ETV Bharat / city

କେବେ ମିଳିବ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦର୍ପଣ ! - ପରୀକ୍ଷା ଦର୍ପଣ ବହି ବିତରଣ

ଫେବୃୟାରୀ 15 ସୁଦ୍ଧା ରାଜ୍ୟର ସମସ୍ତ ସ୍କୁଲରେ ପହଞ୍ଚିବ ପରୀକ୍ଷା ଦର୍ପଣ ପୁସ୍ତକ । ତେବେ ଏହି ପୁସ୍ତକ କେବେ ଛାତ୍ରଛାତ୍ରୀଙ୍କ ହସ୍ତଗତ ହେବ ସେନେଇ ପ୍ରଶ୍ନ ଉଠିଛି । ଅଧିକ ପଢନ୍ତୁ...

କେବେ ମିଳିବ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦର୍ପଣ !

author img

By

Published : Feb 13, 2021, 9:09 PM IST

ଭୁବନେଶ୍ବର: ଚଳିତ ବର୍ଷର ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ପାଠପଢାରେ ସହାୟତା ପାଇଁ ପରୀକ୍ଷା ଦର୍ପଣ ଟେଷ୍ଟ ପେପର ଯୋଗାଇ ଦେବାକୁ ନିଷ୍ପତ୍ତି ରହିଛି । ଗଣଶିକ୍ଷା ବିଭାଗ ପକ୍ଷରୁ ଫେବୃୟାରୀ 15 ସୁଦ୍ଧା ରାଜ୍ୟର ସମସ୍ତ ସ୍କୁଲରେ ପହଞ୍ଚିବ ଏହି ପୁସ୍ତକ । ପଶ୍ଚିମ ଓଡିଶାରୁ ପ୍ରାଥମିକ ଭାବରେ ପରୀକ୍ଷା ଦର୍ପଣ ପୁସ୍ତକ ବଣ୍ଟନ କରାଯାଇଥିବାବେଳେ ଏ ଯାଏଁ ବି ଏହା ଅନେକ ସ୍କୁଲରେ ପହଞ୍ଚି ପାରିନାହିଁ । ତେବେ ପରୀକ୍ଷା କବଚ ସଦୃଶ ଏହି ପୁସ୍ତକ କେବେ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କେବେ ମିଳିବ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦର୍ପଣ !

ଏହି ଘଟଣାରେ ୟୁନିଟ 1ର ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି, ପରୀକ୍ଷା ଦର୍ପଣ ଶୁକ୍ରବାର ତାଙ୍କ ସ୍କୁଲରେ ପହଞ୍ଚି ଥିବାବେଳେ ବିଏମସି ଅଞ୍ଚଳସ୍ଥିତ ଦୁଇଟି ସ୍କୁଲରେ ପୁସ୍ତକଗୁଡିକ ପହଞ୍ଚି ପାରିଛି । ଏହି ଠାରୁ ରାଜଧାନୀର ଅନ୍ୟ ସମସ୍ତ ସ୍କୁଲକୁ ଏହି ବହି ପ୍ରେରଣ କରାଯିବାକୁ ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ଭୁବନେଶ୍ବର ବିଇଓ ସନ୍ତୋଷ ମିଶ୍ର କହିଛନ୍ତି ଯେ ଭୁବନେଶ୍ବରରେ ସମସ୍ତ ସ୍କୁଲକୁ ପରୀକ୍ଷା ଦର୍ପଣ ଦିଆଯିବ । ଏଥିପାଇଁ ଭୁବନେଶ୍ବରରେ ଦୁଇଟି ସ୍କୁଲକୁ ଚୟନ କରାଯାଇଛି । ସେହି ସ୍କୁଲରୁ ଅନ୍ୟ ସ୍କୁଲକୁ ବହିଗୁଡିକ ପଠାଯିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.