ETV Bharat / city

Niranjana Reaction; ଅଣ୍ଡା ମାଡ଼ ପ୍ରତିବାଦର ପନ୍ଥା ନୁହେଁ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉପରେ ଅଣ୍ଡା ମାଡ ଘଟଣା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ(PCC President Niranjan Patnaik) । ଅଧିକ ପଢନ୍ତୁ

author img

By

Published : Nov 26, 2021, 4:27 PM IST

ଅଣ୍ଡା ମାଡ଼ ପ୍ରତିବାଦର ପନ୍ଥା ନୁହେଁ: Pcc President Niranjan Patnaik

ଭୁବନେଶ୍ବର: ଭୁବନେଶ୍ୱର ସାଂସଦ (Bhubaneswar MP Aparajita) ଅପରାଜିତା ଷଡଙ୍ଗୀଙ୍କ ଉପରେ ଅଣ୍ଡା ମାଡ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅପରାଜିତା ହୁଅନ୍ତୁ କି ଅନ୍ୟ କେହି କାହା ଉପରେ ଅଣ୍ଡାମାଡ ଠିକ ନୁହେଁ । ରାଜଧାନୀରେ କେହି ସୁରକ୍ଷିତ ନୁହନ୍ତି । କେବଳ ଅପରାଜିତା ନୁହନ୍ତି । ତାଙ୍କୁ କେବଳ ସୁରକ୍ଷା କଥା ପଡିନି ବରଂ ସବୁ ଲୋକଙ୍କୁ ସୁରକ୍ଷା ଦରକାର ବୋଲି ନିରଞ୍ଜନ କହିଛନ୍ତି ।

ଅଣ୍ଡାମାଡ଼ କୌଣସି ମତେ ଗ୍ରହଣୀୟ ନୁହେଁ । ଅଣ୍ଡା, ଟମାଟୋ ଓ ଢେଲା ମାଡ ଦ୍ଵାରା ସମସ୍ୟାର ସମାଧାନ ହେବ ନାହିଁ । ଆଗରୁ ଛାତ୍ର ଓ ଯୁବକ ମାନେ ପ୍ରତିବାଦ କରିବା ସମୟରେ ସରକାରଙ୍କ ପକ୍ଷରୁ ଆଲୋଚନା ହୋଇ ସମାଧାନ ପାଇଁ ବାଟ ବାହାରୁଥିଲା । ଏବେ କିନ୍ତୁ ସେ ସବୁ ହେଉନି । ବେଶୀ ବେକାରୀ ଓ ବେରୋଜଗାର ବଢିବା ଫଳରେ ଛାତ୍ର ଓ ଯୁବକ ଅଧିକ ପ୍ରତିକ୍ରିୟାଶୀଳ ହେଉଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.