ETV Bharat / city

ଦଳୀୟ ଅନ୍ତଃକନ୍ଦଳ ନେଇ ନିରଞ୍ଜନଙ୍କ ପ୍ରତିକ୍ରିୟା, ନିର୍ବାଚନ ଉପରେ ପଡିବ ନାହିଁ ପ୍ରଭାବ

କୋରାପୁଟ ଜିଲ୍ଲା କଂଗ୍ରେସର ଗୋଷ୍ଠୀକନ୍ଦଳ ପଦାରେ ପଡିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ରାଜ୍ୟ କଂଗ୍ରେସ ମୁଖିଆ । କହିଲେ ଦଳର ଆଭ୍ୟନ୍ତରୀଣ ମାମଲା, ଗଣମାଧ୍ୟମରେ ସୂଚନା ଦେବା ଉଚିତ ନୁହେଁ । କିନ୍ତୁ ନିର୍ବାଚନରେ ଏହାର କୌଣସି ପ୍ରଭାବ ରହିବ ନାହିଁ । ଅଧିକ ପଢନ୍ତୁ...

author img

By

Published : Aug 23, 2021, 9:32 PM IST

ଦଳୀୟ ଅନ୍ତଃକନ୍ଦଳ ନିରଞ୍ଜନଙ୍କ ପ୍ରତିକ୍ରିୟା, ନିର୍ବାଚନ ଉପରେ ପଡିବ ନାହିଁ ପ୍ରଭାବ

ଭୁବନେଶ୍ବର: କୋରାପୁଟ ଜିଲ୍ଲା କଂଗ୍ରେସର ଗୋଷ୍ଠୀକନ୍ଦଳ ପଦାରେ ପଡିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ରାଜ୍ୟ କଂଗ୍ରେସ ମୁଖିଆ । ସୋମବାର କଂଗ୍ରେସ ଭବନରେ କୋରାପୁଟ ଜିଲ୍ଲା ସଭାପତିଙ୍କ ବୈଠକ ବର୍ଜନ କରିବା ପରେ ପିସିସି ସଭାପତିଙ୍କ ଉପରେ ବିଷୋଦଗାର କରି କଣ ପାଇଁ ନିରଞ୍ଜନ ମୁଁହ ଖୋଲୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ । ତେବେ ଏହାର ଉତ୍ତର ରଖିଛନ୍ତି PCC ସଭାପତି ନିରଞ୍ଜନ ପଟ୍ଟନାୟକ।

ପ୍ରତିକ୍ରିୟାରେ ନିରଞ୍ଜନ କହିଛନ୍ତି, ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ବର୍ତ୍ତମାନ ସ୍ଥିତିରେ ଗଣମାଧ୍ୟମକୁ କିଛି ସୂଚନା ଦେଇ ହେବନାହିଁ କି ଉଚିତ ମଧ୍ୟ ନୁହେଁ । ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରାଯିବ। ବର୍ତ୍ତମାନ ଦଳରେ ଦେଖାଦେଇଥିବା ଅନ୍ତଃକନ୍ଦଳର ପ୍ରଭାବ ଆଗାମୀ ପଞ୍ଚାୟତ ନିର୍ବାଚନରେ ପଡିବ ନାହିଁ ବୋଲି ମଧ୍ୟ ସେ ଦମ୍ଭ ମଧ୍ୟ ଦେଖାଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.