ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କଡା ସମାଲୋଚନା । ପୂର୍ବତନ ବାଚସ୍ପତି ଶରତ କରଙ୍କ ପାଇଁ ସରକାର ପାତର ଅନ୍ତର କରିବା ଠିକ ହୋଇନାହିଁ ଦର୍ଶାଇ ଚିଠି ଲେଖି ସମାଲୋଚନା କରିଛନ୍ତି ନିରଞ୍ଜନ ।
ପୂର୍ବତନ ବାଚସ୍ପତି ଶରତ କରଙ୍କ କ୍ଷେତ୍ରରେ ରାଜ୍ୟ ସରକାର ପାତର ଅନ୍ତର କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏଭଳି ପାତର ଅନ୍ତର ରାଜନୀତି ଠିକ ନୁହେଁ । ଜଣେ ପୂର୍ବତନ ବାଚସ୍ପତି, ସାହିତ୍ୟିକ ବ୍ୟକ୍ତି ହୋଇଥିବାରୁ ରାଜ୍ୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ହେବା କଥା ବୋଲି ପିସିସି ସଭାପତି କହିଛନ୍ତି ।
ହେଲେ ସରକାର ତାହା କଲେ ନାହିଁ । ଯାହାକି ଗ୍ରହଣୀୟ ନୁହେଁ ବୋଲି କହି ସରକାରଙ୍କୁ ସମାଲୋଚନା କରିଛନ୍ତି ନିରଞ୍ଜନ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ