ETV Bharat / city

‘ମୋ ସ୍କୁଲ ଅଭିଯାନ’ ପ୍ରହସନ ନ ହେଉ: ଅଭିଭାବକ ମହାସଂଘ - ଅଭିଭାବକ ମହାସଂଘ

ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନକୁ ନେଇ ପ୍ରହସନ ନ ହେଉ ବୋଲି ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ କହିଛନ୍ତି । ଅଧିକ ପଢନ୍ତୁ...

Parent's federation reaction on State govt's Mo School Abhiyan
ମୋ ସ୍କୁଲ ଅଭିଯାନ ପ୍ରହସନ ନ ହେଉ: ଅଭିଭାବକ ମହାସଂଘ
author img

By

Published : Jan 24, 2021, 5:25 PM IST

ଭୁବନେଶ୍ବର: ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଅନେକ ସରକାରୀ ଉଚ୍ଚ ପଦସ୍ତ ଅଧିକାରୀମାନେ ଅନେକ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିଛନ୍ତି । ଏହାକୁ ନେଇ ଅଭିଭାବକ ମହାସଂଘ ସ୍ୱାଗତ କରୁଥିବା ବେଳେ ଏହି ଅଭିଯାନ ଆଗକୁ ପ୍ରହସନ ନ ହେଉ ବୋଲି କହିଛନ୍ତି ।

ମୋ ସ୍କୁଲ ଅଭିଯାନ ପ୍ରହସନ ନ ହେଉ: ଅଭିଭାବକ ମହାସଂଘ

ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନରେ ପୋଷ୍ୟ ସ୍କୁଲ ଅଭିଯାନର ଘୋଷଣା କରିଥିଲେ । ଏନେଇ ରାଜ୍ୟ ସରକାରଙ୍କର ଉଚ୍ଚ ପଦସ୍ତ ଅଧିକାରୀମାନେ ରାଜ୍ୟରେ ଥିବା ଅନେକ ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ଏହି ଯୋଜନାକୁ ଅଭିଭାବକ ମହାସଂଘ ସ୍ୱାଗତ କରିଥିବା ବେଳେ ଏହାକୁ ନେଇ କୌଣସି ପ୍ରହସନ ନ ହେଉ ବୋଲି ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ କହିଛନ୍ତି । IASମାନଙ୍କ ସହିତ ଏମ.ଏଲ.ଏ , ଏମପି ଓ ମନ୍ତ୍ରୀମାନେ ସରକାରୀ ବିଦ୍ୟାଳୟର ଦାୟିତ୍ବ ନେବା ଆବଶ୍ୟକ, ଯାହା ସ୍କୁଲର ରକ୍ଷଣା ବେକ୍ଷଣ ସଠିକ୍‌ ଭାବରେ ହୋଇପାରିବ ବୋଲି ସେ କହିଛନ୍ତି ।

ତେବେ 16 ଜଣ ଆଇଏଏସ ରାଜ୍ୟର 16ଟି ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିଥିବା ବେଳେ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର ମହାପାତ୍ର କେନ୍ଦୁଝରର ଡିଏନ ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ସେହିପରି ଭାବରେ ଗତକାଲି ପୋଷ୍ୟ ସ୍କୁଲରେ ଯୋଡି ହୋଇଛନ୍ତି ଆଇପିଏସ ଓ ଆଇଏଫଏସ ଅଧିକାରୀ । କ୍ରାଇମବ୍ରାଞ୍ଚ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶି ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିନଥିବା ବେଳେ ଆଇଏଫଏସ ଅଧିକାରୀ ସୁଧାଂଶୁ ଖୋରା କୋରାପୁଟର ସରକାରୀ ସ୍କୁଲକୁ ନିଜର ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିଛନ୍ତି । ମୁଖ୍ୟତଃ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିଥିବା ଅଧିକାରୀମାନେ ବିଦ୍ୟାଳୟର ସାମଗ୍ରିକ ବିକାଶ, ଭିତ୍ତିଭୂମି , ପରୀକ୍ଷାରେ ପାସ ହାର ବୃଦ୍ଧି, ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ କିଭଳି ସ୍କୁଲ ଆଗକୁ ବଢିବ ସେ ନେଇ ଧ୍ୟାନ ଦେବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.