ETV Bharat / city

ଭୁବନେଶ୍ବର ଏମ୍ସରୁ ଡିସଚାର୍ଜ ହେଲେ ଗିରଫ ପଶ୍ଚିମବଙ୍ଗ ଶିଳ୍ପମନ୍ତ୍ରୀ ପାର୍ଥ ଚାଟାର୍ଜୀ - ପାର୍ଥ ଚାଟାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

ପଶ୍ଚିମ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ମଙ୍ଗଳବାର ଭୋର 4ଟା 30ରେ ଏମ୍ସ ଡାକ୍ତରଖାନାରୁ ପାର୍ଥ ଚାଟାର୍ଜୀ ଡିସଚାର୍ଜ ହୋଇଛନ୍ତି । ଅଧିକ ପଢ଼ନ୍ତୁ

partha chatterjee discharge from bhubaneswar aiims hospital
ପାର୍ଥ ଚାଟାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର: ଡିସଚାର୍ଜ ହୋଇ କୋଲକାତା ଅଭିମୁଖେ
author img

By

Published : Jul 26, 2022, 7:21 AM IST

Updated : Jul 26, 2022, 7:48 AM IST

ଭୁବନେଶ୍ବର: ପଶ୍ଚିମବଙ୍ଗ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ମଙ୍ଗଳବାର ଭୋର୍‌ 4ଟା 30ରେ ଭୁବନେଶ୍ବର ଏମ୍ସରୁ ପାର୍ଥ ଚାଟାର୍ଜୀ ଡିସଚାର୍ଜ ହୋଇଛନ୍ତି । ଏହାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଙ୍କ (ED)ହେପାଜତରେ ତାଙ୍କୁ କୋଲକାତା ନିଆଯାଉଛି । ସୂଚନା ଥାଉକି, ଗିରଫ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ସୋମବାର କୋଲକାତାରୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ପାର୍ଥଙ୍କ ସାଙ୍ଗରେ SSKM ହସ୍ପିଟାଲର ଏକ ଡାକ୍ତରୀ ଟିମ ଓ ତାଙ୍କ ଓକିଲ ମଧ୍ୟ ଆସିଥିଲେ ।

ଭୁବନେଶ୍ବର ଏମ୍ସରୁ ଡିସଚାର୍ଜ ହେଲେ ଗିରଫ ପଶ୍ଚିମବଙ୍ଗ ଶିଳ୍ପମନ୍ତ୍ରୀ ପାର୍ଥ ଚାଟାର୍ଜୀ

ପାର୍ଥଙ୍କଠାରେ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନାହିଁ ଓ ସେ ଏପରି କରି ତଦନ୍ତରୁ ବାହାରେ ରହିବାକୁ ପ୍ରୟାସ କରୁଥିବା ମଧ୍ୟ କୋର୍ଟଙ୍କୁ ଅବଗତ କରିଛି ତଦନ୍ତକାରୀ ସଂସ୍ଥା । ସ୍ବାସ୍ଥ୍ୟବସ୍ଥା ଖରାପ ଥିବା ଦର୍ଶାଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ପାଇଁ ଅନୁମତି ପ୍ରଦାନ ପାଇଁ ଆବେଦନ କରିଥିଲେ ପାର୍ଥଙ୍କ ଓକିଲ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 26, 2022, 7:48 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.