ETV Bharat / city

ପଞ୍ଚାୟତ ହାତରେ ସ୍କୁଲ ଦାୟିତ୍ୱ

ଏଣିକି ପଞ୍ଚାୟତ ତିଆରି କରିବ ସ୍କୁଲଘର । ଏହାର ସୁରକ୍ଷା ଦାୟିତ୍ୱ ସହ ମରାମତି ଓ ମୌଳିକ ସୁବିଧା ବ୍ୟବସ୍ଥା କରିବ ପଞ୍ଚାୟତ । ଛାତ୍ରଛାତ୍ରୀଙ୍କ ସୁନିଶ୍ଚିତ ସୁରକ୍ଷା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ।

author img

By

Published : Jul 24, 2019, 9:04 PM IST

ଫାଇଲ ଫଟୋ

ଭୁବନେଶ୍ୱର: ରାଜ୍ୟର ସବୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ମରାମତି ଓ ରକ୍ଷଣାବେକ୍ଷଣ କରିବ ପଞ୍ଚାୟତ ଅଫିସ। ଏନେଇ ନିଷ୍ପତ୍ତି ନିଆଯିବା ପରେ ସବୁ ଜିଲ୍ଲାପାଳ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଡ଼ିଓଙ୍କୁ ଚିଠି ଲେଖି ଆବଗତ କରିଛି ପଞ୍ଚାୟତିରାଜ ବିଭାଗ। ପଞ୍ଚାୟତରାଜ ବିଭାଗର ପ୍ରମୁଖ ସଚିବ ଦେଓରଞ୍ଜନ ସିଂ ଏହି ଚିଠି ଲେଖିଛନ୍ତି। ଏଥିପାଇଁ ସବୁ ସ୍କୁଲର ଡାଟାବେସ ପ୍ରସ୍ତୁତ କରିବାକୁ ବିଭାଗ କହିଛି ।

ରାଜ୍ୟର ସମସ୍ତ ସ୍କୁଲରେ ରାସ୍ତା ସହିତ ସ୍କୁଲ ବାଉଣ୍ଡ୍ରୀ, ଶ୍ରେଣୀଗୃହ, ରୋଷେଇ ଘର , ଶୌଚାଳୟ ନିର୍ମାଣ ସାଙ୍ଗକୁ ପାନୀୟ ଜଳ ସୁବିଧା କରିବ ପଞ୍ଚାୟତ । ଏହାସହ ଯଦି କୌଣସି ମରାମତି ଓ ରକ୍ଷଣାବେକ୍ଷଣ କାମ ଥିବ ତାହେଲେ ତୁରନ୍ତ ତାହାକୁ କରାଯିବ ଏବଂ ସ୍କୁଲ ଘର ସୁରକ୍ଷା ପ୍ରାଥମିକତା ରହିବ ପଞ୍ଚାୟତର ।

PHOTO, SCHOOL BULIDING, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,
ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ବ୍ଲକର ବୈଷୟିକ କର୍ମଚାରୀଙ୍କୁ ନେଇ ଏକ ନିରାପତ୍ତା କମିଟି ଗଠନ ହେବ । କମିଟି ଯାହା ସୁପାରିଶ କରିବ ତାହା ପଞ୍ଚାୟତ ପାଳନ କରିବ। 2019-20 ଗ୍ରାମ ପଞ୍ଚାୟତ ଡେଭଲପମେଣ୍ଟ ପ୍ଲାନ ପ୍ରସ୍ତୁତ କରିବା ବେଳେ ଏହାକୁ ପ୍ରାଥମିକତା ଦେବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ସବୁ ସ୍କୁଲର ଗୋଟିଏ ରଙ୍ଗ ସହ ସାଇନ ବୋର୍ଡ ବାଧ୍ୟତା ମୂଳକ କରାଯିବ । ଖାଲି ଏତିକି ନୁହେଁ ଯେଉଁ ମରାମତି କାମ ହେବ ତାହା ଗ୍ରାମସଭା ଜରିଆରେ କରାଯିବ ବୋଲି ବିଭାଗ ସ୍ପଷ୍ଟ କରିଛି।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

testing 456

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.