ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଗସ୍ତରେ 5‘ଟି’ ସଚିବ ଭି କେ ପାଣ୍ଡିଆନ। ଗଞ୍ଜାମ ଜିଲ୍ଲାରେ ଦେଖା ଦେଇଥିବା କରୋନା ସ୍ଥିତିର ସେ ସମୀକ୍ଷା କରିବେ। ଶେରଗଡ଼, ହିଞ୍ଜଳି, କବିସୂର୍ଯ୍ୟନଗର, ଆସ୍କା, ପୋଲସରା, ବ୍ରହ୍ମପୁର ଗସ୍ତ କରି ସ୍ଥିତିର ସମୀକ୍ଷା କରିବେ ବୋଲି ସୂଚନା ମିଳିଛି।
5‘ଟି’ ସଚିବଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର ରହିବେ। ରାୟଗଡା ଓ ଗଜପତି ଜିଲ୍ଲା ଗସ୍ତ କରି ସେଠାରେ ବି ସ୍ଥିତି ସମୀକ୍ଷା କରିବେ। ବିଭିନ୍ନ କୋଭିଡ ହସ୍ପିଟାଲ, କେୟାର ସେଣ୍ଟର ସେମାନେ ବୁଲି ଦେଖିବେ ବୋଲି ସୂଚନା ମିଳିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ