ETV Bharat / city

ଗୃହମନ୍ତ୍ରୀଙ୍କୁ ନେଇ ମୁହାଁମୁହିଁ କଂଗ୍ରେସ-ବିଜେପି, ବହିଷ୍କାର ଦାବି କଲେ ନିରଞ୍ଜନ - protest against minister ajay mishra

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଓ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଭୁବନେଶ୍ବରରେ ଛାତ୍ର କଂଗ୍ରେସର ବିରୋଧକୁ ସମର୍ଥନ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଅଣ୍ଡାମାଡକୁ ବିଜେପିର ବିରୋଧ । ଅଧିକ ପଢନ୍ତୁ...

ଅଜୟ ମିଶ୍ରାଙ୍କୁ ଅଣ୍ଡାମାଡ ପରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା

author img

By

Published : Oct 31, 2021, 4:57 PM IST

ଭୁବନେଶ୍ବର: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ଭୁବନେଶ୍ବରରେ ଛାତ୍ର କଂଗ୍ରେସର ବିରୋଧ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ୟୁପିର ଲକ୍ଷ୍ମୀପୁର ଖେରିରେ ଯେଉଁ ଘଟଣା ଘଟିଲା କଂଗ୍ରେସ ତାହାକୁ ବିରୋଧ କରୁଛି। ମନ୍ତ୍ରୀ ପଦରୁ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବି କରି ଆସୁଛି କଂଗ୍ରେସ ।

ଅଜୟ ମିଶ୍ରାଙ୍କୁ ଅଣ୍ଡାମାଡ ପରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା

ସେହିପରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି । ମନ୍ତ୍ରୀଙ୍କ ରାୟପୁର ବାସଭବନରେ ମମିତା ମେହେରଙ୍କ ସହ ଗୋବିନ୍ଦଙ୍କ ମିଟିଂ ହୋଇଥିଲା କାହିଁକି ? ଦିବ୍ୟଶଙ୍କର ମିଶ୍ର ଜଣେ ମନ୍ତ୍ରୀ ହୋଇଥିବାରୁ ଡାକ ବଙ୍ଗଳା, ସର୍କିଟ ହାଉସ, ଗେଷ୍ଟ ହାଉସରେ ନରହି ସେ କାହିଁକି ରହୁଥିଲେ କଲେଜରେ? ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ଦିଅନ୍ତୁ ନହେଲେ ତାଙ୍କୁ ବହିଷ୍କାର କରାଯାଉ। ନଚେତ ଆଗକୁ ଛାତ୍ର, ଯୁବ ଓ ମହିଳା କଂଗ୍ରେସ ଏହିଭଳି ପ୍ରତିବାଦ ଜାରି ରଖିବ ବୋଲି କହିଛି ନିରଞ୍ଜନ ପଟ୍ଟନାୟକ।

ଅନ୍ୟପଟେ ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ଅଣ୍ଡାମାଡକୁ ନିନ୍ଦନୀୟ କହିଛି ବିଜେପି । ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି ଯେ, ଏହା କଂଗ୍ରେସର ପୁରୁଣା ପରମ୍ପରା, ସେଥିପାଇଁ ଆଜି ଦେଶରୁ ପୋଛିଯିବାକୁ ବସିଛି କଂଗ୍ରେସ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.