ETV Bharat / city

ପାଟକୁରା ପଲିଟିକ୍ସ: ତାରାଙ୍କ ବୟାନକୁ ନେଇ ରାଜନୀତି ସରଗରମ - politics

ପାଟକୁରା ନିର୍ବାଚନ ଯେତିକି ପାଖେଇ ଆସୁଛି ସେତେକି ବଢୁଛି ରାଜନୈତିକ ଉଷ୍ମତା । ଏହି ଗରମ ହାୱା ଭିତରେ ରୁଟି ସେଖିବାକୁ ଯୋଜନା କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ତାରା ବାହିନୀପତି ପାଟକୁରାରେ ଉଭୟ ବିଜେଡି ଓ ବିଜେପି ଭିତରେ ମ୍ୟାଚ୍‌ ଫିକ୍ସିଂ ହୋଇଥିବା କହିଛନ୍ତି । ସେପଟେ ଏହାର ଜବାବ ଦେଇଛନ୍ତି ଉଭୟ ବିଜେଡି ଓ ବିଜେପି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 7, 2019, 7:41 PM IST

ଭୁବନେଶ୍ବର : ପାଟକୁରା ନିର୍ବାଚନ ଯେତିକି ପାଖେଇ ଆସୁଛି ସେତେକି ବଢୁଛି ରାଜନୈତିକ ଉଷ୍ମତା । ଧିରେ ଧିରେ ଗରମ ହେବାରେ ଲାଗିଛି ପଲିଟିକ୍ସ ପାଣିପାଗ । ତେବେ ଏହି ଗରମ ହାୱା ଭିତରେ ରୁଟି ସେଖିବାକୁ ଯୋଜନା କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ତାରା ବାହିନୀପତି ପାଟକୁରାରେ ଉଭୟ ବିଜେଡି ଓ ବିଜେପି ଭିତରେ ମ୍ୟାଚ୍‌ ଫିକ୍ସିଂ ହୋଇଥିବା କହିଛନ୍ତି । ସେପଟେ ଏହାର ଜବାବ ଦେଇଛନ୍ତି ଉଭୟ ବିଜେଡି ଓ ବିଜେପି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପାଟକୁରା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକ ତାରା ବାହିନୀପତି ମାରିଲେ ତୀର । ତାରାଙ୍କ ତୀର ଲକ୍ଷରେ ଉଭୟ ବିଜେପି ଓ ବିଜେଡି । ଉଭୟ ଦଳକୁ ଟାର୍ଗେଟ କରି ତାରା କହିଛନ୍ତି, ପାଟକୁରାରେ ବିଜେପି ଓ ବିଜେଡି ଫ୍ରେଣ୍ଡସିପ୍‌ ମ୍ୟାଚ ଖେଳୁଛନ୍ତି । ତାଙ୍କର ଯିଏ ଜିତିଲେ ଚଳିବ । ଉଭୟ ଦଳ ଭିତରେ ମ୍ୟାଚ୍‌ ଫିକ୍ସିଂ ହୋଇଛି ।

ମୋଦି ନବୀନଙ୍କୁ ପ୍ରଶଂସା କରୁଥିବାବେଳେ ନବୀନ ବି ସୁଯୋଗ ଦେଖି ମୋଦିଙ୍କୁ ପ୍ରଶଂସା କରୁଛନ୍ତି । ଲୋକେ ଆଉ ବୋକା ନାହାଁନ୍ତି ତେଣୁ ଠିକ୍‌ ଜବାବ ଦେବେ ବୋଲି ତାରା ଉଲ୍ଲେଖ କରିଛନ୍ତି । ପାଟକୁରାରେ ଏମାନଙ୍କୁ ଭୋଟର ପ୍ରତ୍ୟାଖ୍ୟାନ କରିବେ । କଂଗ୍ରେସ ହିଁ ସେଠାରେ ବିଜୟୀ ହେବେ ବୋଲି ତାରା କହିଛନ୍ତି ।

ସେପଟେ ଏହାର ଜବାବ ଦେଇ ବିଜେଡି କହିଛି, କେନ୍ଦ୍ରାପଡା ଅନେକ ଲଢେଇ ଦେଖିଛି । ଆଉ ସବୁଥିରେ ଲୋକେ ନବୀନ ପଟ୍ଟନାୟକଙ୍କୁ ଭରସାକୁ ନେଇଛନ୍ତି ଚଳିତ ଥର ମଧ୍ୟ ନେବେ । ସେହିପରି କଂଗ୍ରେସ ହତୋତ୍ସାହିତ ହୋଇପଡିଛି ତେଣୁ ଏପରି କହୁଥିବା ବିଜେପି କହିଛି ।

ଭୁବନେଶ୍ବରରୁ ଜ୍ଞାନର୍ଦଶୀ ସାହୁ, ଇଟିଭି ଭାରତ

Intro:ପାଟକୁରା ନିର୍ବାଚନକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ମାରିଲେ ବାଣ। ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରି ତାର କହିଛନ୍ତି, ପାଟକୁରାରେ ବିଜେପି ଓ ବିଜେଡି ଫ୍ରେଣ୍ଡଷିପ ମ୍ୟାଚ ଖେଳୁଛନ୍ତି। ତାଙ୍କର ଯିଏ ଜିତିଲେ ଚାଲିବ। ଉଭୟ ଦଳ ଭିତରେ ଫିକ୍ସିଂ ହୋଇଛି। ମୋଦି ନବୀନଙ୍କୁ ପ୍ରଶଂସା କରୁଥିବା ବେଳେ ନବୀନ ବି ସୁଯୋଗ ଦେଖି ମୋଦିଙ୍କୁ ପ୍ରଶଂସା କରୁଛନ୍ତି। ଲୋକେ ଆଉ ବୋକା ନାହାଁନ୍ତି ବୋଲି ତାର କହିଛନ୍ତି। ପାଟକୁରା ଉପନିର୍ବାଚନରେ ଏମାନଙ୍କୁ ଭୋଟର ପ୍ରତ୍ୟାଖ୍ୟାନ କରିବେ। କଂଗ୍ରେସ ହିଁ ସେଠାରେ ବିଜୟୀ ହେବେ ବୋଲି ତାରା କହିଛନ୍ତି।
ସେହିପରି ବିଜୟ ମହାପାତ୍ରଙ୍କୁ ହରାଇବା ପାଇଁ ବିଜେଡି ବିଜେପି ଆଗରେ ସର୍ତ୍ତ ରଖିଛି। କାହିଁକି ନା ସେ ବିଧାନସଭା ଆସିଲେ ବିଜେଡିର ଅସୁବିଧା ହେବ। ବୋଲି ବିସ୍ପୋରକ ବୟାନ ଦେଇଛନ୍ତି।
ବାଇଟ ତାରାପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକBody:ବାଇଟ ତାରାପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.