ଭୁବନେଶ୍ବର: ମଙ୍ଗୁ ମଠ ଭଙ୍ଗା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଭେଟିଲେ ପଞ୍ଜାବୀ ପ୍ରତିନିଧି ଦଳ । ଏକ 7 ଜଣିଆ ପ୍ରତିନିଧି ଦଳ ଲୋକସେବା ଭବନରେ ସରକାରଙ୍କ ସହ ଆଲୋଚନା କରିଛନ୍ତି ।
ଗୃହ ରାଷ୍ଟ୍ରମନ୍ତ୍ରୀ, ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତିରେ ଏହି ଆଲୋଚନା ହୋଇଛି। ଏହି ଆଲୋଚନାରେ ପୁରୀ ସୌନ୍ଦର୍ଯ୍ୟରଣକୁ ନେଇ ରାଜ୍ୟ ସରକାରଙ୍କୁ ଭୂୟଶୀ ପ୍ରଶଂସା କରିଛନ୍ତି ପଞ୍ଜାବ ପ୍ରତିନିଧି ଦଳରେ ଆସିଥିବା ପଞ୍ଜାବ ବିଧାୟକ ସମରଜିତ ସିଂ ।
ଏହାସହ ସେ ଆହୁରି ବି କହିଛନ୍ତି ଯେ, ମଙ୍ଗୁ ମଠ ଭଙ୍ଗା ନେଇ ଥିବା ଭୁଲ ଧାରଣା ଆଲୋଚନା ପରେ ଦୂର ହୋଇଛି । ମଙ୍ଗୁ ମଠ, ପଞ୍ଜାବୀ ମଠ ଓ ବଲି ମଠର ପୁନଃଋଦ୍ଧାର ହେବ ବୋଲି ସରକାର ପ୍ରତିଶ୍ରୁତି ଦେବା ସହ 3 ଟି ପ୍ରସ୍ତାବ ମାନିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଏହାଦ୍ବାରା ପଞ୍ଜାବ ଓ ଓଡିଶା ମଧ୍ୟରେ ଆହୁରି ସମ୍ପର୍କ ମଜଭୁତ ହେବ ବୋଲି ସମରଜିତ ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ