ହେବେ ? କଣ ହେବ ପିସିସି ରୂପ ରେଖ ତାକୁ ନେଇ ଅଙ୍କକଷା ଜୋରଦାର ହୋଇଛି । ଏହାରି ଭିତରେ ଏକ ବଡ ବିସ୍ଫୋରଣର ମଧ୍ୟ ଦାନା ବାନ୍ଧୁଛି । ଯଦି ଜଣେ ବିଧାୟକଙ୍କୁ ପିସିସି ସଭାପତି କରାନଯାଏ ତେବେ ଅସନ୍ତୋଷ ବଢିବା ନେଇ ସଂକେତ ମିଳୁଛି । ସୂତ୍ର ଅନୁସାରେ ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟିରେ ସ୍ଥାନ ମିଳିପାରେ । ଏହାସହ ନୂଆ ପିସିସି କମିଟିରେ 4 ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତ କରିପାରନ୍ତି ହାଇକମାଣ୍ଡ । ଉପକୂଳ, ପଶ୍ଚିମ, ଦକ୍ଷିଣ ଏବଂ ଉତ୍ତର ଓଡିଶାରୁ 4 ଟି କାର୍ଯ୍ୟକାରୀ ସଭାପତି କରାଯିବା ନେଇ ଆଲୋଚନା ଜୋର ଧରିଛି।

ଜଣେ ବିଧାୟକଙ୍କୁ ସଭାପତି କରିବାକୁ ତାରା-ଅଧିରାଜଙ୍କ ଦାବି

ଯଦି ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି ଦାୟିତ୍ବ ମିଳେ, ତାହେଲେ ଉପକୂଳ ଓଡିଶାର ଟାଣୁଆ ନେତା ବିଧାୟକ ମହମ୍ମଦ ମୋକିମ, ଦକ୍ଷିଣ ଓଡିଶାର ଟାଣୁଆ ନେତା ବିଧାୟକ ତାରା ବାହିନୀପତି, ଉତ୍ତର ଓଡିଶାରୁ ବିଶିଷ୍ଟ ବ୍ୟବସାୟୀ ତଥା ବାଲେଶ୍ବର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ବ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି।

ତେବେ ଏଭଳି ଆଲୋଚନା ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି । ତାରା କହିଛନ୍ତି ପିସିସି ପରିବର୍ତ୍ତନ ସୁନିଶ୍ଚିତ । ବିଧାୟକ ମାନଙ୍କ ଭିତରୁ ଜଣଙ୍କୁ କାହାକୁ କରିବାକୁ ଆମେ ଦାବି କରୁଛୁ । ଯଦି ବିଧାୟକ ମାନଙ୍କ ଭିତରୁ କାହାକୁ ପିସିସି ସଭାପତି କରା ନଯାଏ ତେବେ ଆମେ ଅସନ୍ତୋଷ ପ୍ରକାଶ କରିବୁ । ଜଣେ ବିଧାୟକ ପିସିସି ହେଲେ ତାଙ୍କ ସହ 9 ବିଧାୟକ ବୁଲିବେ ଦଳ ଦମ ଦେଖାଇ ପାରିବ । ସଂଗଠନ ସୁଦୃଢ ହେବ । ମୋତେ ଯଦି କାର୍ଯ୍ୟକାରୀ ସଭାପତି ପଦ ଦିଆଯାଏ ମୁଁ ତାକୁ ଗ୍ରହଣ କରିବିନାହିଁ । ବିଧାୟକ ମାନଙ୍କ ସହ ଆଲୋଚନା କରି କଣ କରାଯିବ ସେ ନିଷ୍ପତ୍ତି ନେବୁ ବୋଲି ତାରା କହିଛନ୍ତି ।

ସେପଟେ, ପିସିସି ପରିବର୍ତ୍ତନ ନେଇ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ପିସିସି ପରିବର୍ତ୍ତନ ହେବାକୁ ଯାଉଛି । ତେଣୁ ଏଥର ଜଣେ ବିଧାୟକ ପିସିସି ସଭାପତି ହେଲେ ଭଲ ହେବ । କିନ୍ତୁ ବିଧାୟକଙ୍କ ସ୍ଥାନରେ ଅନ୍ୟ କାହାକୁ ଯଦି ହାଇକମାଣ୍ଡ ସଭାପତି କରନ୍ତି ତେବେ ମଧ୍ୟ ଆମେ ତାଙ୍କୁ ସମର୍ଥନ କରିବୁ । ଏହା ସହ ବିଧାୟକ ଦଳ ନେତା ମଧ୍ୟ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି ବୋଲି ଅଧିରାଜ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Apr 19, 2022, 8:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.