ETV Bharat / city

କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ବୈଠକ: ପିସିସି ସଭାପତି କ୍ଷୁବ୍ଧ - pcc president niranjan patnaik

ରାଜ୍ୟ କଂଗ୍ରେସରେ ବିଦ୍ରୋହର ନିଆଁ । ବିଦ୍ରୋହୀ ଗୋଷ୍ଠୀ ଓ ପିସିସି ସଭାପତି ମୁହାଁମୁହିଁ । ଆଜି(ବୁଧବାର) ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ କଂଗ୍ରେସରେ ନେତୃତ୍ବ ପରିବର୍ତ୍ତନ ସହିତ ନବକଳେବର ପାଇଁ ପ୍ରସ୍ତୁତ ହୋଇଥିବାବେଳେ ଏହା ଶୁଣି ଚମକି ଉଠିଛନ୍ତି ଖୋଦ ସଭାପତି ନିରଞ୍ଜନ ପଟ୍ଟନାୟକ ।

ଡିଜାଇନ ଫଟୋ
author img

By

Published : Oct 30, 2019, 11:03 PM IST

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ବିଦ୍ରୋହର ନିଆଁ । ବିଦ୍ରୋହୀ ଗୋଷ୍ଠୀ ଓ ପିସିସି ସଭାପତି ମୁହାଁମୁହିଁ । ଆଜି(ବୁଧବାର) ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ କଂଗ୍ରେସରେ ନେତୃତ୍ବ ପରିବର୍ତ୍ତନ ସହିତ ନବକଳେବର ପାଇଁ ପ୍ରସ୍ତୁତ ହୋଇଥିବାବେଳେ ଏହି ପୁରୁଣା ରୋଗ ପାଇଁ ଦଳ ତିଷ୍ଠି ପାରୁନି ବୋଲି କହିଛନ୍ତି ସଭାପତି ନିରଞ୍ଜନ ପଟ୍ଟନାୟକ ।

କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ବୈଠକ, ପିସିସି ସଭାପତି କ୍ଷୁବ୍ଧ

କଂଗ୍ରେସକୁ ଫେରିଲା ପୁରୁଣା ରୋଗ । ପିସସି ସଭାପତି ବିରୋଧରେ ବିଦ୍ରୋହ । ସଭାପତି ବଦଳାଇ ନବକଳେବର ପାଇଁ ଅଣ୍ଟା ଭିଡିଛନ୍ତି ତୁଙ୍ଗ ନେତା । ସାମ୍ନାକୁ କିଛି କର୍ମୀଙ୍କୁ ଆଣି ପ୍ରଚ୍ଛଦ ପଟ୍ଟରେ ରହିଛନ୍ତି ମୁଖ୍ୟ ପୁରୋଧା । ଯାହାକୁ ନେଇ ରାଜ୍ୟ କଂଗ୍ରସରେ ଦେଖା ଦେଇଛି କମ୍ପନ । ଆଜି(ବୁଧବାର) ପାନ୍ଥ ନିବାସରେ କଂଗ୍ରେସର କିଛି ନେତା ଏକାଠି ହୋଇ ପିସିସିର ନବକଳେବର ପାଇଁ ଯୋଜନା ଚଲାଇଥିଲେ ।

ଏଠାରେ ପିସିସି ସଭାପତି ପରିବର୍ତ୍ତନ ସହ ମହମ୍ମଦ ମୋକିମ୍‌ଙ୍କୁ ଦଳର ସଭାପତି କରିବାକୁ ପ୍ରସ୍ତାବ ଆସିଥିବା ସୂଚନା ମିଳିଛି । ସେପଟେ ଏହା ଶୁଣି ଚମକି ଉଠିଛନ୍ତି ଖୋଦ ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ‘ଏହି ପୁରୁଣା ରୋଗ ପାଇଁ ଆଜି ଦଳ ତିଷ୍ଠି ପାରୁନି । ଦମ ଅଛି ତ ପରିବାରବାଦ ବନ୍ଦ କର । ପିସିସି ସଭାପତି ପାଇଁ କିଏ ଆଗ୍ରହୀ ସେ ତାଲିକା ମୋତେ ଦିଅ ମୁଁ ଏଆଇସିସିକୁ ଦେବି ।’

ତେବେ କିଛି ଦିନର ଅବ୍ୟାହତି ପରେ କଂଗ୍ରେସରେ ପୁଣି ପିସିସି ସଭାପତି ପରିବର୍ତ୍ତନ ଚର୍ଚ୍ଚା ଦଳକୁ କେତେ ସୁହାଇବ ତାହା ସମୟ କହିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟ କଂଗ୍ରେସରେ ବିଦ୍ରୋହର ନିଆଁ। ପିସିସି ସଭାପତି ଓ ବିଦ୍ରୋହୀ ଗୋଷ୍ଠୀ ମୁହାଁମୁହିଁ। ଆଜି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ କଂଗ୍ରେସ ରେ ନେତୃତ୍ୱ ପରିବର୍ତ୍ତନ ସହିତ ନବକଳେବର ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଏହା ଶୁଣି ଚମକି ଉଠିଛନ୍ତି ଖୋଦ ସଭାପତି ନିରଞ୍ଜନ ପଟ୍ଟନାୟକ। କହିଛନ୍ତି ଏହି ପୁରୁଣା ରୋଗ ପାଇଁ ଆଜି ଦଳ ତିଷ୍ଠି ପାରୁନି। ଦମ ଅଛି ତ ପରିବାରବାଦ ବନ୍ଦ କର। ପିସିସି ସଭାପତି ପାଇଁ କିଏ ଆଗ୍ରହୀ ସେ ତାଲିକା ମୋତେ ଦିଅ ମୁଁ AICCକୁ ଦେବି ବୋଲି ସେ ସିଧାସଳଖ ଆହ୍ୱାନ ଦେଇଛନ୍ତି। ତେବେ ଏଘଟଣା ଜାଣିବା ପରେ ବିଚଳିତ ହୋଇପଡିଛନ୍ତି ଖୋଦ ସଭାପତି।Body:ବାଇଟ ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.