ETV Bharat / city

ସର୍ବଦଳୀୟ ପ୍ରସ୍ତାବ; ପଞ୍ଚାୟତ ନିର୍ବାଚନରେ ବଢ଼ିବ ଭୋଟ୍ ଗ୍ରହଣ ସମୟ - ରାଜ୍ୟ ନିର୍ବାଚନ କମିଶନର

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ଅଧିକ ପଢନ୍ତୁ...

PanchayatElections
PanchayatElections
author img

By

Published : Nov 6, 2021, 9:59 PM IST

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ବୈଠକରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହିତ ଅନ୍ୟ ଦଳର ପ୍ରତିନିଧି ଯୋଗ ଦେଇଥିଲେ । ମୁଖ୍ୟତଃ ନିର୍ଭୁଲ ସଂଶୋଧିତ ଭୋଟର ତାଲିକା ପ୍ରସ୍ତୁତି, ନିର୍ବାଚନୀ ଖର୍ଚ୍ଚ ଓ ଭୋଟ ଗ୍ରହଣ ଅବଧି ଉପରେ ବୈଠକରେ ଆଲୋଚନା ହୋଇଛି ।

PanchayatElections; ସର୍ବଦଳୀୟ ବୈଠକ ପ୍ରସ୍ତାବ ଉପରେ ସମୀକ୍ଷା କରିବେ କମିଶନ

୨୦୧୭ ମସିହାରେ ସରପଞ୍ଚ ଓ ସମିତ ସଭ୍ୟଙ୍କ ପାଇଁ ଖର୍ଚ୍ଚ ସୀମା ୮୦ ହଜାର ଥିବା ବେଳେ, ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ୨ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ସୀମା ଥିଲା । ଏଥର ମଧ୍ୟ ଏହି ଖର୍ଚ୍ଚ ସୀମା ବୃଦ୍ଧି ହୋଇନଥିବାରୁ ରାଜନୈତିକ ଦଳମାନେ ଏହାକୁ ବଢାଇବାକୁ ଦାବି କରିଛନ୍ତି । ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ଦେଢ ଲକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ସୀମା ବଢାଯାଉ ବୋଲି ରାଜନୈତିକ ଦଳମାନେ ନିର୍ବାଚନ କମିଶନଙ୍କ ନିକଟରେ ଦାବି ରଖିଛନ୍ତି ।

ସେହିପରି ଭୋଟ ଗ୍ରହଣ ଅବଧି ସକାଳ ୭ ଟାରୁ ଦିନ ୧୨ ଟା ବଦଳରେ ୭ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ କରିବାକୁ ବୈଠକରେ ବିଭିନ୍ନ ଦଳ ଦାବି କରିଛନ୍ତି । ରାଜନୈତିକ ଦଳର ସମସ୍ତ ଦାବି ଉପରେ ସମୀକ୍ଷା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନିର୍ବାଚନ କମିଶନ । ଏହାସହ ପ୍ରଥମେ ପ୍ରସ୍ତାବ ଉପରେ ପରେ ଏହା ଉପରେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

ସେହିଭଳି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଠିକ ସମୟରେ ଚାଲୁଥିବାରୁ ନିର୍ଦ୍ଧାରିତ ଫେବ୍ରୁଆରି ୨୦୨୨ ରେ ନିର୍ବାଚନ ହେବାର ସମ୍ଭାବନା ରହିଛି । ବିଭିନ୍ନ ରାଜନୈତିକ ଦଳମାନଙ୍କ ସହିତ ରାଜ୍ୟ ନିର୍ବାଚନ କମିଶନଙ୍କ ଆଲୋଚନା ପରେ କମିଶନର ଆଦିତ୍ୟ ପାଢୀଙ୍କ ପ୍ରତିକ୍ରିୟା ଦେଇଛନ୍ତି । ୱାର୍ଡ ସ୍ତରରେ ଭୋଟର ତାଲିକା ପ୍ରସ୍ତୁତ ହେବ । ନାଁ ସହିତ ଲୋକଙ୍କ ଭୋଟର ଆଇଡି ନମ୍ବର ରହିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.