ETV Bharat / city

ପରୀ ହତ୍ୟାକାଣ୍ଡ ମାମଲା; ନୟାଗଡ ଅଭିମୁଖେ ବିଜେପି ବିଧାୟକ ଦଳ ଟିମ

author img

By

Published : Nov 30, 2020, 2:07 PM IST

Updated : Nov 30, 2020, 6:00 PM IST

ପରୀ ହତ୍ୟାକାଣ୍ଡ ମାମଲା । ପରୀ ପରିବାରକୁ ଭେଟିବାକୁ ନୟାଗଡ ଗସ୍ତରେ ଗଲା ରାଜ୍ୟ ବିଜେପିର ଏକ ଟିମ୍‌ । ଅଧିକ ପଢନ୍ତୁ...

ପରୀ ହତ୍ୟାକାଣ୍ଡ ମାମଲା
ପରୀ ହତ୍ୟାକାଣ୍ଡ ମାମଲା

ଭୁବନେଶ୍ବର: ପରୀକୁ ନ୍ୟାୟ ଦାବି ନେଇ ବିଧାନସଭାରୁ ଏବେ ରାଜରାସ୍ତାକୁ ଓହ୍ଲାଇଛି ରାଜ୍ୟ ବିଜେପି । ଆଜି ବିଜେପି ପକ୍ଷରୁ ଏକ ଟିମ ପରୀର ପରିବାର ଲୋକଙ୍କୁ ଭେଟିବାପାଇଁ ନୟାଗଡ଼ ଜିଲ୍ଲା ଅଭିମୁଖେ ଯାତ୍ରା କରିଛି ।

ନୟାଗଡ ଅଭିମୁଖେ ବିଜେପି ବିଧାୟକ ଦଳ ଟିମ

ପରୀ ଗାଁକୁ ଯାଇ ଏହି ଟିମ୍‌ ତାଙ୍କ ପରିବାରକୁ ଭେଟିବ ବୋଲି ସୂଚନା ମିଳିଛି । ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ ବିଜେପିର ତମାମ ବିଧାୟକ ଆଜି ନୟାଗଡ ଗସ୍ତ କରିଛନ୍ତି ।

ସେହିପରି ଆଗକୁ ପରୀକୁ ନ୍ୟାୟ ଦାବି ନେଇ ସଂଗ୍ରାମ ଜାରି ରହିବ ବୋଲି ବିଜେପିର ନେତାମାନେ କହିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଏହି ଯାତ୍ରା ଆରମ୍ଭ ହୋଇଛି । ସୂଚନାଥାଉକି, ପରୀ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରୁଛି ବିଜେପି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Nov 30, 2020, 6:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.