ETV Bharat / city

ରସଗୋଲା ଦିବସ ପାଳିଲେ ପାହାଳ ମିଠା ଦୋକାନୀ

author img

By

Published : Jul 15, 2019, 10:45 PM IST

ରସଗୋଲା ଦିବସ ପାଳିଲେ ପାହାଳ ମିଠା ଦୋକାନୀ । ପ୍ରତ୍ୟେକ ମିଠା ଦୋକାନ ଫୁଲ ଓ ବେଲୁନରେ ସଜେଇ ହୋଇଛି । ଏହାକୁ ଏକ ଜନ୍ମଦିନ ଉତ୍ସବ ଭଳି ପାଳନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆଜି ହେଉଛି ରସଗୋଲା ଦିବସ । ମହାପ୍ରଭୁ ଜଗନ୍ନାଥଙ୍କ ନିଳାଦ୍ରି ବିଜେ ତିଥିରେ ପାଳିତ ହୋଇ ଆସୁଛି ଏହି ରସଗୋଲା ଦିବସ । ନିଳାଦ୍ରି ବିଜେ ସମୟରେ ମହାପ୍ରଭୁ ଜଗନ୍ନାଥଙ୍କ ବାଟ ଓଗାଳନ୍ତି ଅଭିମାନିନୀ ମହାଲକ୍ଷ୍ମୀ । ଏହି ସମୟରେ ଜଗନ୍ନାଥ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିବାର ପରମ୍ପରା ରହିଛି । ଏହି ଅବସରରେ ସ୍ୱତନ୍ତ୍ର ଭାବରେ ରସଗୋଲା ଦିବସ ପାଳନ କରୁଛନ୍ତି ପାହାଳବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପାହାଳରେ ଥିବା ପ୍ରତ୍ୟେକ ମିଠା ଦୋକାନ ଫୁଲ ଓ ବେଲୁନରେ ସଜେଇ ହୋଇଛି । ସମସ୍ତ ଯାତ୍ରୀ ମାନଙ୍କୁ ମାଗଣାରେ ଦିଆଯାଉଛି ରସଗୋଲା । ଏଥିସହିତ ଅନାଥାଶ୍ରମ ଓ ଛୋଟ ଛୋଟ ପିଲାଙ୍କୁ ସ୍କୁଲରେ ମିଠା ବଣ୍ଟାଯାଇଛି । ଆଉ ରସଗୋଲ କଥା ମନେପଡିଲେ ମନେପଡେ ପାହାଳ ରସଗୋଲା କଥା । କିନ୍ତୁ ଆଜି ଏଠାରେ ନିଆରା ଭାବରେ ପାଳନ କରାଯାଉଛି ରସଗୋଲା ଦିବସକୁ ଭୁବନେଶ୍ବରରୁ କଟକ ଏବଂ କଟକରୁ ଭୁବନେଶ୍ବର ଦେଇ ଯାତାୟତ କରୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ଆକୃଷ୍ଟ କରିଛି ।

ସୂଚନାଯୋଗ୍ୟ, 2015 ମସିହାରୁ ନୀଳାଦ୍ରି ବିଜେ ଅବସରରେ ପାହାଳ ମିଠା ବ୍ୟବସାୟୀ ସଂଘ ପକ୍ଷରୁ ଆରମ୍ଭ ହୋଇଥିଲା ଏହି ରସଗୋଲା ଦିବସ । ସେହିଦିନ ଠାରୁ ପ୍ରତିବର୍ଷ ବେଶ ଧୁମଧାମରେ ପାଳନ ହୋଇଆସିଛି ଏହି ଦିବସ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ରସଗୋଲା ଦିବସରେ ସ୍ୱତନ୍ତ୍ର ଭାବରେ ପାଳନ କରୁଛନ୍ତି ପାହାଲବାସୀ।

2015 ମସିହାରେ ପ୍ରଥମେ ରସଗୋଲା ଦିବସ ପାଳନ କରାଗଲା। ସୋସିଆଲ ମେଡିଆ ରେ ପ୍ରଥମେ ଏହା ଉପରେ ଗୁରୁତ୍ୱ ବଢ଼ିବାରେ ଲାଗିଲା। ମାତ୍ର ମିଠା କଥା ପଡିଲେ ମନ ଖୋଜେ ପାହାଳ ର ସରଗୋଲା। ଆଜି ନୀଳାଦ୍ରି ବିଜେକୁ ରସଗୋଲା ଦିବସ ପାଳନ କରାଯାଉଛି। ଏବଂ ଫୁଲ ମଳରେ ସଜେଇ ହୋଇଛି ସାରା ପାହାଳ ବଜାର।

Body:

ଆଜି ରସଗୋଲା ଦିବସ ଅବସରରେ ପାହାଳ ବଜାର ସଜେଇ ହୋଇଛି। ଦେଖିବାକୁ ଗଲେ କଟକ ରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀ ମମନଙ୍କୁ ଆକୃଷ୍ଟ କରୁଛି ପାହାଳ ରସଗୋଲା। ଆଜି କିନ୍ତୁ ନିଆରା ଭାବରେ ପାଳନ କରାଯାଉଛି ରସଗୋଲା ଦିବସକୁ। ସମସ୍ତ ଯାତ୍ରୀ ମାନଙ୍କ ପାଇଁ ମାଗଣାରେ ରସଗୋଲା ଦିଆଯାଉଛି । ଏହା ସହ ଅନାଥ ଆଶ୍ରମ ଓ ଛୋଟ ଛୋଟ ପିଲାମାନଙ୍କୁ ଦିଆଯିବା ସହ ସ୍କୁଲ ରେ ବଣ୍ଟା ଯାଇଛି।

ରସଗୋଲା ଦିବସରେ ପାହାଳର ରସଗୋଲା ଖାଇବାକୁ ଲୋକମାନେ ଆସୁଛନ୍ତି। ଯାତ୍ରୀମାନେ ପାହାଳ ରସଗୋଲା ଖାଇ ଖୁସି ହେବା ସହ ସାଙ୍ଗରେ ନେଇକି ଯାଉଛନ୍ତି ମଧ୍ୟ। ପାହାଳ ରସଗୋଲା ସମସ୍ତଙ୍କର ମନ ଜିଣିଥିବା ବେଲେ ରସଗୋଲା ଦିବସ ଅବସରରେ ମିଠା ଦୋକାନ କୁ ଫୁଲରେ ବେଳୁନ ଲଗାଇ ସଜେଇଛନ୍ତି ମିଠା ଦୋକାନୀ।
2015 ମସିହାରୁ ନୀଳାଦ୍ରି ବିଜେ ଅବସରରେ ପାହାଳ ମିଠା ବ୍ୟବସାୟୀ ସଂଘ ପକ୍ଷରୁ ଆରମ୍ଭ ହୋଇଥିଲା ରସଗୋଲା ଦିବସ । ସେହି ଦିନ ଠାରୁ ବହୁ ଧୁମ ଧାମ ରେ ଏହି ଦିବସକୁ ବହୁ ଆଡମ୍ବର ରେ କରିଆସୁଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.