ETV Bharat / city

ବିଭାଜନ ବିଭୀଷିକା ସ୍ମୃତି ଦିବସ, ଭୁବନେଶ୍ବର ରେଳ ଷ୍ଟେସନରେ ପାଳିତ

author img

By

Published : Aug 14, 2022, 4:56 PM IST

ଆଜି ଦେଶ ସମେତ ରାଜ୍ୟରେ ପାଳିତ ହେଉଛି ବିଭାଜନ ବିଭୀଷିକା ଦିବସ Partition Horrors Remembers Day । ଏହି ଦିବସକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଭୁବନେଶ୍ବର ସାଂସଦ ଅପରାଜିତାଙ୍କ ଉପସ୍ଥିତିରେ ଭୁବନେଶ୍ବର ରେଳ ଷ୍ଟେସନରେ ପାଳିତ ହୋଇଛି । ଅଧିକ ପଢନ୍ତୁ

ବିଭାଜନ ବିଭୀଷିକା ସ୍ମୃତି ଦିବସ, ଭୁବନେଶ୍ବର ରେଳ ଷ୍ଟେସନରେ ପାଳିତ
ବିଭାଜନ ବିଭୀଷିକା ସ୍ମୃତି ଦିବସ, ଭୁବନେଶ୍ବର ରେଳ ଷ୍ଟେସନରେ ପାଳିତ

ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ରେଳ ଷ୍ଟେସନରେ ପାଳିତ ହୋଇଛି ବିଭାଜନ ବିଭୀଷିକା ସ୍ମୃତି ଦିବସ (Partition Horrors Remembers Day ) । ଏହି ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ବର ରେଳ ଷ୍ଟେସନରେ (Bhubaneswar Railway Station) ଆୟୋଜିତ ବିଭାଜନ ବିଭୀଷିକା ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ୨ଜଣ ସ୍ଵାଧୀନତା ସଂଗ୍ରାମୀ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଦେଶର ବୟସ ବଢି ବଢି ଚାଲିଛି । ଦେଶର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ସ୍ବାଧୀନତା ପରେ ଜନ୍ମ ହୋଇଛନ୍ତି । ଏବେ ନୂଆ ପିଢ଼ି ଆସିସାରିଛନ୍ତି । ଆମକୁ ଅଗଷ୍ଟ ୧୪ରେ ଅନେକ ମୂଲ୍ୟ ଦେବାକୁ ପଡ଼ିଥିଲା । ଅନେକ ଲୋକଙ୍କୁ ଭିଟାମାଟି ଛାଡ଼ିବାକୁ ପଡ଼ିଥିଲା । ଭାରତର କୌଣସି ଜିଲ୍ଲା ନାହିଁ, ଯେଉଁଠି ବିଭାଜନର ପଦଧ୍ଵନି ନାହିଁ । ବିଭାଜନ ଲାଗି ଅନେକ ଲୋକଙ୍କୁ ବଳିଦାନ ଦେବାକୁ ପଡ଼ିଥିଲା । ତେଣୁ ସେମାନଙ୍କୁ ମନେ ରଖିବା ପାଇଁ ଏହି ଦିନକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରାଯାଉଛି ।"

ସେ ଆହୁରି କହିଛନ୍ତି, "ଆଜି ଦେଶର ୫ ହଜାର ସ୍ଥାନରେ ଏହି ସ୍ମୃତି ଦିବସ ପାଳନ କରାଯାଉଛି । ଆଜି ପୂର୍ବତଟ ରେଳପଥ ପକ୍ଷରୁ ୩୭ଟି ସ୍ଥାନରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପ୍ରଦର୍ଶନୀ କରାଯାଇଛି । ଖୋର୍ଦ୍ଧା ଡିଭିଜନରେ ୧୯ଟି ସ୍ଥାନରେ ଏହି ପ୍ରଦର୍ଶନୀ କରାଯାଇଛି । ଆସନ୍ତୁ ଆଗାମୀ ୨୫ ବର୍ଷରେ ସମାଜର ଗରିବ, ପଛୁଆ ବର୍ଗଙ୍କୁ ସେମାନଙ୍କୁ ସେମାନଙ୍କ ଅଧିକାର ଦେବାକୁ ଚେଷ୍ଟା କରିବା ।" ଆଜିଠୁ ସମସ୍ତଙ୍କ ଘରେ ତ୍ରିରଙ୍ଗା ଲାଗୁ ବୋଲି ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର ।

ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, "ଅଗଷ୍ଟ ୧୪ ତାରିଖ ଆନନ୍ଦର ଦିନ ନୁହେଁ । ଏହା ବିଭୀଷିକାର ଦିନ । ଏଣୁ ଅଗଷ୍ଟ ୧୪କୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରାଯାଉଛି । ଏହି ଦିନ ଦେଶ ବିଭାଜନ ହୋଇ ଭାରତ ଓ ପାକିସ୍ତାନ ଗଠନ ହେଲା । ସେଦିନ ଯଦି ସେତେବେଳର ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ନେତା ଜବାହରଲାଲ ନେହେରୁ ଓ ମୁସଲିମ ଲିଗ ନେତା ମହମ୍ମଦ ଅଲ୍ଲୀ ଜିନା ବ୍ରିଟିଶରମାନଙ୍କ ସହ ଠିକ୍‌ରେ ଆଲୋଚନା କରିଥାନ୍ତେ, ଆଜି ବୃହତ ଭାରତ ଥାଆନ୍ତା । ବିଭାଜନ ଯୋଗୁଁ ୫ ଲକ୍ଷ ଲୋକଙ୍କ ହତ୍ୟା ହୋଇଛି । ୬୦ ଲକ୍ଷ ଲୋକ ପାକିସ୍ତାନରୁ ଭାରତ ଆସିଲେ, ଆଉ ୬୦ ଲକ୍ଷ ଲୋକ ଭାରତରୁ ପାକିସ୍ତାନ ଗଲେ ।"

ଆମ ଦେଶରେ ବିଭାଜନ ଏଭଳି ବିଭୀଷିକା ରଚିଥିଲା ବୋଲି କହିଛନ୍ତି ସାଂସଦ ଅପରାଜିତା । ଏହି ଅବସରରେ ଭୁବନେଶ୍ବର ରେଳ ଷ୍ଟେସନର ଆଧୁନିକୀକରଣ ଓ ସୌନ୍ଦର୍ଯ୍ୟକରଣ କାମ ତୁରନ୍ତ ଶେଷ କରିବା ସହ ଲିଙ୍ଗରାଜ ପାସେଞ୍ଜର ହଲ୍ଟର ବିକାଶ ଲାଗି ପୂର୍ବତଟ ରେଳପଥ ନିକଟରେ ଦାବି ରଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.