ETV Bharat / city

ଚାଷୀଙ୍କ ପ୍ରତି ନିର୍ଦୟ ହୁଅନ୍ତୁ ନାହିଁ ସରକାର: ନିରଞ୍ଜନ

ଧାନ ବିକିବା ପାଇଁ ଦୁର୍ଦ୍ଦଶାର ସାମ୍ନା କରୁଛି ଚାଷୀ । ଆଜି ଏନେଇ ଏକ ବିଜ୍ଞପ୍ତି ଜରିଆରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ...

PCC chief Niranjan pattnaik
ଚାଷୀଙ୍କ ପ୍ରତି ନିର୍ଦୟ ହୁଅନ୍ତୁ ନାହିଁ ସରକାର: ନିରଞ୍ଜନ
author img

By

Published : Jun 6, 2021, 5:23 PM IST

ଭୁବନେଶ୍ବର: କୋରୋନା କାଳରେ ଚଳିତ ବର୍ଷ ରବି ଧାନ ଫସଲ ଫଳେଇବା ପାଇଁ ଚାଷୀ କମ କଷ୍ଟ କରିନାହିଁ​ । ଚାଷୀକୁ ବହୁ କଷ୍ଟ କରିବାକୁ ପଡିଛି । କୋରୋନାର ଭୟକୁ ବେଖାତିର କରି ସେ ଫସଲ ଫଳେଇଲା । ଧାନ ଅମଳ ବେଳକୁ ମାଡିଆସିଲା କାଳ ବୈଶାଖୀ​ । ପାଚିଲା ଧାନକୁ ପାଣିରୁ ଛାଣି ଆଣି ଅମଳ କରିବା ଓ ତାକୁ ଶୁଖେଇବା ପାଇଁ ନୟାନ୍ତ ହେଲା ଚାଷୀ । ତା ପରେ ପରେ ଆସିଲା ୟସ ବାତ୍ୟା । ଅମଳ ହୋଇଥିବା ଧାନକୁ ସୁରକ୍ଷିତ ରଖିବା ପାଇଁ ଝାଳ ନାଳ ହୋଇଗଲେ ଚାଷୀ​ । ମାତ୍ର ଏତିକିରେ ସେମାନଙ୍କ ଦୁର୍ଦଶାର ଅନ୍ତ ହେଲା ନାହିଁ । ଏବେ ଧାନ ବିକିବା ପାଇଁ ଦୁର୍ଦ୍ଦଶାର ସାମ୍ନା କରୁଛି ଚାଷୀ । ଆଗର ଦୁର୍ଦ୍ଦଶାର କାରଣ ଥିଲା ମହାମାରୀ କୋରୋନା ଏବଂ ପ୍ରକୃତି । ମାତ୍ର ଏବେ ସେମାନଙ୍କ ଦୁର୍ଦ୍ଦଶାର କାରଣ ହେଉଛନ୍ତି ସରକାର​ । ଆଜି ଏ ନେଇ ଏକ ବିଜ୍ଞପ୍ତି ଜରିଆରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ନିରଞ୍ଜନ କହିଛନ୍ତି, ଚାଷୀଙ୍କ ଠାରୁ ଧାନ କିଣିବା କ୍ଷେତ୍ରରେ ଅଦ୍ଭୁତ ନୀତି ସରକାରଙ୍କର । ଚାଷୀ ଯାହା ଧାନ ଅମଳ କଲା, ସେଥିରୁ କେତେ ସରକାର କିଣିବେ ତାର ଠିକଣା ନାହିଁ । କାହାର କେତେ ଧାନ ଅମଳ ହେବ ତା ପାଇଁ ସରକାର ଆରଆଇ ମାନଙ୍କ ଦେଇ ଏକ ଆକଳନ କରିଥିଲେ । ରେଜିଷ୍ଟ୍ରସନ ପାଇଁ ପଟ୍ଟା ଏବଂ ଜମିର କାଗଜ ପତ୍ର ମାଗିଲେ । ସେଥିପାଇଁ ଚାଷୀ ମଧ୍ୟ କମ ଧାଁ ଧପଡ଼ କରିନାହିଁ । କିନ୍ତୁ ସେସବୁ ଚୁଲିକି ଗଲା । ଆକଳନ ମୁତାବକ ଟାର୍ଗେଟ ଆସିଲା ନାହିଁ । ସବୁ ଧାନ କିଣାଯିବ ନାହିଁ ବୋଲି ସରକାର ନିଷ୍ପତି କରି ଚାଷୀଙ୍କୁ ଶୁଣାଇଦେଲେ । କିନ୍ତୁ କେତେ କିଣାଯିବ କହିଲେ ନାହିଁ । କହିଲେ ଚାଷୀଙ୍କ​ ପାଖରେ ଟୋକନ ପହଞ୍ଚିବ । ଟୋକନ ପହଞ୍ଚିଲା । ମାତ୍ର ସେଥିରେ ଚାଷୀ ଅମଳ କରିଥିବା ଧାନର ଏକ ତୃତୀୟାଂଶ ମାତ୍ର ଦର୍ଶାଯାଇଥିଲା । ହେଲେ ତା ମଧ୍ୟ​ କିଣା ଗଲାନାହିଁ​ । ଟୋକନ ନେଇ ମଣ୍ଡିକୁ ଗଲାବେଳକୁ ମିଲ ବାଲା ଆସିଲା ନାହିଁ । ଫଳରେ ଅନେକ ଚାଷୀଙ୍କ ଟୋକନ ଅକାମି ହୋଇଗଲା । ଟୋକନ ବ୍ୟବସ୍ଥା ମଧ୍ୟ ଚାଷୀ ପାଇଁ ଏକ ପେଁଚ । ଆଗରୁ ଟୋକନ ବ୍ୟବସ୍ଥା ମାସେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହୁଥିଲା । ମାତ୍ର ଏବେ ତାକୁ​ ପନ୍ଦର ଦିନରେ ଅକାମି କରି ଦିଆଯାଉଛି । ଫଳରେ ସେହି ସମୟ ଭିତରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ପାରିଲା ନାହିଁ​ । ତାହା ହିଁ ଅନେକ ଚାଷୀଙ୍କ କ୍ଷେତ୍ରରେ ହୋଇଛି ।

ଏମିତି ବି ଚାଷୀ ଅଛନ୍ତି ଯେଉଁ ମାନଙ୍କ ପାଖରେ ଏବେ ସୁଦ୍ଧା ମେସେଜ ପହଞ୍ଚି ନାହିଁ କି ଟୋକନ ବି ପହଞ୍ଚିନି । ସେମାନେ ସମସ୍ତେ ଧାନ ବିକିବା ପାଇଁ ଡହଳ ବିକଳ ହେଉଛନ୍ତି । ଏହା ସାଙ୍ଗକୁ ମିଲର ମାନଙ୍କ ମନମାନି । କେବେ​ ଧାନ ସେମାନେ ମଣ୍ଡିରୁ ନେବେ ତାର କୌଣସି ଠିକ ଠିକଣା ନାହିଁ । ଫଳରେ କେବେ ଧାନ ମପା ହେବ ସେ ବିଷୟରେ ଜାଣିବା ପାଇଁ ଚାଷୀ​ ମଣ୍ଡିକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛି । ଧାନ ବିକିଲା ବେଳେ ଚାଷୀଙ୍କ ଉପରେ ଜୁଲୁମ । ସେମାନେ କଟଣୀ ଓ ଛଟଣିର ଶିକାର ହେଉଛନ୍ତି । ଠାଏ ଠାଏ ୭/ ୮ କିଲୋ ଧାନ କଟା ଯାଉଛି । ସେମାନଙ୍କ ଧାନର ଗୁଣବତ୍ତା କୁଆଡେ ନାହିଁ । ସେଥିରେ ଆଦ୍ରତା ଅଛି ବୋଲି କୁହାଯାଉଛି । ସବୁ ଦୋଷ ଓ ବୋଝ ଚାଷୀଙ୍କ ଉପରେ ନଦି ଦେଉଛନ୍ତି ସରକାର​ । ଧାନ କିଣିଲା ବେଳେ ଅଖା ମିଲ ମାଲିକ ଦେବା କଥା କୁହାଯାଇଛି । ମାତ୍ର ତାହା ହେଉନାହିଁ । ଚାଷୀକୁ ଅଖା ସହ ଧାନ ଦେବାକୁ ପଡୁଛି । ଅଖା ପିଛା ୨୫ ଟଙ୍କା ଚାଷୀକୁ ଭରଣା କରିବାକୁ ପଡୁଛି । ଅଫିସର, ମିଲ ମାଲିକ ଆଉ ନେତା ଏକାଠି ହୋଇ ଚାଷୀଙ୍କୁ ଲୁଟ କରିବାରେ ଲାଗିଛନ୍ତି​ । ପ୍ରଦେଶ କଂଗ୍ରେସ ଚାଷୀଙ୍କ ଏହି ଦୁର୍ଦଶାକୁ ଅତ୍ୟନ୍ତ ଗୁରୁତ୍ୱର ସହିତ ନେଇଛି । ସରକାର ଯଦି ଏହାର ତୁରନ୍ତ ପ୍ରତିକାର​ ନ ନିଅନ୍ତି, ତେବେ ରାଜ୍ୟର ସମସ୍ତ ମଣ୍ଡି ଏବଂ ବ୍ଲକ ଅଫିସ ସାମ୍ନାରେ ଚାଷୀ ମାନେ ଶାନ୍ତିପୂର୍ଣ ଭାବରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ । ଏ ନେଇ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ​ ଚେତାବନୀ ଦେଇଛନ୍ତି ।

ଅକାମି ହୋଇଥିବା ଟୋକନ ଗୁଡିକୁ ସଚଳ କରିବା, ଟୋକନ ପାଇନଥିବା ଚାଷୀଙ୍କୁ ଟୋକନ ଦେବା, ଚାଷୀ ଯେଉଁ ଧାନ ଉତ୍ପାଦନ କରିଛି ସେ ସମସ୍ତ ଧାନକୁ କିଣିବା, କଟଣୀ ଛଟଣୀ ବନ୍ଦ କରିବା, ଅଖାର ବୋଝ ଚାଷୀଙ୍କୁ ନଦେଇ ମିଲରକୁ​ ଭରଣା କରିବାକୁ ବାଧ୍ୟ କରିବା ଦାବୀ ଗୁଡିକ ପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେଇ ପୂରଣ କରିବାକୁ ସେ ଦାବୀ କରିଛନ୍ତି । ଏବେ ମଣ୍ଡିରେ ଧାନ କିଣା ପ୍ରକ୍ରିୟାକୁ ସରକାର କେନ୍ଦ୍ରୀଭୂତ କରି ଭୁବନେଶ୍ୱରରୁ ନିୟନ୍ତ୍ରଣ କରୁଛନ୍ତି । ଫଳରେ ନାନା ପ୍ରକାରର ଅବ୍ୟବସ୍ଥା ଦେଖା ଦେଉଛି । ତେଣୁ ପୂର୍ବଭଳି ବିକେନ୍ଦ୍ରିତ ଢାଞ୍ଚାରେ ଧାନ କିଣା ପ୍ରକ୍ରିୟାକୁ ଚାଲୁ କରିବାକୁ ନିରଞ୍ଜନ ଦାବୀ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.