ETV Bharat / city

ଘରୋଇ ସ୍କୁଲ ଫି ଛାଡ଼ କାର୍ଯକାରୀ କରିବାକୁ ଅଭିଭାବକ ମହାସଂଘର ଦାବି

author img

By

Published : Jan 19, 2021, 10:16 PM IST

Updated : Jan 19, 2021, 10:38 PM IST

ସ୍କୁଲ୍ଲ ଫି ଛାଡକୁ ଘରୋଇ ସ୍କୁଲ୍ କତ୍ତୃପକ୍ଷ ମାନୁନଥିବା ଅଭିଯୋଗ କରିଛି ଅଭିଭାବକ ମହାସଙ୍ଘ । ଏଥିସହ ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନୁନଥିବା ମଧ୍ୟ ଅଭିଯୋଗ । ଅଧିକ ପଢନ୍ତୁ...

ଘରୋଇ ସ୍କୁଲ ଫି ଛାଡ଼ କାର୍ଯକାରୀ କରିବାକୁ ଅଭିଭାବକ ମହାସଂଘର ଦାବି
ଘରୋଇ ସ୍କୁଲ ଫି ଛାଡ଼ କାର୍ଯକାରୀ କରିବାକୁ ଅଭିଭାବକ ମହାସଂଘର ଦାବି

ଭୁବନେଶ୍ବର: କୋରୋନା ସମୟରେ ବହୁଦିନ ଧରି ସ୍କୁଲ ବନ୍ଦ ଥିବାରୁ ଅଭିଭାବକ ସଙ୍ଘ ପକ୍ଷରୁ ସ୍କୁଲ୍ ଫି ଛାଡ କରିବାକୁ ବାରମ୍ବାର ଦାବି କରିଛି । ଏନେଇ ଉଚ୍ଚ ନ୍ୟାୟାଳୟଙ୍କ ଅଧ୍ୟକ୍ଷତାରେ ଶିକ୍ଷା ସଚିବଙ୍କ ମଧ୍ୟରେ ଦୁଇ ଦୁଇ ଥର ବୈଠକ ବସିଛି । ଏଥିରେ ଆନୁଷଙ୍ଗିକ ଫି ଛାଡ଼ କରିବା ସହିତ ଟିୟୁସନ ଫି ର କିଛି ଅଂଶ ଛାଡ଼ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଏହାକୁ ବିରୋଧ କରିଛନ୍ତି ଅନେକ ସ୍କୁଲ । ଏଥିସହ ଅନେକ ସ୍କୁଲରେ ଫି ମଧ୍ୟ ଛାଡ କରାଯାଉନାହିଁ, ଯାହାକୁ ଅଭିଭାବକ ସଙ୍ଘ ପକ୍ଷରୁ ଦୃଢ ବିରୋଧ କରାଯାଇଛି ।

ଅଭିଭାବକ ମହାସଙ୍ଘର ସଭାପତି ବାସୁଦେବ ଭଟ୍ଟ କହିଛନ୍ତି ଯେ, ଅନଲାଇନ କ୍ଳାସରେ ଯଦି 50 ଭାଗ ପିଲାରୁ ଅଧିକ ପିଲାମାନେ ପାଠ ପଢ଼ିଛନ୍ତି ତେବେ ସ୍କୁଲ କତ୍ତୃପକ୍ଷ ଏସମସ୍ତ ହିସାବ ଦିଅନ୍ତୁ । ହେଲେ ହାଇକୋର୍ଟଙ୍କ କୌଣସି ମତକୁ ଗୁରୁତର ସହ ନେଉନାହାଁ ସ୍କୁଲ୍ । ଯାହା ଫଳରେ ଅଭିଭାବକ ମହାସଂଘ ଏନେଇ ତୀବ୍ର ଅସନ୍ତୋଷ ଜାହାରି କରିଛି । ଅନ୍ୟପଟେ ତୁରନ୍ତ ଫି ଛାଡ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଯଦି ଏନେଇ କାର୍ଯ୍ୟକାରୀ ନହୁଏ ତେବେ ଅଭିଭାବକ ମହାସଂଘ ଆମରଣ ଅନଶନରେ ବସିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 19, 2021, 10:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.