ETV Bharat / city

ଖୋର୍ଦ୍ଧା ରେଳ ମଣ୍ଡଳର ବିଭିନ୍ନ ରେଲୱେ ଷ୍ଟେସନ ପରିଦର୍ଶନ କଲା ପାସେଞ୍ଜର ଆମିନିଟି କମିଟି

author img

By

Published : Sep 29, 2021, 9:04 PM IST

ଖୋର୍ଦ୍ଧା ରେଳ ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ରେଲଓ୍ବେ ଷ୍ଟେସନ ପରିଦର୍ଶନ କଲା ଯାତ୍ରୀ ସୁବିଧା କମିଟି (PAC)। ଯାତ୍ରୀଙ୍କ ସୁବିଧାକୁ ଦିଆଯାଉଛି ସ୍ବତନ୍ତ୍ର ଧ୍ୟାନ। ଆହୁରି କିଛି ଅତିରିକ୍ତ ଭିତ୍ତିଭୂମି ବଢାଇବା ପାଇଁ କମିଟିର ସୁପାରିଶ । ଅଧିକ ପଢନ୍ତୁ...

ଖୋର୍ଦ୍ଧା ରେଳ ମଣ୍ଡଳର ବିଭିନ୍ନ ରେଲୱେ ଷ୍ଟେସନକୁ ପରିଦର୍ଶନ କଲା ପାସେଞ୍ଜର ଆମିନିଟି କମିଟି

ଭୁବନେଶ୍ବର: ଖୋର୍ଦ୍ଧା ରେଳ ମଣ୍ଡଳର ବିଭିନ୍ନ ରେଲଓ୍ବେ ଷ୍ଟେସନକୁ ପରିଦର୍ଶନ କରିଛି ପାସେଞ୍ଜର ଆମିନିଟି କମିଟି (PAC) । ଏହି କମିଟିରେ ରେଳ ବୋର୍ଡର 7 ଜଣ ସଦସ୍ୟ ଥିବାବେଳେ ସେମାନେ ବିଭିନ୍ନ ଷ୍ଟେସନ ପରିଦର୍ଶନ କରି ଯାତ୍ରୀ ସୁବିଧା ଭିତ୍ତିଭୂମିର ସମୀକ୍ଷା କରିଛନ୍ତି ।

ଖୋର୍ଦ୍ଧାରୋଡ ରେଳ ମଣ୍ଡଳର 10ଟି ରେଳ ଷ୍ଟେସନ ଯଥା କଟକ, ଧାନମଣ୍ଡଳ, ଯାଜପୁର,କେନ୍ଦୁଝର ରୋଡ, ଭଦ୍ରକ, ବ୍ରହ୍ମପୁର, ଛତ୍ରପୁର, ବାଲୁଗାଁ, ପୁରୀ, ସାକ୍ଷୀଗୋପାଳ ଏବଂ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନକୁ କମିଟିର ଭିତ୍ତିଭୂମିକୁ ସଦସ୍ୟମାନେ ଯାଞ୍ଚ କରିଛନ୍ତି । ଯାଞ୍ଚ ସମୟରେ ଯାତ୍ରୀଙ୍କ ମୌଳିକ ସୁବିଧା ଯଥା ପାନୀୟ ଜଳ ସୁବିଧା, ପ୍ରତୀକ୍ଷା ହଲ୍ ସୁବିଧା, ପ୍ଲାଟଫର୍ମ ଆଶ୍ରୟସ୍ଥଳୀ, ବ୍ରିଜ୍ ଉପରେ ପାଦଚଲା ରାସ୍ତା, ଯାତ୍ରୀଙ୍କ ପାଇଁ ବସିବା ବ୍ୟବସ୍ଥା, ଲିଫ୍ଟ, ଏସ୍କାଲେଟର, ସ୍କାନର୍ ଇତ୍ୟାଦିର ବିଶେଷ ଭାବେ ନିରୀକ୍ଷଣ କରିଛନ୍ତି । ସେହିପରି ଷ୍ଟେସନ ପରିସରର ପରିଚ୍ଛନ୍ନତା ଏବଂ କ୍ୟାଟରିଂ ଷ୍ଟଲରେ ଉପଲବ୍ଧ ଖାଦ୍ୟ ସାମଗ୍ରୀର ମାନ ମଧ୍ୟ କମିଟି ସଦସ୍ୟଙ୍କ ଦ୍ବାରା ଅନୁଧ୍ୟାନ କରାଯାଇଛି ।

ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନରେ ଯାଞ୍ଚ ଶେଷ ହେବା ପରେ କମିଟିର ସଦସ୍ୟମାନେ ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ପ୍ରବନ୍ଧକଙ୍କ ସହ ଏକ ବୈଠକରେ ଆଲୋଚନା ମଧ୍ୟ କରିଥିଲେ। ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ସହ ସାଧାରଣ ଯାତ୍ରୀ ସେବାକୁ ଆହୁରି ଉନ୍ନତ କରିବାକୁ ଏକାଧିକ ଯୋଜନା ଉପରେ ଆଲୋଚନା ହୋଇଥିଲା । ପ୍ଲାଟଫର୍ମ ଆଶ୍ରୟସ୍ଥଳର ସମ୍ପ୍ରସାରଣ, ପର୍ଯ୍ୟାପ୍ତ ସଂଖ୍ୟକ ସିଲିଂ ପଙ୍ଖାର ବ୍ୟବସ୍ଥା, ମୋବାଇଲ୍ ଚାର୍ଜିଂ ପଏଣ୍ଟ, ପ୍ଲାଟଫର୍ମରେ ଟାଇଲ୍ ଲେଭେଲିଂ, ଷ୍ଟେସନ୍ ପରିସରର ସୌନ୍ଦର୍ଯ୍ୟକରଣ ଇତ୍ୟାଦି କିଛି ଅତିରିକ୍ତ ଯାତ୍ରୀ ସୁବିଧା ପାଇଁ କମିଟି ପରାମର୍ଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ରେଳ ବୋର୍ଡର ପାସେଞ୍ଜର ସୁବିଧା କମିଟି (PAC) ର 7 ଜଣ ସଦସ୍ୟ ଚଳିତ ମାସ 27 ତାରିଖ ଠାରୁ 3ଦିନିଆ ଗସ୍ତରେ ଆସି 29 ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ବିଭିନ୍ନ ରେଳ ଷ୍ଟେସନର ଯାତ୍ରୀ ସୁବିଧା ଭିତ୍ତିଭୂମି ନିରୀକ୍ଷଣ କରିଛନ୍ତି । ଏହି କମିଟିର ସଦସ୍ୟ ଭାବେ ଦିଲୀପ ମଲ୍ଲିକ, ଅଜୟ କୁମାର ଯାଦବ, ଅଭିଜିତ ଦାସ, ରାମ କୁମାର ପହାନ, ଅଭିଲାଶ ପାଣ୍ଡେ, ବିଚିତ୍ର ନାରାୟଣ କଳିତା ଏବଂ ସୁନୀଲ ରାମ ପ୍ରମୁଖ ସାମିଲ ଅଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.