ଭୁବନେଶ୍ବର: କଂଗ୍ରେସର ଷ୍ଟାଣ୍ଡ ଆରମ୍ଭରୁ କ୍ଲିୟ । ଜାତୀୟ କଂଗ୍ରେସର ନିଷ୍ପତ୍ତି ଶିରୋଧାର୍ଯ୍ୟ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଏହାକୁ ପାଳନ କରିବ । ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶା କଂଗ୍ରେସ କୌଣସି ପରିସ୍ଥିତିରେ ଦ୍ରୌପଦୀଙ୍କ ପ୍ରାର୍ଥୀତ୍ବକୁ କରିବନି ସମର୍ଥନ । ଏନେଇ ପୁନର୍ବାର ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ଆସନ୍ତା ୮ ତାରିଖରେ ଏନଡିଏ ପ୍ରାର୍ଥି ଓଡ଼ିଶା ଗସ୍ତରେ ଆସିବେ । ମୁଖ୍ୟମନ୍ତ୍ରୀଙ୍କ ସମେତ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସର ବିଧାନସଭାର ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କୁ ଭେଟିବା ନେଇ ଚର୍ଚ୍ଚା ହେଉଛି । ତାଙ୍କ ପ୍ରାର୍ଥୀତ୍ବରେ ସମର୍ଥନ କରିବା ଲାଗି ଦ୍ରୌପଦୀ ଅନୁରୋଧ କରିପାରନ୍ତି । ସେଥିପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ସବୁ କ୍ଲିୟର କରାଇ ଦେଇଛନ୍ତି ।
ଶରତ କହିଛନ୍ତି ଯେ, "ଆମର ଷ୍ଟାଣ୍ଡ କ୍ଲିୟର ରହିଛି । ଜାତୀୟ କଂଗ୍ରେସ ଯାହା ନିଷ୍ପତ୍ତି ନେଇଛନ୍ତି ପ୍ରଦେଶ କଂଗ୍ରେସ ସେଥିରେ ଯିବ । ଆମର ପ୍ରାର୍ଥୀ ହେଉଛନ୍ତି ଯଶବନ୍ତ ସିହ୍ନା । ପାର୍ଟି ଭିତ୍ତିରେ ନିର୍ବାଚନ ହେଉଥିବାରୁ ଆମେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିପରିବୁ ନାହିଁ । ୟୁପିଏ ପ୍ରାର୍ଥୀଙ୍କୁ ଆମର ସମର୍ଥନ ରହିଛି । କଂଗ୍ରେସର ଦଳ ଏକ ହୋଇଅଛି । ବିଧାନସଭାର ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତରେ ୯ରୁ ୯ ବିଧାୟକ ଏକ ହୋଇଅଛନ୍ତି ।"
ତେବେ ଯଶବନ୍ତ ସିହ୍ନା ଓଡ଼ିଶା ଆସିବା ନେଇ ବର୍ତ୍ତମାନ କୌଣସି ଖବର ନାହିଁ । ହେଲେ ସେ ଆସିପାରନ୍ତି, ଏନେଇ ଆଲୋଚନା ଚାଲିଛି । ଏପର୍ଯ୍ୟନ୍ତ ମ୍ୟାସେଜ ଆସିନଥିବା ଶରତ ପଟ୍ଟନାୟକ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର