ETV Bharat / city

ଏଣିକି ଯାତ୍ରୀଙ୍କୁ ଯିବାକୁ ପଡିବନି ବୁକିଂ କାଉଣ୍ଟର, ATVM ସ୍ମାର୍ଟକାର୍ଡରେ ହେବ ଅନଲାଇନ ରିଚାର୍ଜ - ଅନଲାଇନ ରିଚ୍ଚାର୍ଜ

ଅଟୋମେଟିକ ଟିକେଟ ଭେଣ୍ଡିଂ ମେସିନ(ATVM) ସ୍ମାର୍ଟ କାର୍ଡ ଉପଯୋଗ କରୁଥିବା ଯାତ୍ରୀମାନେ ଏଣିକି ରିଚାର୍ଜ ପାଇଁ ଷ୍ଟେସନ ବୁକିଂ କାଉଣ୍ଟର ଯିବାକୁ ପଡିବ ନାହିଁ । ଏହି କାର୍ଡରେ ହିଁ ଅନଲାଇନ ରିଚାର୍ଜ ହୋଇପାରିବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

ଏଣିକି ଯାତ୍ରୀଙ୍କୁ ଯିବାକୁ ପଡିବନି ବୁକିଂ କାଉଣ୍ଟର, ATVM ସ୍ମାର୍ଟକାର୍ଡରେ ହେବ ଅନଲାଇନ ରିଚ୍ଚାର୍ଜ

author img

By

Published : Sep 20, 2021, 6:37 PM IST

ଭୁବନେଶ୍ବର: ଅଟୋମେଟିକ ଟିକେଟ ଭେଣ୍ଡିଂ ମେସିନ(ATVM) ସ୍ମାର୍ଟ କାର୍ଡ ଉପଯୋଗ କରୁଥିବା ଯାତ୍ରୀମାନେ ଏଣିକି ରିଚାର୍ଜ ପାଇଁ ଷ୍ଟେସନ ବୁକିଂ କାଉଣ୍ଟର ଯିବାକୁ ପଡିବ ନାହିଁ । ସେମାନଙ୍କର ମୋବାଇଲ ଫୋନ କିମ୍ବା କମ୍ପ୍ୟୁଟର ମାଧ୍ୟମରେ UTS ଅନ ମୋବାଇଲ ୱେବସାଇଟ ବା ଆପ ଦ୍ବାରା ଅନଲାଇନରେ ସେମାନଙ୍କର ଏଟିଭିଏମ ସ୍ମାର୍ଟ କାର୍ଡକୁ ରିଚାର୍ଜ କରିପାରିବେ ।

ଯାତ୍ରୀମାନେ ATVM ସ୍ମାର୍ଟକାର୍ଡର ରିଚାର୍ଜ ପାଇଁ ସମସ୍ତ ଡିଜିଟାଲ ଦେୟ ମାଧ୍ୟମ ବ୍ୟବହାର କରିପାରିବେ। ଏଥିପାଇଁ ଯାତ୍ରୀମାନେ www.utsonmobile.indianrail.gov.in ସାଇଟ ଉପଯୋଗ କରିବାକୁ ପଡିବ । ଯାତ୍ରୀଙ୍କୁ ୟୁଟିଏସ ଅନ ମୋବାଇଲ ୱେବସାଇଟ ବା ଆପରେ ପଞ୍ଜୀକରଣ କରିବାକୁ ପଡିବ । ଯଦି ଯାତ୍ରୀ ମୋବାଇଲ ଟିକେଟ ପାଇଁ ପଞ୍ଜୀକୃତ ହୋଇସାରିଛନ୍ତି, ତାହେଲେ ସେମାନଙ୍କର ଆକାଉଣ୍ଟ ବ୍ୟବହାର କରାଯାଇପାରିବ ।

ସଫଳ ଲଗଇନ ପରେ ଯାତ୍ରୀଙ୍କୁ ମେନୁ ବିକଳ୍ପ “SMART CARD RECHARGE” ଚୟନ କରିବାକୁ ପଡି଼ବ ଏବଂ କାର୍ଡ଼ରେ ମୁଦ୍ରିତ ଏଟିଭିଏମ ସ୍ମାର୍ଟ କାର୍ଡ ଷ୍ଟକ୍ ନମ୍ବର ଦର୍ଶାଇବାକୁ ପଡିବ । ତା’ପରେ ଯାତ୍ରୀଙ୍କୁ ବୈଧ ରିଚାର୍ଜ ପରିମାଣ ପ୍ରବେଶ କରିବାକୁ ପଡିବ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏଟିଭିଏମରେ ଟପ୍ ଅପ୍ ସମ୍ପୂର୍ଣ୍ଣ କରିବାକୁ ରାଜି ହେବାକୁ ପଡିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.