ETV Bharat / city

ବିଧାନସଭାରେ ସଂସଦୀୟ ବ୍ୟାପାର ସଚିବ ଏସ ରାଜେନ୍ଦ୍ର ଶୁକ୍ଳା - ଏସ ରାଜେନ୍ଦ୍ର ଶୁକ୍ଳା

ବିଧାନସଭାରେ ପହଞ୍ଚିଛନ୍ତି ସଂସଦୀୟ ବ୍ୟାପାର ସଚିବ ଏସ ରାଜେନ୍ଦ୍ର ଶୁକ୍ଳା । ସେ ଇ-ବିଧାନସଭାର ଚାଲିଥିବା କାର୍ଯ୍ୟର ସ୍ଥିତି ପରଖିବେ । ଅଧିକ ପଢନ୍ତୁ...

Parliamentary Affairs Secretary S Rajendra Shukla in Odisha assembly
ବିଧାନସଭାରେ ସଂସଦୀୟ ବ୍ୟାପାର ସଚିବ ଏସ ରାଜେନ୍ଦ୍ର ଶୁକ୍ଳା
author img

By

Published : Jan 21, 2021, 1:18 PM IST

Updated : Jan 21, 2021, 1:31 PM IST

ଭୁବନେଶ୍ବର: ନେଭା ଆପ୍‌ର ଅଗ୍ରଗତି, ଇ-ବିଧାନସଭା ଭିତ୍ତିଭୂମିର ସମୀକ୍ଷା କରିବା ପାଇଁ ସଂସଦୀୟ ବ୍ୟାପାର ସଚିବ ଏସ ରାଜେନ୍ଦ୍ର ଶୁକ୍ଳା ଓଡିଶା ଗସ୍ତରେ ଆସିଛନ୍ତି । ତେବେ ଗୁରୁବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହିତ ସେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ବିଧାନସଭାରେ ସଂସଦୀୟ ବ୍ୟାପାର ସଚିବ ଏସ ରାଜେନ୍ଦ୍ର ଶୁକ୍ଳା

ଭାରତବର୍ଷର 2ଟି ରାଜ୍ୟ ଓଡିଶା ଓ ପଞ୍ଜାବରେ କାର୍ଯ୍ୟ କରୁଛି । ଏଥିଲାଗି କେନ୍ଦ୍ର ସରକାର 60 ପ୍ରତିଶତ ବିନିଯୋଗ କରୁଥିବାବେଳେ ରାଜ୍ୟ ସରକାର 40 ପ୍ରତିଶତ ଯୋଗଦାନ କରିବେ । ଏହି ଅର୍ଥ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଆଇଟି ବିଭାଗ ନିକଟରେ ରହିଛି । ଏହି ଅର୍ଥ ସହାୟତାରେ ବିଧାନସଭାକୁ ଇ-ବିଧାନସଭାରେ ପରିଣତ କରାଯିବ । ତେବେ ବିଧାନସଭାରେ ଲାନ, ୱାଇଫାଇ ଆଦି ଇ-ବିଧାନସଭା ପାଇଁ ସମସ୍ତ କାର୍ଯ୍ୟକ୍ରମ ଶେଷ ହୋଇଛି ।

ପ୍ରଥମ ଦଫାରେ ଇ-ବିଧାନସଭା ଲାଗି କାର୍ଯ୍ୟ ଶେଷ ହୋଇଛି । ତେବେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଆବଶ୍ୟକତା ସମ୍ପର୍କରେ କେନ୍ଦ୍ରକୁ ସୂଚନା ଦିଆଯାଇଛି । ଏହି ସମ୍ପର୍କରେ ଆଲୋଚନା କରିବା ପାଇଁ ସଂସଦୀୟ ବ୍ୟାପାର ସଚିବ ଆସିଥିବା ଜଣାପଡିଛି । ଏହାସହିତ ବିଧାନସଭା ଗୃହ, ସଚିବାଳୟ, ଲାଇବ୍ରେରୀ, ରେପୋର୍ଟରସ ରୁମ ପରିଦର୍ଶନ କରିଛନ୍ତି । ଏହି ଇ-ବିଧାନସଭାର ବ୍ୟବସ୍ଥା ସମ୍ପର୍କରେ ବାଚସ୍ପତିଙ୍କ ସହିତ ଆଲୋଚନା କରିବେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jan 21, 2021, 1:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.