ଭୁବନେଶ୍ବର: ସୁସ୍ଥ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ(ରୁଟିନ ଚେକ ଅଫ୍) ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ନିରଞ୍ଜନ ପଟ୍ଟନାୟକ ଟ୍ବିଟ କରି ସୂଚନା ଦେଇଛନ୍ତି । ସମସ୍ତଙ୍କ ଶୁଭକାମନା ପାଇଁ ଜଣାଇଛନ୍ତି ଧନ୍ୟବାଦ ।
ଗତ ଗୁରୁବାର ଓଡିଶା ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀ ସ୍ଥିତ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୂର୍ବରୁ ତାଙ୍କର ହାର୍ଟ ଅପରେସନ ହୋଇଥିବା ବେଳେ ଚେକ ଅପ୍ ପାଇଁ ସେ ଯାଇଛନ୍ତି ।
ସୂଚନାଯୋଗ୍ୟ, ନିକଟରେ ଦିବଙ୍ଗତ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କ୍ଲୋଜ କଣ୍ଟାକ୍ଟରେ ଆସିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଇସୋଲେସନରେ ଥିଲେ । ତେବେ ତାଙ୍କର କୋରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା ବୋଲି ସୂଚନା ରହିଛି ।