ଭୁବନେଶ୍ବର: IFS ଅଧିକାରୀ ଅଭୟ ପାଠକ ଓ ପୁଅ ଆକାଶଙ୍କର ଜାମିନ ଆବେଦନ ଉପରେ ଆଜି ହେବ ଶୁଣାଣି । ଭୁବନେଶ୍ବର ଏଡିଜେ କୋର୍ଟରେ ହେବ ଶୁଣାଣି । ଜାମିନ ପାଇଁ ଆବେଦନ କରିଛନ୍ତି ପାଠକଙ୍କ ଓକିଲ ।
ତେବେ ଝାରପଡା ଜେଲରେ ପୁଅ ଆକାଶ ପାଠକ ଥିବାବେଳେ ବାପା ଅଭୟ ପାଠକ ପୋଲିସ ରିମାଣ୍ଡରେ କମିସନରେଟ ପୋଲିସ ହେପାଜତରେ ଅଛନ୍ତି । ଉଭୟଙ୍କୁ ପ୍ରଥମେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଗିରଫ କରିଥିଲା। ପରେ ପୁଅ ଆକାଶଙ୍କ ନାଁରେ କ୍ରାଇମବ୍ରାଞ୍ଚରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ ହୋଇଥିଲା ।
ଏହାସହ ଖାରବେଳନଗର ଥାନାରେ ସ୍କାଏକିଂ 65 ଲକ୍ଷର ଠକେଇ ମାମଲା ଯୋଡି ହୋଇଛି। ତେବେ ତାଙ୍କର 14 ଦିନିଆ ବିଚାରବିଭାଗୀୟ ହାଜତ ସମୟ ଶେଷ ପରେ କୋର୍ଟରେ ହାଜର ହୋଇପାରନ୍ତି ଆକାଶ ପାଠକ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ