ETV Bharat / city

ପରୀ ପାଇଁ ରାଜଭବନ ସାମ୍ନାରେ ବିଜେପିର ଗଣଧାରଣା

author img

By

Published : Dec 7, 2020, 12:34 PM IST

Updated : Dec 7, 2020, 3:23 PM IST

ପରୀ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ରାଜଭବନ ସାମ୍ନାରେ ବିଜେପିର ଗଣଧାରଣା । ଅଧିକ ପଢନ୍ତୁ...

ବିଜେପିର ଗଣଧାରଣା
ବିଜେପିର ଗଣଧାରଣା

ଭୁବନେଶ୍ବର: ପରୀ ହତ୍ୟା ଘଟଣାକୁ ନେଇ ଆଜି ରାଜ୍ୟ ବିଜେପି ପକ୍ଷରୁ ରାଜଭବନ ସାମ୍ନାରେ ଗଣ ଧାରଣା ଦିଆଯାଇଛି । ରାଜ୍ୟ ବିଜେପିର ସମସ୍ତ ଛାମୁଆ ସଙ୍ଗଠନ, ଯୁବ, ମହିଳା ଓ ସମସ୍ତ ବିଧାୟକ ମାନେ ଏହି ଗଣଧାରଣାରେ ସାମିଲ ହୋଇଛନ୍ତି ।

ପରୀ ପାଇଁ ରାଜଭବନ ସାମ୍ନାରେ ବିଜେପିର ଗଣଧାରଣା

ପୂର୍ବରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା । ଏହାସହ ବିଜେପି ପରୀ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଥିଲା । ତେବେ ଯେପର୍ଯ୍ୟନ୍ତ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ ଓ ଘଟଣାର ସିବିଆଇ ତଦନ୍ତ ନହୋଇଛି, ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ଗଣଧାରଣା ଅବସରରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି । ସୂଚନାଥାଉକି, ନୟାଗଡର ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତ କରୁଛି । ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଟିମ୍‌ ତଦନ୍ତ ଚଳାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Dec 7, 2020, 3:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.