ଭୁବନେଶ୍ବର: ଶୁକ୍ରବାର ରାଜ୍ୟ ଲଳିତ କଳା ଏକାଡେମ ପକ୍ଷରୁ 2016 ରୁ 2020 ପର୍ଯ୍ୟନ୍ତ 5 ବର୍ଷ ପାଇଁ ଧର୍ମପଦ ପୁରସ୍କାର ଘୋଷଣା କରାଯାଇଛି। ଯେଉଁଥିରେ 2019 ମସିହା ପାଇଁ ବିଶିଷ୍ଟ ପଟ୍ଟଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ବିନୋଦ ମହାରଣାଙ୍କ ଏହି ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି।
ଏହି ପୁରସ୍କାର ଘୋଷଣା ହେବାପରେ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣାଙ୍କ ସହ ସ୍ବତନ୍ତ୍ର ଆଲୋଚନା କରିଛନ୍ତି ଇଟିଭି ଭାରତ ପ୍ରତିନିଧି। ଏହି ଅବସରରେ ବରିଷ୍ଠ ଶିଳ୍ପୀ ନିଜର ସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କ ଚିତ୍ରକଳା ଜୀବନର ଯାତ୍ରା ସମ୍ବନ୍ଧରେ ଆଲୋକପାତ କରିଛନ୍ତି।
ଏହା ସହିତ ଆଜିର ଯୁବ ଚିତ୍ରଶିଳ୍ପୀ ବେଶ ପ୍ରତିଭାବାନ ଓ ସେମାନେ ଏହି କ୍ଷେତ୍ରରେ ସଫଳତା ହାସଲ ପାଇଁ କଠିନ ଅଧ୍ୟବସାୟର ଆବଶ୍ୟକତା ଥିବା କହିଛନ୍ତି। ସେହିପରି ଦୀର୍ଘ ଦିନ ଧରି ଏହି ପୁରସ୍କାର ଦେବାରେ ବିଳମ୍ବ ହେବାରୁ ଅନେକ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଯାହା ଆହୁରୀ ସ୍ଵଛତାର ସହ ହେବା ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ଶିଳ୍ପୀ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ