ETV Bharat / city

‘ଆକ୍ବାରିଲ’ ମାଧ୍ୟମରେ ଗ୍ରାମ୍ୟ ପରିବେଶରୁ ସହରୀ ସଭ୍ୟତାର ରୂପ ବର୍ଣ୍ଣନା - ଶିଳ୍ପୀ ଅଜୟ କୁମାର ଆଙ୍କିଲେ ଆକ୍ବାରିଲ

ଭୁବନେଶ୍ୱରସ୍ଥିତ ବିକେ ଆର୍ଟ କଲେଜର ଛାତ୍ର ଶିଳ୍ପୀ ଅଜୟ କୁମାର ଆଙ୍କିଲେ ‘ଆକ୍ବାରିଲ’ । ସେ ‘ଆକ୍ବାରିଲ’ ମାଧ୍ୟମରେ ଗ୍ରାମ୍ୟ ପରିବେଶରୁ ସହରୀ ସଭ୍ୟତାର ରୂପକୁ ବର୍ଣ୍ଣନା କରିଛନ୍ତି । ଆଉ ଏହା ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 23, 2019, 11:26 PM IST

ଭୁବନେଶ୍ୱର: ଜଳ ରଙ୍ଗର ଛବିରେ ପିଲା ବେଳର ଗ୍ରାମ୍ୟ ପରିବେଶ ଆଉ ତାହାର ପରିବର୍ଦ୍ଧିତ ରୂପକୁ କାନଭାସ ଉପରେ ଆଙ୍କିଥିବା ଶିଳ୍ପୀ ଅଜୟ କୁମାରଙ୍କ ସୃଷ୍ଟିର ସମାହାର ହେଉଛି ‘ଆକ୍ବାରିଲ’ । ଯାହା ଆଜି ସର୍ବସାଧାରଣଙ୍କ ପ୍ରଦର୍ଶନ ପାଇଁ ସ୍ଥାନୀୟ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ଠାରେ ଅତିଥିଙ୍କ ଦ୍ୱାରା ଉଦଘାଟିତ ହୋଇଛି । ଶିଳ୍ପୀ ଅଜୟ କୁମାର ଆଙ୍କିଲେ ଆକ୍ବାରିଲ ।

ଛତିଶଗଡ଼ ନିବାସୀ ଶ୍ରୀ ନାୟକ ଭୁବନେଶ୍ୱରସ୍ଥିତ ବିକେ ଆର୍ଟ କଲେଜର ଛାତ୍ର ହୋଇଥିବା ବେଳେ ପିଲାଟି ବେଳୁ ତାଙ୍କର ଚିତ୍ର ପ୍ରତି ଦୁର୍ବଳତା ଥିଲା। ଗାଁରୁ ସହର ନିଜ ଜୀବନ ଯାତ୍ରା ଭିତରେ ଚାରି ପାଖରେ ଦେଖିଥିବା ପରିବେଶ ଓ ପ୍ରକୃତିକୁ ସେ ନିଜର କାନଭାସ ମାଧ୍ୟମରେ ଉତାରିବାକୁ ଚେଷ୍ଟା କରିଥାନ୍ତି ବୋଲି ସେ କହିଛନ୍ତି । ଯାହା ତାଙ୍କୁ ଅନେକ ତୃପ୍ତି ଦେଇଥାଏ । ଏହାରି ମଧ୍ୟରେ ସେ ଜଳରଙ୍ଗକୁ ଉପଯୋଗ କରି ପାଖାପାଖି 45ଟି ଚିତ୍ର ପ୍ରସ୍ତୁତ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଯାହାକି ବେଶ ଉଚ୍ଚକୋଟୀର ହୋଇଥିବା କହିଛନ୍ତି ବରିଷ୍ଠ ଚିତ୍ରକର ତଥା ସଙ୍ଗୀତ ନାଟକ ଏକାଡେମୀର ପୂର୍ବତନ ସଭାପତି ତାରାକାନ୍ତ ପରିଡା । ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ଚାଲିବ। ତେଣୁ ଚିତ୍ରପ୍ରେମୀ ରସିକ ଦର୍ଶକ ଏହାର ସୁଯୋଗ ନେବା ସହିତ କଳାକାରଙ୍କୁ ଉତ୍ସାହିତ କରିବାକୁ ସେ କହିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଜଳରଙ୍ଗ ର ଛବିରେ ପିଲାବେଳର ଗ୍ରାମ୍ୟ ପରିବେଶ ଆଉ ତାହାର ପରିବର୍ଦ୍ଧିତ ରୁପକୁ କାନଭାସ ଉପରେ ଆଙ୍କିଥିବା ଶିଳ୍ପୀ ଅଜୟ କୁମାରଙ୍କ ସୃଷ୍ଟିର ସମାହାର ହେଉଛି "ଆକ୍ବାରିଲ"।ଯାହା ଆଜି ସର୍ବସାଧାରଣଙ୍କ ପ୍ରଦର୍ଶନ ପାଇଁ ସ୍ଥାନୀୟ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ଠାରେ ଅତିଥିମାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି।
ବାଇଟ-ଶିଳ୍ପୀ-ଅଜୟ କୁମାର ନାୟକ,
ବାଇଟ-ବରିଷ୍ଠ ଚିତ୍ରଶିଳ୍ପୀ-ତାରାକାନ୍ତ ପରିଡା

Body:ଝାଡଖଣ୍ଡ ନିବାସୀ ଶ୍ରୀ ନାୟକ ଭୁବନେଶ୍ୱରସ୍ଥିତ ବିକେ ଆର୍ଟ କଲେଜର ଛାତ୍ର ହୋଇଥିବା ବେଳେ ପିଲାଟି ବେଳୁ ତାଙ୍କର ଚିତ୍ର ପ୍ରତି ଦୁର୍ବଳତା ଥିଲା।ଗାଁଠାରୁ ସହର ନିଜ ଜୀବନ ଯାତ୍ରା ଭିତରେ ଚାରି ପାଖରେ ଦେଖିଥିବା ପରିବେଶ ଓ ପ୍ରକୃତିକୁ ସେ ନିଜର କାନଭାସ ମାଧ୍ୟମରେ ଉତାରିବାକୁ ଚେଷ୍ଟା କରିଥାନ୍ତି ବୋଲି କହିଛନ୍ତି।ଯାହା ତାଙ୍କୁ ଅନେକ ତୃପ୍ତି ଦେଇଥାଏ।ଏହାରି ମଧ୍ୟରେ ସେ ଜଳରଙ୍ଗ କୁ ଉପଯୋଗ କରି ପାଖାପାଖି 45ଟି ଚିତ୍ର ପ୍ରସ୍ତୁତ କରିଛନ୍ତି।ଯାହାକି ବେଶ ଉଚ୍ଚକୋଟୀର ହୋଇଥିବା କହିଛନ୍ତି ବରିଷ୍ଠ ଚିତ୍ରକର ତଥା ସଙ୍ଗୀତ ନାଟକ ଏକାଡେମୀର ପୂର୍ବତନ ସଭାପତି ତାରାକାନ୍ତ ପରିଡା।

Conclusion:ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ଆସନ୍ତା 27 ତାରିଖ
ପର୍ଯ୍ୟନ୍ତ ଚାଲିବ।ତେଣୁ ଚିତ୍ରପ୍ରେମୀ ରସିକ ଦର୍ଶକ ଏହାର ସୁଯୋଗ ନେବା ସହିତ କଳାକାରଙ୍କୁ ଉତ୍ସାହିତ କରିବାକୁ ସେ କହିଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.