ଭୁବନେଶ୍ବର: କୋରୋନାରେ ଆକ୍ରାନ୍ତ ହେଲେ ରାଜ୍ୟ ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ଏ ନେଇ ଟ୍ବିଟ୍ କରି ନିଜେ ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।
ତେବେ ତାଙ୍କର କୋଭିଡ ଲକ୍ଷଣ ଦେଖା ଦେବାରୁ ସେ କୋଭିଡ ଟେଷ୍ଟ କରିଥିଲେ । ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋରୋନା ଟେଷ୍ଟ କରାଇବାକୁ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ