ETV Bharat / city

ପରୀ ଘଟଣାକୁ ନେଇ ହେଉଛି ରାଜନୀତି: ବିଜେଡି

author img

By

Published : Dec 7, 2020, 1:44 PM IST

ପରୀ ହତ୍ୟା ଘଟଣାକୁ ନେଇ ରାଜନୀତି କରାଯାଉଥିବା କହିଲା ବିଜେଡି । ତଦନ୍ତର ଫଳାଫଳକୁ ଅପେକ୍ଷା କରିବାକୁ କହିଲେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର । ଅଧିକ ପଢନ୍ତୁ...

ପରୀ ଘଟଣା
ପରୀ ଘଟଣା

ଭୁବନେଶ୍ବର: ପରୀ ହତ୍ୟା ଘଟଣାକୁ ନେଇ ରାଜ୍ୟ ବିଜେପିର ବାରମ୍ବାର ପ୍ରତିବାଦ ଓ ଧାରଣାକୁ ନେଇ ପ୍ରତିକ୍ରିୟା ରଖିଛି ଶାସକ ବିଜେଡି । ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏହା ଉପରେ ପ୍ରତିକ୍ରିୟା ଦେଇ ପରୀ ଘଟଣାକୁ ନେଇ ରାଜନୀତି କରାଯାଉଛି ବୋଲି କହିଛନ୍ତି ।

ପରୀ ଘଟଣା

ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଦେବୀ ମିଶ୍ର କହିଛନ୍ତି ଯେ, ‘ଏସଆଇଟି ତଦନ୍ତ ଚାଲିଛି । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଦୁଇ ସପ୍ତାହ ମାଗିଛନ୍ତି । ଦୁଇ ସପ୍ତାହ ପରେ ଏହାର ତଦନ୍ତ ରିପୋର୍ଟ ଆସିବ ବୋଲି ସେ କହିଛନ୍ତି । ତେଣୁ ଦୁଇ ସପ୍ତାହ ଅପେକ୍ଷା କରାଯାଉ ।’

ଏହାସହ ଏକ ଛୋଟ ଝିଅର ନିର୍ମମ ହତ୍ୟା କରାଯାଇଛି । ସବୁଦିନ ପ୍ରତିବାଦ ନ କରି ପ୍ରକୃତ ତଥ୍ୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ । ଏହା ଏକ ସମ୍ବେଦନଶୀଳ ଘଟଣା । ସମସ୍ତେ ଚାହୁଁଛନ୍ତି ପରୀକୁ ନ୍ୟାୟ ମିଳୁ । ଘଟଣାକୁ ବେଶି ରାଜନୀତିକରଣ ନକରାଯାଉ ବୋଲି ବିଜେଡି ଉପସଭାପତି କହିଛନ୍ତି ।

ସୂଚନାଥାଉକି, ବିଜେପି ପରୀ ହତ୍ୟା ପ୍ରସଙ୍ଗରେ ଆଜି ରାଜଭବନ ସାମ୍ନାରେ ଗଣଧାରଣା ଦେଇଛି । ଘଟଣାରେ ସିବିଆଇ ତଦନ୍ତ ସହିତ ମନ୍ତ୍ରୀ ଅରୁଣ ସାହୁଙ୍କ ବରଖାସ୍ତ ଦାବି କରିଛି ବିଜେପି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.