ETV Bharat / city

Panchayat Poll: ନାମାଙ୍କନ ଭିତରେ ଦଳ ଡିଆଁ ପର୍ବ ଯୋରଦାର - Mishrana Parva update

ଆଉ ଦିନ କେଇଟା ରହିଛି ପଞ୍ଚାୟତ ନିର୍ବାଚନ । ଜାରି ରହିଛି ନାମାଙ୍କନ ଦାଖଲ । ଏହାରି ଭିତରେ ଦଳ ଡିଆଁ ପର୍ବ ଜୋରଦାର ହୋଇଛି । ଟିକେଟ ନମିଳିବାରୁ ଅନେକ ଆଶାୟୀ ନିଜ ଦଳ ଛାଡି ଅନ୍ୟ ଦଳରୁ ଟିକେଟ ହାତଉଥିବା ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ

PanchayatPoll
PanchayatPoll
author img

By

Published : Jan 20, 2022, 7:35 PM IST

ଭୁବନେଶ୍ବର: ଆଉ ଦିନ କେଇଟା ରହିଛି ପଞ୍ଚାୟତ ନିର୍ବାଚନ । ଜାରି ରହିଛି ନାମାଙ୍କନ ଦାଖଲ । ଏହାରି ଭିତରେ ଦଳ ଡିଆଁ ପର୍ବ ଜୋରଦାର ହୋଇଛି । ଟିକେଟ ନମିଳିବାରୁ ଅନେକ ଆଶାୟୀ ନିଜ ଦଳ ଛାଡି ଅନ୍ୟ ଦଳରୁ ଟିକେଟ ହାତଉଥିବା ଦେଖିବାକୁ ମିଳୁଛି ।

ଗତ କିଛି ଦିନ ମଧ୍ୟରେ ଦଳ ଡିଆଁ କାର୍ଯ୍ୟକ୍ରମ ବା ମିଶ୍ରଣ କାର୍ଯ୍ୟକ୍ରମ ବଢିଯାଇଛି । ପଞ୍ଚାୟତରୁ ଆରମ୍ଭ କରି ରାଜ୍ୟସ୍ତରରେ ଏହି ପ୍ରକ୍ରିୟାଜାରି ରହିଛି । ବିଶେଷ କରି ବିଜେଡିରୁ ଅନେକ ନେତା ବିଜେପି ଓ କଂଗ୍ରେସରେ ସାମିଲ ହେଉଛନ୍ତି । ବିଜେଡିରେ ଟିକେଟ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ବିରୋଧୀ ଶିବିରରେ ସାମିଲ ହୋଇ ଟିକେଟ ପାଇବା ସହଜ ହେଉଛି । ଯଦି ଦେଖିବା ତେବେ ଗତ 15 ଦିନରେ ବିଜେପିରେ ପାଖାପାଖି 10ରୁ ଅଧିକ ମିଶ୍ରଣ କାର୍ଯ୍ୟକ୍ରମ ଆୟୋଜନ ହୋଇଛି ।

PanchayatPoll: ନାମାଙ୍କନ ଭିତରେ ଦଳ ଡିଆଁ ପର୍ବ ଯୋରଦାର

ସେହିପରି ଜିଲ୍ଲା, ବ୍ଳକ ଓ ଗ୍ରାମାଞ୍ଚଳରେ ମିଶ୍ରଣ କାର୍ଯ୍ୟକ୍ରମ ଜାରି ରହିଛି । କଂଗ୍ରେସ ପଛରେ ଥିଲେ ବି ମିଶ୍ରଣ ସଂଖ୍ୟା କମ ନୁହେଁ । ବିଜେଡିରେ ଗତ ସପ୍ତାହରେ ରାଜ୍ୟ ସ୍ତରରେ 2 ଟି ବଡ ମିଶ୍ରଣ କାର୍ଯ୍ୟକ୍ରମ ହୋଇଛି । ପଞ୍ଚାୟତସ୍ତରରେ ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମ ଚାଲିଛି । ଏନେଇ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି , ବିଜେଡି ଏକ ବିରାଟ ଦଳରେ ପରିଣତ ହୋଇଛି । ସଭ୍ୟ ସଂଖ୍ୟା ଆଶାନୁରୂପ ଭାବରେ ବୃଦ୍ଧି ପାଇଛି ।

ଯେତେବେଳେ ସଭ୍ୟ ଓ କର୍ମୀଙ୍କ ସଂଖ୍ୟା ବଢିବ ସେତେବେଳେ ନେତା ଓ ଆଶାୟୀଙ୍କ ସଂଖ୍ୟା ବଢିବା ସ୍ବାଭାବିକ କଥା । ଅନ୍ୟ ଦଳଙ୍କୁ ପ୍ରାର୍ଥୀ ମିଳୁନାହାନ୍ତି । ଆମ ଦଳ ଛାଡିବା ଲୋକଙ୍କୁ ଅନ୍ୟ ଦଳ ଅପେକ୍ଷା କରି ରହିଛନ୍ତି । ତାଙ୍କୁ ନେଇ ସେମାନେ ପ୍ରାର୍ଥୀ କରୁଛନ୍ତି । ତେବେ ଦଳର ନେତା ଯାହା ନିଷ୍ପତ୍ତି ନେବେ ତାହାକୁ କର୍ମୀ ଭୋଟ ଦେବେ ବୋଲି ଅରବିନ୍ଦ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.