ETV Bharat / city

କୋଭିଡ ନିୟମ ଉଲଂଘନ କରି ପାର୍ଲର ସେଲୁନ ସିଲ୍ - ପାର୍ଲର ସେଲୁନ ସିଲ୍

ଆକ୍ସନ ମୋଡରେ ବିଏମସି, କୋଭିଡ ନିୟମ ଅବାମାନନା କରି ରାଜଧାନୀରେ ସିଲ ହେଲା ପାର୍ଲର। କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ ହେଲା ଭୁବନେଶ୍ୱରର ଦୁଇଟିି ବିୟୁଟି ପାର୍ଲର । ଏହାସହ ଦୁଇଟିି ସେଲୁନକୁ ମଧ୍ୟ ବିଏମସି ପକ୍ଷରୁ ସିଲ କରାଯାଇଛିି । ଅଧିକ ପଢ଼ନ୍ତୁ...

କୋଭିଡ ନିୟମ ଉଲଂଘନ କରି ପାର୍ଲର ସେଲୁନ ସିଲ୍
କୋଭିଡ ନିୟମ ଉଲଂଘନ କରି ପାର୍ଲର ସେଲୁନ ସିଲ୍
author img

By

Published : Jul 5, 2021, 10:05 PM IST

ଭୁବନେଶ୍ବର: ଆକ୍ସନ ମୋଡରେ ବିଏମସି, କୋଭିଡ ନିୟମ ଅବାମାନନା କରି ରାଜଧାନୀରେ ସିଲ ହେଲା ପାର୍ଲର। କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ ହେଲା ଭୁବନେଶ୍ୱରର ଦୁଇଟିି ବିୟୁଟି ପାର୍ଲର । ଏହାସହ ଦୁଇଟିି ସେଲୁନକୁ ମଧ୍ୟ ବିଏମସି ପକ୍ଷରୁ ସିଲ କରାଯାଇଛିି । ବିଏମସିର ସାଉଥ ୱେଷ୍ଟ ଟିମ କଳିଙ୍ଗ ନଗର ଓ ସିଆରପିଏଫର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ କଳିଙ୍ଗ ନଗର ଓ ସିଆରପିଏଫ ଛକରେ ଥିବା ଦୁଇଟି ପାର୍ଲର ଖୋଲା ଥିଲା । ଏଭଳି ସ୍ଥଳେ ବିଏମସି ପକ୍ଷରୁ ଚଢ଼ାଉ ଜୋରଦାର କରାଯାଇ ଉକ୍ତ ଦୋକାନ ଗୁଡିକ ସିଲ୍ କରାଯାଇଛି।

କୋଭିଡ ନିୟମ ମାନ ସମସ୍ତ ଦୋକାନ ବଜାର ଖୋଲିବାକୁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । ଏଥିରେ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ବରୁ କୁହାଯାଇଛି । ରାଜ୍ୟରେ କୋରୋନା ମିଟର ଉପରମୁହାଁ ଥିବା ସତ୍ତ୍ବେ କିଛି ଦୋକାନୀ କୋଭିଡ ନିୟମକୁ ଖୋଲାଖୋଲି ଭାବରେ ଉଲଂଘନ କରୁଥିବା ଦେଖା ଯାଇଛି । ଏହାପୂର୍ବରୁ ରାଜଧାନୀରେ ଏକ ଜଣାଶୁଣା କପଡ଼ା ଦୋକାନକୁ ସିଲ କରିବା ସହ ମୋଟା ଅଙ୍କର ଜୋରିମାନା କରିଥିଲା ବିଏମସି । ତେବେ ଏସବୁ ଦୋକାନୀ କିମ୍ବା ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପକାଉନଥିବା ଜଣା ପଡ଼ୁଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.