ETV Bharat / city

CORONA 3RD WAVE: ବିମାନଯାତ୍ରୀଙ୍କ ପାଇଁ ୪୮ ଘଣ୍ଟାର RT-PCR ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ

author img

By

Published : Jul 17, 2021, 5:05 PM IST

ସାମ୍ଭାବ୍ୟ ତୃତୀୟ ଲହରକୁ ମାତ୍ ଦେବାକୁ ଜୋରଦାର ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର ବିମାନବନ୍ଦର ମାଧ୍ୟମରେ ବିଭିନ୍ନ ରାଜ୍ୟକୁ ଯାତ୍ରା କରିବା ଏବଂ କୋଭିଡ ନିୟମ ଉପରେ ନଜର ରଖାଯିବ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଯାତ୍ରା ପୂର୍ବରୁ ସେମାନଙ୍କୁ ସ୍ବାସ୍ଥ୍ୟ ଯାଞ୍ଚ କରାଯିବ। ଅଧିକ ପଢନ୍ତୁ...

ତୃତୀୟ ଲହର ନେଇ ପ୍ରସ୍ତୁତ ବିମାନବନ୍ଦର, କଡ଼ାକଡି ହେବ ସ୍ୱାସ୍ଥ୍ୟ ଯାଞ୍ଚ

ଭୁବନେଶ୍ବର: ସାମ୍ଭାବ୍ୟ ତୃତୀୟ ଲହରକୁ ମାତ୍ ଦେବାକୁ ଚାଲିଛି ଜୋରଦାର ପ୍ରସ୍ତୁତି । ଭୁବନେଶ୍ୱର ବିମାନବନ୍ଦରରେ ଆହୁରି କଡାକଡି ହେବ ସୁରକ୍ଷା ବ୍ୟବସ୍ଥା । ଅନ୍ୟ ରାଜ୍ୟରୁ ଓଡିଶା ଆସୁଥିବା ଯାତ୍ରୀମାନଙ୍କ ପାଇଁ ୪୮ ଘଣ୍ଟାର RT-PCR ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ । ଏଥିସହ ଏହି ବିମାନବନ୍ଦରରୁ ବିଭିନ୍ନ ରାଜ୍ୟକୁ ଯାତ୍ରା କରିବା ଏବଂ କୋଭିଡ ଗାଇଡଲାଇନର ସଠିକ ଅନୁପାଳନ କରିବା ଉପରେ କଡା ନଜର ରଖାଯିବ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଯାତ୍ରା ପୂର୍ବରୁ ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯିବ।

ତୃତୀୟ ଲହର ନେଇ ଭୁବନେଶ୍ୱର ବିମାନବନ୍ଦର ପ୍ରସ୍ତୁତ, କଡ଼ାକଡି ହେବ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ

ଡୋମେଷ୍ଟିକ ବିମାନ ଯାତ୍ରୀଙ୍କ ପାଇଁ ଗାଇଡଲାଇନ:

ଭୁବନେଶ୍ବର ବିମାନବନ୍ଦର ଯୋଗେ ଓଡିଶା ଆସୁଥିବା ଯାତ୍ରୀମାନଙ୍କ ପାଇଁ 48 ଘଣ୍ଟା ପୂର୍ବର RT-PCR ନେଗେଟିଭ ରିପୋର୍ଟ କିମ୍ବା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟି ରିପୋର୍ଟ ନେଗେଟିଭ ଥିବା ଆବଶ୍ୟକ । ନଚେତ୍ ଦ୍ବିତୀୟ ଡୋଜ କୋଭିଡ ଟୀକାକରଣ ପ୍ରମାଣପତ୍ର ଥିବା ଆବଶ୍ୟକ । କୋଭିଡ ଟେଷ୍ଟ ରିପୋର୍ଟ ବିନା ଆସୁଥିବା ଯାତ୍ରୀମାନଙ୍କୁ ବିମାନବନ୍ଦରରେ ବାଧ୍ୟତାମୂଳକ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରିବାକୁ ପଡିବ । ଆଣ୍ଟିଜେନ୍ ଟେଷ୍ଟରେ ଚିହ୍ନଟ ହୋଇଥିବା ପଜିଟିଭ ମାମଲା ଚିକିତ୍ସା ପ୍ରୋଟୋକଲ୍ ଅନୁଯାୟୀ କରାଯିବ ।

ଅନ୍ୟ ରାଜ୍ୟକୁ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ବିମାନବନ୍ଦରରେ ଥର୍ମାଲ୍ ସ୍କ୍ରିନିଂ କରାଯାଉଛି । ବିମାନ ବନ୍ଦରରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ସୁବିଧା ଉପଲବ୍ଧ କରାଯାଇଛି । ଏହା ଯାତ୍ରୀମାନଙ୍କ ପାଇଁ ବାଧ୍ୟତାମୂଳକ । ପଶ୍ଚିମବଙ୍ଗ, ତେଲେଙ୍ଗାନା, ଏବଂ ଆନ୍ଧ୍ରପ୍ରଦେଶ ବ୍ୟତୀତ ଅନ୍ୟ ରାଜ୍ୟରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ୭୨ ଘଣ୍ଟା ମଧ୍ୟର ଏକ ବାଧ୍ୟତାମୂଳକ RT-PCR ନକାରାତ୍ମକ ରିପୋର୍ଟ ଆଣିବାକୁ ପଡିବ କିମ୍ବା ଫାଇନାଲ୍ ଡୋଜ ଟୀକାକରଣର ପ୍ରମାଣପତ୍ର ଦେଖାଇବାକୁ ପଡିବ । ପଶ୍ଚିମବଙ୍ଗ, ତେଲେଙ୍ଗାନା, ଏବଂ ଆନ୍ଧ୍ରପ୍ରଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ମଧ୍ୟ RT-PCR ନକାରାତ୍ମକ ରିପୋର୍ଟ ବାଧ୍ୟତାମୂଳକ । ଯାହା ଓଡିଶାରେ ଅବତରଣ କରିବାର ୪୮ ଘଣ୍ଟା ମଧ୍ୟରେ କରାଯାଇଥିବା ଆବଶ୍ୟକ । ଏହାବ୍ୟତୀତ ସେମାନେ ଦ୍ବିତୀୟ ଡୋଜ ଟିକା ନେଇଥିବାର ପ୍ରମାଣପତ୍ର ମଧ୍ୟ ଉପସ୍ଥାପନ କରିପାରିବେ ।

ଅନ୍ତର୍ଜାତୀୟ ବିମାନଯାତ୍ରୀଙ୍କ ପାଇଁ ଗାଇଡଲାଇନ:

ବାହାର ଦେଶରୁ ଓଡିଶା ଆସୁଥିବା ଯାତ୍ରୀଙ୍କୁ ଏକ ବାଧ୍ୟତାମୂଳକ RT-PCR ନକାରାତ୍ମକ ରିପୋର୍ଟ ଦେଖାଇବାକୁ ପଡିବ ଯାହା ଭୁବନେଶ୍ୱରରେ ଅବତରଣ କରିବାର ସର୍ବାଧିକ 48 ଘଣ୍ଟା ମଧ୍ୟରେ କରାଯାଇଥିବା ଆବଶ୍ୟକ । ସମସ୍ତ ଯାତ୍ରୀଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯିବ ଏବଂ COVID-19 ପ୍ରତିରୋଧ ଏବଂ ସତର୍କତା ଟିପ୍ସ ପ୍ରଦର୍ଶିତ କରାଯିବ । ଏଥିସହ ଫ୍ଲେକ୍ସ ବ୍ୟାନର ଏବଂ ଷ୍ଟିକରଗୁଡିକ ବିଭିନ୍ନ ସ୍ଥାନରେ ରଖାଯିବ । ଯେପରିକି ଯାତ୍ରୀଙ୍କ ଦୃଷ୍ଟି ଆକର୍ଷଣ ହୋଇପାରିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.