ଭୁବନେଶ୍ବର: ପୁରୀକୁ ଐତିହ ସହର ଭାବେ ଗଢି ତୋଳିବାକୁ ଶ୍ରୀକ୍ଷେତ୍ରରେ ଜାରି ଧରିଛି ଉଚ୍ଛେଦ ପ୍ରକ୍ରିୟା । ଏମାର ମଠ, ବଡ଼ ଆଖଡ଼ା ମଠ ପରେ ଏବେ ମଙ୍ଗୁ ମଠ ପାଳି । ମଙ୍ଗୁ ମଠ ଶୀଖ୍ ସମ୍ପ୍ରଦାୟର ଧର୍ମଗୁରୁ ନାନକଙ୍କ ଜୀବନୀ ସହ ଜଡ଼ିତ ରହିଛି । ଏହି କାରଣରୁ ମଠ ଉଚ୍ଛେଦ ନକରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରେନ୍ଦ୍ର ସିଂହ ।
ଟ୍ବିଟ ଯୋଗେ ଏପରି ବାର୍ତ୍ତା ଜଣାଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକଙ୍କୁ ଟ୍ବିଟ କରି ଅମରେନ୍ଦ୍ର ମଠ ଉଚ୍ଛେଦ ନକରିବାକୁ ଅନୁରୋଧ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଭୁବନେଶ୍ବର