ETV Bharat / city

କଂଗ୍ରେସ ଦାୟିତ୍ୱ ଯିଏ ନେବ ତାକୁ ସ୍ୱାଗତ କରିବୁ: ସୁର

ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ ଫଳାଫଳ ଦୟନୀୟ ହେବା ପରେ ଏବେ କଂଗ୍ରେସ ନେତୃତ୍ବ ପରିବର୍ତ୍ତନ ଜୋର ଧରିଛି । ନିରଞ୍ଜନ ପଟ୍ଟନାୟକଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଧାୟକ ମାନେ। ଅଧିକ ପଢନ୍ତୁ

author img

By

Published : Apr 8, 2022, 9:07 PM IST

ସୁର
ସୁର

ଭୁବନେଶ୍ବର: କଂଗ୍ରେସ ଦାୟିତ୍ବ ଯିଏ ନେବ ଆମେ ତାକୁ ସ୍ବାଗତ କରିବୁ । ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ ଫଳାଫଳ ଦୟନୀୟ ହେବା ପରେ ଏବେ କଂଗ୍ରେସ ନେତୃତ୍ବ ପରିବର୍ତ୍ତନ ଜୋର ଧରିଛି । ନିରଞ୍ଜନ ପଟ୍ଟନାୟକଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଧାୟକ ମାନେ ।

କଂଗ୍ରେସ ଦାୟିତ୍ବ ଯିଏ ନେବ ତାକୁ ସ୍ବାଗତ କରିବୁ: ସୁର

ପିସିସି ସଭାପତି ପରିବର୍ତ୍ତନ ନେଇ ଦଳୀୟ ବିଧାୟକ ମାନେ ଖୋଲାଖୋଲି ମନ୍ତବ୍ୟ ଦେବା ପରେ କଂଗ୍ରେସ ରାଜନୀତି ଏବେ ଜୋର ଧରିଛି। ଗତକାଲି ଜୟପୁର ବିଧାୟକ ତାରା ବାହିନୀପତି ସର୍ବସାଧାରଣରେ ଜଣେ ବିଧାୟକଙ୍କୁ ପିସିସି ସଭାପତି କରାଯାଉ ବୋଲି କହିଥିଲେ । ଏପରିକି ତାରା ନିରଞ୍ଜନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ତାରାଙ୍କ ସହ ସ୍ବର ମିଳାଇଛନ୍ତି ବରିଷ୍ଠ ବିଧାୟକ ସୁର ରାଉତରାୟ । ସୁର ଏହାକୁ ସମର୍ଥନ କରିଛନ୍ତି ।

ସୁର କହିଛନ୍ତି ପିସିସି ଦୌଡରେ ଅନେକ ଆଶାୟୀ ଅଛନ୍ତି । ଦଳ ଭିତର ବହୁ ଆଶାୟୀ ଅଛନ୍ତି , ଯଦି ବାହାରୁ କୌଣସି ନେତା ଆସିବେ ତାକୁ ମଧ୍ୟ ଆମେ ସ୍ବାଗତ କରିବୁ। ହାଇକମାଣ୍ଡ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ । କଂଗ୍ରେସରେ ଆମୂଳଚୂଳ ପରିବର୍ତନ ଆବଶ୍ୟକ ରହିଛି । ଖାଲି ପିସିସି ସଭାପତି ନୁହେଁ ସମସ୍ତ ସଦସ୍ୟ ମଧ୍ୟ ବଦଳିବା ଦରକାର। ଯୁବବର୍ଗଙ୍କୁ ଦାୟିତ୍ବ ନିଅନ୍ତୁ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.