ETV Bharat / city

ପାର୍କରେ ଚିତ୍ର ଆଙ୍କି କୁନି ହାତରେ ବୃହତ ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ - poster drawing

ସବୁଜିମା ପରିବେଶରେ ବସି ସବୁଜ ପରିବେଶକୁ କଲମର ତୂଳୀରେ ଖାତାରେ ଆଙ୍କିଲେ କୁନି ଛାତ୍ରଛାତ୍ରୀ। ପ୍ଲାଣ୍ଟ ଲଭର୍ସ ଆସୋସିଏସନ ପକ୍ଷରୁ ଆୟୋଜନ କରାଯାଇଛି ଏହି ଚିତ୍ରାଙ୍କନ ପ୍ରତିଯୋଗିତା।

painting-competition
painting-competition
author img

By

Published : Dec 8, 2019, 7:39 PM IST

ଭୁବନେଶ୍ବର: ଫୁଲ, ଫଳ, ପତ୍ର, ଉଦ୍ଭିଦ ସମେତ ନିଜ ପରିବେଶ, ଜଳ ସଂରକ୍ଷଣ ଏବଂ ସ୍ବଚ୍ଛ ଭାରତର କାନଭାସ ଉପରେ ନିଜ ଭିତରେ ଥିବା ଚିତ୍ରକରର ପ୍ରତିଛବି ଆଙ୍କିଛନ୍ତି। ଯେଉଁଥିରେ ଭୁବନେଶ୍ବର ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟାଳୟରୁ କେଜି ୱାନରୁ ଆରମ୍ଭ କରି ମାଟ୍ରିକରେ ପଢ଼ୁଥିବା ପାଖାପାଖି 400ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଛନ୍ତି।

ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ସହଯୋଗରେ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ପକ୍ଷରୁ ଏହି ଆୟୋଜନ କରାଯାଇଥାଏ ବୋଲି ଅନୁଷ୍ଠାନର ଉପସଭାପତି ପ୍ରତାପ ମହାପାତ୍ର ପ୍ରକାଶ କରିଛନ୍ତି। ଚିତ୍ରାଙ୍କନର ଉଦେଶ୍ୟ ପିଲାଙ୍କ ମଧ୍ୟରେ ଥିବା ସୃଜନ ପ୍ରତିଭାର ପରିପ୍ରକାଶ କରିବା। ଏହା ସହିତ ପ୍ରକୃତି ଓ ପରିବେଶ ସମ୍ପର୍କରେ ପିଲାବେଳ ଠାରୁ ସମ୍ବେଦନଶୀଳ ହେବା ବୋଲି ସେ କହିଛନ୍ତି।

ପାର୍କରେ ଚିତ୍ର ଆଙ୍କି କୁନି ହାତରେ ବୃହତ ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ

ଏହି ପ୍ରତିଯୋଗିତାରେ ପ୍ରସ୍ତୁତ ହୋଇଥିବା ଚିତ୍ରାଙ୍କନ ଓ ପୋଷ୍ଟର ଆସନ୍ତା ଜାନୁୟାରୀ ମାସରେ ଏକାମ୍ର କାନନ ଠାରେ ଆୟୋଜିତ ହେବାକୁ ପୁଷ୍ପ ପ୍ରଦର୍ଶନୀ ଅବସରରେ ପ୍ରଦର୍ଶିତ ହେବା ସହ ପିଲାଙ୍କୁ ପୁରସ୍କୃତ କରାଯିବ ବୋଲି ସେ ଜଣାଇଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ପାର୍କ ରେ ଚିତ୍ର ଆଙ୍କିଲେ ଛାତ୍ରଛାତ୍ରୀ।ଫୁଲ,ଫଳ,ପତ୍ର,ଉଦ୍ଭିଦ ସମେତ ନିଜ ପରିବେଶ ,ଜଳ ସଂରକ୍ଷଣ ଏବଂ ସ୍ୱଚ୍ଛ ଭାରତ ଉପରେ କାନଭାସ ଉପରେ ନିଜ ଭିତରେ ଥିବା ଚିତ୍ରକରର ପ୍ରତିଛବି ଆଙ୍କିଛନ୍ତି।ଯେଉଁଥିରେ ଭୁବନେଶ୍ୱର ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟାଳୟରୁ କେଜି ରୁ ମାଟ୍ରିକ ରେ ପଢ଼ୁଥିବା ପାଖାପାଖି 400ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗନେଇ ଥିବା ଜଣାପଡିଛି।

Body:ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ର ସହଯୋଗରେ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ପକ୍ଷରୁ ଏହି ଆୟୋଜନ କରାଯାଇଥାଏ ବୋଲି ଅନୁଷ୍ଠାନର ଉପସଭାପତି ପ୍ରତାପ ମହାପାତ୍ର ପ୍ରକାଶ କରିଛନ୍ତି।ଯାହାର ଉଦେଶ୍ୟ ପିଲାମାନଙ୍କ ମଧ୍ୟରେ ଥିବା ସୃଜନ ପ୍ରତିଭାର ପରିପ୍ରକାଶ କରିବା ସହିତ ପ୍ରକୃତି ଓ ପରିବେଶ ସମ୍ପର୍କରେ ପିଲାବେଳଠାରୁ ସମ୍ବେଦନଶୀଳ ହେବା ବୋଲି ସେ କହିଛନ୍ତି।ଏହି ପ୍ରତିଯୋଗିତାରେ ପ୍ରସ୍ତୁତ ହୋଇଥିବା ଚିତ୍ରାଙ୍କନ ଓ ପୋଷ୍ଟର ଆସନ୍ତା ଜାନୁୟାରୀ ମାସରେ ଏକାମ୍ର କାନନ ଠାରେ ଆୟୋଜିତ ହେବାକୁ ପୁଷ୍ପ ପ୍ରଦର୍ଶନୀ ଅବସରରେ ପ୍ରଦର୍ଶିତ ହେବା ସହ ପିଲାମାନଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡିଛି।
ବାଇଟ-ପ୍ରତାପ ମହାପାତ୍ର-ଉପସଭାପତି,ପ୍ଲାଣ୍ଟ ଲଭର୍ସ ଆସୋସିଏସନ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.