ETV Bharat / city

ଫେବ୍ରୁଆରୀ 2ୟ ସପ୍ତାହରୁ ପଞ୍ଚାୟତ ଲଢେଇ, ପ୍ରସ୍ତୁତ ହେଲେଣି ବିଭିନ୍ନ ଦଳ

author img

By

Published : Oct 5, 2021, 9:10 PM IST

ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ଆରମ୍ଭ କଲେଣି ପ୍ରମୁଖ 3 ଦଳ । ଫେବ୍ରୁଆରୀ ଦ୍ବିତୀୟ ସପ୍ତାହରୁ ଆରମ୍ଭ ହେବ ନିର୍ବାଚନ ପ୍ରକ୍ରିୟା, ୫ ସୁଦ୍ଧା ଫଳାଫଳ। ଖୁବ ଶୀଘ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ଜାରି କରିବେ ବିଜ୍ଞପ୍ତି । ଅଧିକ ପଢନ୍ତୁ..

ଫେବ୍ରୁଆରୀ 2ୟ ସପ୍ତାହରୁ ପଞ୍ଚାୟତ ଲଢେଇ, ବିଭିନ୍ନ ଦଳର ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଶାସକ ବିଜେଡି ପାଇଁ ବିପୁଳ ବିଜୟ ଆଣି ଦେଇଥିବାବେଳେ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରି ସାରିଲେଣି । ଫେବ୍ରୁଆରୀ ଦ୍ବିତୀୟ ସପ୍ତାହରୁ ଆରମ୍ଭ ହୋଇପାରେ ପଞ୍ଚାୟତ ଭୋଟ । ୫ଟି ପର୍ଯ୍ୟାୟରେ ଏହି ନିର୍ବାଚନ ହୋଇପାରେ । ମାର୍ଚ୍ଚ ୫ ସୁଦ୍ଧା ଫଳ ପ୍ରକାଶ ସହ ନୂଆ ଲୋକ ପ୍ରତିନିଧି ଦାୟିତ୍ବ ଗ୍ରହଣ କରିବେ । ଏନେଇ ତାଲିକା ସ୍ଥିର ହୋଇଥିବା ସୂଚନା ମିଳିଛି ।

ଫେବ୍ରୁଆରୀ 2ୟ ସପ୍ତାହରୁ ପଞ୍ଚାୟତ ଲଢେଇ, ପ୍ରସ୍ତୁତ ହେଲେଣି ବିଭିନ୍ନ ଦଳ

ତେବେ କେଉଁ ତାରିଖରେ ଭୋଟ ଗ୍ରହଣ ହେବ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ନେବେ। ଏହାରି ମଧ୍ୟରେ ରାଜ୍ୟର 3 ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ନେଇ ମଧ୍ୟ ଦମ୍ଭୋକ୍ତି ଦେଖାଇଛନ୍ତି ଶାସକ ବିଜେଡି ଓ ବିରୋଧୀ କଂଗ୍ରେସ।

ଅନ୍ୟପଟେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଆସନ୍ତା ୮ରେ ପଞ୍ଚାୟତ ଓ ପଞ୍ଚାୟତ ସମତି ପଦବୀ ପାଇଁ ପ୍ରାଥମିକ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ୨୬ରେ ଚୂଡ଼ାନ୍ତ ତାଲିକା ଜାରି ହେବ । ଜିଲ୍ଲା ପରିଷଦ ପଦବୀ ପାଇଁ ୮ରେ ଚିଠା ସଂରକ୍ଷଣ ତାଲିକା ଓ ୩୦ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ସେହିପରି ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ୧୬ରେ ଚିଠା ଏବଂ ୨୬ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ।

ଏଥିପାଇଁ ଶୀଘ୍ର ପ୍ରସ୍ତୁତି ଆରମ୍ଭ କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇ ସାରିଛି । ଆସନ୍ତା ୨୦୨୨ ମାର୍ଚ୍ଚ ୫ରେ ଚଳିତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ତେଣୁ ନିୟମ ଅନୁସାରେ ତା’ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସାରିବାକୁ ନୀତିଗତ ନିଷ୍ପତ୍ତି ହୋଇଥିବାବେଳେ ସରକାରୀ ପ୍ରସ୍ତୁତି ମଧ୍ୟ ଜୋର ଧରିଛି । ଚଳିତ ଅକ୍ଟୋବର ୩୦ ସୁଦ୍ଧା ସଂରକ୍ଷଣ ପ୍ରକିୟା ଚୂଡ଼ାନ୍ତ ଶେଷ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ତାଲିକା ହସ୍ତାନ୍ତର କରାଯିବ ।

ପଞ୍ଚାୟତ ନିର୍ବାଚନ ନେଇ 3 ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତ ଥିବା କହିଛନ୍ତି। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ପଞ୍ଚାୟତ ନିର୍ବାଚନ ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ପ୍ରଭାରୀ ଚେଲ୍ଲା କୁମାର ଏବଂ ସଭାପତି ନିରଞ୍ଜନ ପଟ୍ଟନାୟକ ଏ ନେଇ ଆଲୋଚନା କରିଛନ୍ତି । ପିପିଲି ନିର୍ବାଚନ ଫଳାଫଳକୁ ଅପେକ୍ଷା କରାଯାଇଥିଲା, ପିପିଲି ନର୍ବାଚନ ସରିଲା ଏବେ ପଞ୍ଚାୟତ ପାଇଁ ରୋଡ଼ମ୍ୟାପ ପ୍ରସ୍ତୁତ ସହ ଲୋକଙ୍କୁ ଦାୟିତ୍ଵ ଦିଆଯାଉଛି । ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ସଂଗଠିତ ଭାବେ ଲଢିବା ସହ ଭଲ ପ୍ରଦର୍ଶନ କରିବାର ଆଶା ଓ ବିଶ୍ବାସ ରହିଥିବା ବିଧାୟକ ମୋକିମ କହିଛନ୍ତି ।

ସେହିପରି ଶାସକ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ପିପିଲି ଉପନିର୍ବାଚନ ଫଳାଫଳ ଆଗାମୀ ପଞ୍ଚାୟତ ନିର୍ବାଚନ ଫଳାଫଳ ସମ୍ପର୍କରେ ସୂଚନା ଦେଉଛି । ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି, ଦଳ ପାଇଁ କୌଣସି ଜଟିଳତା ହେବ ନାହିଁ । ରାଜ୍ୟ ନିର୍ବାଚନ ଅଧିକାରୀ ତାରିଖ ଘୋଷଣା କରିବା ପରେ ନିର୍ଦ୍ଦିଷ୍ଟ ଧାରା ଅନୁସାରେ କାମ ହେବା ନେଇ କହିଛନ୍ତି ଅମର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.